ବଢିପାରେ ଗିରଫଦାରି, ରିମାଣ୍ଡରେ ଆସିପାରନ୍ତି ନିହାର ମହାନ୍ତି

Key Points
ଜିତନ ଖୋଲିଲା ପ୍ରଶ୍ନପତ୍ର ଲିକ୍ ର ଗୁମର
ପେନଡ୍ରାଇଭ ଓ ହାର୍ଡକପି ଯାଇଥିଲା ନୟାଗଡ
ଶିକ୍ଷକ ନେତା ବିଜୟ ମିଶ୍ର ନୟାଗଡରୁ ନେଇଥିଲେ ପ୍ରଶ୍ନପତ୍ର
ଦୁଇ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଜିତନ ମହାରଣା ଖୋଲିଛନ୍ତି ପ୍ରଶ୍ନପତ୍ର ଲିକ୍ ର ଅନେକ ଗୁମିର । ଜିତନ ଓ ବିଜୟଙ୍କୁ ଜେରା ବେଳେ ଜିତନ କହିଛି , ସେ କିପରି ଉପ ସଭାପତିଙ୍କ ଲ୍ୟାପଟପରୁ ଆଣିଥିଲା ପ୍ରଶ୍ନପତ୍ର...ପେନଡ୍ରାଇଭ ଓ ହାର୍ଡକପିକୁ ସେ ପଠାଇଥିଲା ନୟାଗଡ । ସେଥିପାଇଁ ସେ କିପରି ଜଣେ ଡ଼୍ରାଇଭରକୁ ୧୫୦୦ ଟଙ୍କାରେ ନିୟୋଜିତ କରିଥିଲା । ଡ୍ରାଇଭର ନୟାଗଡରେ ବିଜୟ ମିଶ୍ରଙ୍କୁ ଦେଇଥିଲା ପ୍ରଶ୍ନପତ୍ରର ହାର୍ଡ କପି ଓ ପେନଡ୍ରାଇଭ । ବିଜୟ ମିଶ୍ରଙ୍କ ସମ୍ପର୍କୀୟ ବି ଏହି ରାକେଟରେ ସାମିଲ ଅଛନ୍ତି । ପ୍ରଶ୍ନପତ୍ର ପାଇବା ପରେ ବିଜୟ ମିଶ୍ର ୨ ଲକ୍ଷ ୪୦ ହଜାର ଟଙ୍କା ଜିତନଙ୍କ ପାଖକୁ ପଠାଇଥିଲେ ।
OTET ପ୍ରଶ୍ନପତ୍ର କେଳେଙ୍କାରୀ ମାମଲାରେ ଦୁଇ ଅଭିଯୁକ୍ତଙ୍କ ସହିତ ବୋର୍ଡ଼ କାର୍ଯ୍ୟାଳୟର ମହିଳା ଡାଟା ଏଣ୍ଟ୍ରି ଅପରେଟର, ସଭାପତି, ଜିତନର ଡ଼୍ରାଇଭର, ଅଭିଯୁକ୍ତ ବିଜୟ ମିଶ୍ରଙ୍କ ସଂପର୍କୀୟଙ୍କୁ ମୁହାଁମୁହିଁ ଜେରା କରିଛି କ୍ରାଇମବ୍ରାଞ୍ଚ୍। ତେବେ ଜେରା ସମୟରେ ବୋର୍ଡ଼ରେ ପୂର୍ବରୁ ହୋଇଥିବା ପ୍ରଶ୍ନପତ୍ର ଲିକ ଓ ଅନିୟମିତତାରେ ବି ଜିତନର ଭୂମିକାର ସୁରାକ୍ ପାଇଛି କ୍ରାଇମବ୍ରାଞ୍ଚ । ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବଢିପାରେ । ନିହାରଙ୍କ ସହ ଆଉ କିଛି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ୍ । ବୋର୍ଡ ସଭାପତିଙ୍କ ସମ୍ପୃକି ଥିବା ନେଇ ତନାଘନା ଜାରି ରଖିଛି କ୍ରାଇମବ୍ରାଞ୍ଚ ।
📱 Get Argus News App
✨ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଏବେ ସୁଦ୍ଦା କ୍ରାଇମବ୍ରାଞ୍ଚ 8 ଜଣଙ୍କୁ ଗିରଫ କରିଥିବା ବେଳେ ପୂର୍ବ କେଳେଙ୍କାରୀର ବି ଗୁମର ଫିଟିବା ଅନୁମାନ କରାଯାଉଛି ।