Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·1 year ago
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଅର୍ଗସ ବ୍ୟୁରୋ:  ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ବାଙ୍କୀ ଥାନା ରତାଗଡ଼ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରତାଗଡ଼ ଗାଁର ସୁମନ୍ତ କୁମାର ସାହୁ ନିକଟସ୍ଥ ବଡବନ୍ଧିଆଣି ଠାକୁରାଣୀଙ୍କ ପୀଠରେ ହେଉଥିବା ମକରମେଳା ଦେଖିସାରି ଘରକୁ ଫେରୁଥିବା ବେଳେ, ଗାଁର କିଛି ଯୁବକ ଚତରୀ ପୋଖରୀ ନିକଟ ରାସ୍ତାରେ ତାଙ୍କୁ ଅଟକାଇ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲେ ।


ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଗତକାଲି ଯୁବକଙ୍କର ମୃତ୍ୟୁ ଘଟିଛି । ଏନେଇ ମୃତ ଯୁବକଙ୍କ ପରିବାର ପକ୍ଷରୁ ବାଙ୍କୀ ଥାନାରେ ଏତଲା ଦିଆଯାଇଛି । ଏତଲା ଆଧାରରେ ବାଙ୍କୀ ପୋଲିସ ଏକ ମାମଲା ରୁଜୁ କରିବା ସହ ୬ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:



Sponsored
Accused of beating a young man to death over a past enmity | Argus News