ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଅର୍ଗସ ବ୍ୟୁରୋ: ବରଗଡ଼ ପଦ୍ମପୁରରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ପାଇକମାଳ ବ୍ଲକ୍ ସୋଢ଼ା ପଠାରୀଡୁଙ୍ଗୁରୀଠାରେ ଏହି ନାରକୀୟ କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରୁ ଅଭିଯୁକ୍ତକୁ ଧରିଛନ୍ତି ସ୍ଥାନୀୟ ଲୋକେ। ସରପଞ୍ଚ, ଗ୍ରାମବାସୀ ଅଭିଯୁକ୍ତକୁ କାବୁ କରି ପୋଲିସର ଜିମା ଦେଇଛନ୍ତି। ନାବାଳିକାକୁ ଜୈନିକ ଯୁବକ ଜଙ୍ଗଲକୁ ଡାକି ଆଣି ଦୁର୍ଷ୍କର୍ମ କରିବା ପରେ ପଥରରେ ମୁହଁକୁ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ବୁକ୍ରାମୁଣ୍ଡା ଗ୍ରାମ ପଞ୍ଚାୟତ ମହୁଲପାଲି ଗ୍ରାମର ପ୍ରଶାନ୍ତ ବାଗ। ଅଭିଯୁକ୍ତ ପ୍ରଶାନ୍ତ ଦୁଇ ତିନି ଦିନ ହେଲା ଉକ୍ତ ନାବାଳିକାଙ୍କ ଘରେ ରହିଆସୁଥଲା।
ଅଭିଯୁକ୍ତ ଘଟଣା ଘଟାଇ ପୁଣି ସେହି ନାବାଳିକା ଘରକୁ ଯାଇଥିଲା। ଝିଅକୁ ଘର ଲୋକ ଖୋଜାଖୋଜି କରିବା ପରେ ପାଇ ନଥିଲେ। ପ୍ରଶାନ୍ତର ହାବଭାବ ଦେଖି ସମସ୍ତଙ୍କ ମଧ୍ୟରେ ସନ୍ଦେହ ହେବାରୁ ଗ୍ରାମବାସୀ ତାକୁ କାବୁ କରିଥିଲେ। ଏହାପରେ ସେ ଦୁଷ୍କର୍ମ ଓ ହତ୍ୟା କରିଥିବା ସ୍ବୀକାର କରିବା ସହ ଘଟଣା ସ୍ଥଳକୁ ନେବା ପରେ ଅଭିଯୁକ୍ତକୁ ପୋଲିସରେ ଜିମା ଦିଆଯାଇଛି।