Videos
|
Odisha

Accused Escape / ଚନ୍ଦକା ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ

Rashmita Mishra
Browse all articles by Rashmita Mishra
·11 months ago·2 min read
ଚନ୍ଦକା ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ

Key Points

ଥାନାରୁ ଚମ୍ପଟ ମାରିଲା ମୋବାଇଲ ଚୋର
ବାନ୍ତି ବାହାନାରେ ପୋଲିସକୁ ଧକ୍କା ଦେଲା ଅଭିଯୁକ୍ତ
ଚନ୍ଦକା ଥାନାରେ ଘଟିଲା ଚମକଦାର ଘଟଣା

ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଚନ୍ଦକା ଥାନାରୁ ଖସିଗଲା ମୋବାଇଲ ଚୋର । ବାନ୍ତି କରିବା ବାହାନାରେ ପୋଲିସକୁ ଧକ୍କା ଦେଇ ଖସିଗଲା ମୋବାଇଲ ଚୋର । ଚନ୍ଦକା ଥାନାରେ ଘଟିଛି ଏଭଳି ଘଟଣା । ସମ୍ପୃକ୍ତ ଚୋରର ନାମ ରାଜା ଘର କୋଲକାତା ହୋଇଥିବା ସୂଚନା । ଗତ ୨୮ ତାରିଖରେ ଚନ୍ଦକା ଥାନା ଅଧୀନ ସୁନ୍ଦରପୁରର ଭବାନୀ ମଲ୍ଲିକଙ୍କ ଏକ ମୋବାଇଲ ଚୋରି ହୋଇଥିଲା । ଭବାନୀ ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ମୋବାଇଲକୁ ଟ୍ରାକ କରି ଚନ୍ଦକା ଅଞ୍ଚଳରୁ ରାଜାକୁ ଅଟକ ରଖିଥିଲା ପୋଲିସ । ପରବର୍ତ୍ତି ସମୟରେ ବାନ୍ତି ଲାଗୁଛି କହି ରାଜା ବାହାନା କରିଥିଲା ଓ ଦାୟିତ୍ବରେ ଥିବା ଅଧିକାରୀଙ୍କୁ କହିଥିଲା । ଥାନା ଭିତରେ ଥିବା ଶୌଚାଳୟକୁ ଛାଡ଼ିଥିଲେ। ସେଠାରୁ ପୋଲିସକୁ ଧକ୍କା ଦେଇ ଚମ୍ପଟ ମାରିଛି ଅଭିଯୁକ୍ତ ।


ସୂଚନାନୁଯାୟୀ କନେଷ୍ଟବଳଙ୍କୁ ଧକ୍କା ଦେଇ ଚନ୍ଦକା ଥାନାରୁ ଚମ୍ପଟ ମାରିଲା ଚୋର। ଫେରାର ଅଭିଯୁକ୍ତ ହେଉଛି ପଶ୍ଚିମବଙ୍ଗର ରାଜା। ଗତମାସ ୨୮ ତାରିଖ ରାତିରେ ଏକ ଆଇଫୋନ ଚୋରି ହୋଇଥିଲା। ସେହି ଅଭିଯୋଗ ତଦନ୍ତ କରି ଦୁଇ ଦିନ ତଳେ ଚନ୍ଦକା ପୁଲିସ ରାଜାକୁ ଧରି ଆଣି ଅଧିକ ପଚରାଉଚରା କରୁଥିଲା ।

ଗତକାଲି ଅଭିଯୁକ୍ତ ରାଜା ବାନ୍ତି ଲାଗୁଥିବା ବାହାନା କରି ବାଥରୁମ ଯାଇଥିଲା। ଥାନାର ସେଣ୍ଟ୍ରି ସମେତ ଦୁଇ ଜଣ କନେଷ୍ଟବଳ ମଧ୍ୟ ତାକୁ ଜଗି ଛିଡ଼ା ହୋଇଥିଲେ। ହେଲେ ଅଭିଯୁକ୍ତ ଜଣଙ୍କ ଚତୁରତାର ସହ ଜଣେ କନେଷ୍ଟବଳଙ୍କୁ ଧକ୍କା ଦେଇ ଦୌଡ଼ି ପଳାଇଥିଲା। ରାଜାକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ: ପାର୍ଟ ପ୍ଲଟ ପଞ୍ଜୀକରଣ ପାଇଁ ଆସିଲା SOP


ଗତ କିଛି ଦିନ ପୂର୍ବରୁ ଚୌଦ୍ୱାର ସର୍କଲ ଜେଲରୁ ଦୁଇ ବିହାରୀ ଡକାୟତ ଖସି ପଳାଇଛନ୍ତି। ସେଦୁହେଁ ଜେଲ ସେଲ କାଟି ଫେରାର ହୋଇଯାଇଥିବା ଜଣାଯାଇଛି। ଫେରାର ଅଭିଯୁକ୍ତ ହେଉଛନ୍ତି ମଧୁକାନ୍ତ ଓ ରାଜା ସାହାଣୀ ଚୌଦ୍ୱାର ଜେଲରୁ ଦୁଇ ବିହାରୀ ଡକାୟତ ଖସି ପଳାଇଛନ୍ତି। ଦୁଇ ଡକାୟତ ପାଣିକୋଇଲି ପଣ୍ଡା ସୁନା ଗହଣା ଦୋକାନର ମାଲିକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ। ଦୁହେଁ, ଯାଜପୁର ଜେଲରୁ ଆସିଥିଲେ। ଉଭୟେ ଜେଲରୁ ଫେରାର ହେବାକୁ ବହୁ ବାର ଚେଷ୍ଟା କରିଥିଲେ। ହାଇ ସିକ୍ୟୁରିଟି ସେଲରେ ଥିବା ଦୁଇ ବିହାରୀ କୁଖ୍ୟାତ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କୁ ଚକମା ଦେଇ ଚମ୍ପଟ ମାରିଛନ୍ତି । ଦୁଇ କଏଦୀଙ୍କ ଫଟୋ ଜାରି କରିଛି ପୁଲିସ । ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...


Related Topics

Explore more stories

Accused Escape | Accused Escapes from Chandaka Police Station | Argus News | Argus News