Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

OTET ପ୍ରଶ୍ନପତ୍ର କେଳେଙ୍କାରୀର ବଡ଼ ଗୁମର ଖୋଲିଲା ଅଭିଯୁକ୍ତ ଜିତନ ମହାରଣା

Smruti Parija
Browse all articles by Smruti Parija
·11 months ago·2 min read
OTET ପ୍ରଶ୍ନପତ୍ର କେଳେଙ୍କାରୀର ବଡ଼ ଗୁମର ଖୋଲିଲା ଅଭିଯୁକ୍ତ ଜିତନ ମହାରଣା

Key Points

OTET ପ୍ରଶ୍ନପତ୍ର କେଳେଙ୍କାରୀର ବଡ଼ ଗୁମର ଖୋଲିଲା ଅଭିଯୁକ୍ତ ଜିତନ ମହାରଣା

ପ୍ରଶ୍ନପତ୍ର ଚୋରି ହେବା ପରେ ଜଣେ ଡ୍ରାଇଭରଙ୍କ ଜରିଆରେ ନୟାଗଡ଼ ପଠା ଯାଇଥିଲା

ପେନ୍ ଡ୍ରାଇଭ୍ ଓ ହାର୍ଡକପି ନୟାଗଡ ପଠେଇଥିଲା ଅଭିଯୁକ୍ତ ଜିତନ

OTET ପ୍ରଶ୍ନପତ୍ର ଲିକ୍ ମାମଲା । OTET ପ୍ରଶ୍ନପତ୍ର କେଳେଙ୍କାରୀର ବଡ଼ ଗୁମର ଖୋଲିଲା ଅଭିଯୁକ୍ତ ଜିତନ ମହାରଣା । କଟକରୁ ପ୍ରଶ୍ନପତ୍ର ଚୋରି ହେବା ପରେ ଜଣେ ଡ୍ରାଇଭରଙ୍କ ଜରିଆରେ ନୟାଗଡ଼ ପଠା ଯାଇଥିଲା । ପେନ୍ ଡ୍ରାଇଭ୍ ଓ ହାର୍ଡକପି ନୟାଗଡ ପଠେଇଥିଲା ଅଭିଯୁକ୍ତ ଜିତନ । ଏଥିପାଇଁ ସେ ୧୫୦୦ ଟଙ୍କାରେ ଡ଼୍ରାଇଭରକୁ ନିୟୋଜିତ କରିଥିଲା । ଗିରଫ ହୋଇଥିବା ଅଭିଯୁକ୍ତ ବିଜୟ ମିଶ୍ରଙ୍କ ସମ୍ପର୍କୀୟଙ୍କ ମାଧ୍ୟମରେ ଏହି ପ୍ରଶ୍ନପତ୍ରକୁ ନୟାଗଡ ପଠେଇଥିଲା । ଆଉ ସେଠାରୁ ଅଭିଯୁକ୍ତ ଶିକ୍ଷକ ନେତା ବିଜୟ ମିଶ୍ର OTET ପ୍ରଶ୍ନପତ୍ର ପେନଡ୍ରାଇଭ୍ ଓ ହାର୍ଡକପି ସଂଗ୍ରହ କରିଥିଲା ।


ଏ ବାବଦରେ ସେ ଜିତନକୁ ପଇସା ପୈଠ କରିଥିଲା । ଏହି ମାମଲାରେ ଡ଼୍ରାଇଭରକୁ ଜେରା କରିଛି କ୍ରାଇମବ୍ରାଞ୍ଚ୍ । ଏହା ସହିତ ଅଭିଯୁକ୍ତ ବିଜୟଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଜେରା କରିଛି କ୍ରାଇମବ୍ରାଞ୍ଚ୍ । ବର୍ତ୍ତମାନ୍ ସେ କ୍ରାଇମବ୍ରାଞ୍ଚ୍ ସ୍କାନରରେ ଅଛନ୍ତି । ସେପଟେ ଜିତନକୁ ଜେରା ସମୟରେ ବୋର୍ଡ଼ରେ ପୂର୍ବରୁ ହୋଇଥିବା ପ୍ରଶ୍ନପତ୍ର ଅନିୟମିତତା ନେଇ ତା ଭୂମିକା ଥିବା ନେଇ ଅନେକ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଦୁଇ ଦିନ ଧରି ଘନଘନ ଜେରା କରିଛି କ୍ରାଇମବ୍ରାଞ୍ଚ୍ । ଆଗାମୀ ସମୟରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବଢିବା ସହ ଆହୁରି କିଛି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ୍ । ଆଗକୁ ନିହାର ରଞ୍ଜନ ମହାନ୍ତିଙ୍କୁ କ୍ରାଇମବ୍ରାଞ୍ଚ୍ ରିମାଣ୍ଡରେ ଆଣିପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି । ଏହା ସହିତ ବୋର୍ଡ ସଭାପତିଙ୍କ ସମ୍ପୃକି ଥିବା ନେଇ ତନାଘନା ଜାରି ରଖିଛି କ୍ରାଇମବ୍ରାଞ୍ଚ ।

Sponsored
accused-jitan-maharana-reveals-big-secret-of-otet-question-paper-leak-argus-news | Argus News