ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲା, ଗିରଫ ହେଲେ ACF
·1 year ago

ଅର୍ଗସ ବ୍ୟୁରୋ: ଆୟବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗ ମାମଲା । ଗିରଫ ହେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର କୁବେର ACF ରେବତୀ ରମଣ ଯୋଶୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ବରଗଡର ୯ଟି ସ୍ଥାନରେ ଚଢଉ ହୋଇଥିଲା । ଚଢଉ ବେଳେ ଏସିଏଫଙ୍କ ୪ଟି ଫ୍ଲାଟ୍ , ୩ଟି ବିଲଡିଂ, ୭ଟି ପ୍ଲଟ୍ ମିଳିଥିଲା । ଏଥିସହ ୧୪ ଲକ୍ଷ ୫୦ ହଜାର ଟଙ୍କା ଓ ୧୫୦ଗ୍ରାମ୍ ସୁନା ଜବତ ହୋଇଛି । ସମ୍ବଲପୁର ଅଇଁଠାପାଲିରେ ୯୭୦୦ ବର୍ଗଫୁଟର ତିନି ମହଲା ଘର, ମାଳିପାଲ୍ଲୀରେ ବ୍ୟାବସାୟିକ ବିଲଡିଂ, ପଦମପୁରରେ ବିଲଡିଂ, ଭୁବନେଶ୍ବର ଘାଟିକିଆରେ ଫ୍ଲାଟ୍ ରହିଛି । ସମ୍ବଲପୁର ଓ ବରଗଡ ଜିଲ୍ଲାର ପ୍ରମୁଖ ସ୍ଥାନରେ ୭ଟି ପ୍ଲଟ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: