Videos
|
Odisha

ACF Soumya Death Case / ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲାରେ ବଡ଼ ଖୁଲାସା: ଜମାନବନ୍ଦୀରେ ନାହିଁ ତାଳମେଳ

Ritu Das
Browse all articles by Ritu Das
·10 months ago·2 min read
ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲାରେ ବଡ଼ ଖୁଲାସା: ଜମାନବନ୍ଦୀରେ ନାହିଁ ତାଳମେଳ

Key Points

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲାରେ ବଡ଼ ଖୁଲାସା । ସୋମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ ନାହିଁ ତାଳମେଳ । ବଡ଼ ପ୍ରଶ୍ନ ହେଉଛି ୯୫ ପ୍ରତିଶତ ପୋଡି ହୋଇ କେମିତି କଥା କହୁଥିଲେ ସୌମ୍ୟ।
ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲାରେ ବଡ଼ ଖୁଲାସା । ସୋମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ ନାହିଁ ତାଳମେଳ । ବଡ଼ ପ୍ରଶ୍ନ ହେଉଛି ୯୫ ପ୍ରତିଶତ ପୋଡି ହୋଇ କେମିତି କଥା କହୁଥିଲେ ସୌମ୍ୟ । କିଏ ଲେଖିଥିଲା ମୃତ ଏସିଏଫ ସୌମ୍ୟଙ୍କ ଜମାନବନ୍ଦୀ ।



ଜୁଲାଇ 12. 2021 । ନିଜ ସରକାରୀ ବାସଭବନରେ 95 ପ୍ରତିଶତ ପୋଡିହୋଇଯିବା ପରେ ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ନିଆଗଲା ପାରଳାଖେମୁଣ୍ଡି ହସପିଟାଲ୍। ଆଉ ହସପିଟାଲରେ ପହଞ୍ଚିଗଲେ ଖୋଦ୍ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା। ଯାହାକୁ ନେଇ ବଢିଲା ସନ୍ଦେହ। ଆଉ ସନ୍ଦେହକୁ ଘନୀଭୂତ କରୁଛି ଅର୍ଗସ ହାତରେ ଲାଗିଥିବା ଏଇ ଏକ୍ସକ୍ଲୁସିଭ୍ ଦସ୍ତାବିଜ୍। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ବେଳେ ସଂଗ୍ରାମଙ୍କ ଓକିଲ ଗୁରୁତ୍ବ ଦେଇଥିଲେ ମୃତ୍ୟୁକାଳୀନ ଜମାନବନ୍ଦୀ ଉପରେ, ଆଉ ତାହା ହିଁ ଖୋଲିଦେଇଛି ସବୁ ପୋଲ୍।

ଆହୁରି ଅଧିକ ପଢ଼ନ୍ତୁ: ଏଯାଏଁ ଧରାପଡ଼ି ନାହାନ୍ତି ଦୁଇ କିଲର୍ ! ସେମାନଙ୍କୁ କିଏ ଦେଇଛି ଆଶ୍ରୟ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାତି ୧୧ଟା ୧୦ରେ ସୌମ୍ୟଙ୍କ ଜମାନବନ୍ଦୀ ରେକର୍ଡ ପାଇଁ ଡିଷ୍ଟ୍ରିକ୍ ମେଡିକାଲ୍ ହସପିଟାଲକୁ ମଡେଲ ତାନା ଆଇଆଇସି ଚିଠି ଲେଖିଲେ ରାତି 11ଟା 10ରେ। ସମୟ ରାତି ୧୧ଟା ୦୫ । ପ୍ରଶ୍ନ ଯଦି ଆଇଆଇସି ଚିଠି ଲେଖିଲେ ୧୧ଟା ୧୦ରେ ତା ପୂର୍ବରୁ କେମିତି ହେଲା ଜମାନବନ୍ଦୀ ରେକର୍ଡ । ଖାଲି ସେତିକି ନୁହେଁ ଏ ଚିଠି ଉପରେ, ଜିଲ୍ଲାପାଳଙ୍କ ଅଫିସରୁ ତହସିଲଦାରଙ୍କୁ ଜମାନବନ୍ଦୀ ବେଳେ ଉପସ୍ଥିତ ରହିବାକୁ ଯେଉଁ ଚିଠି ହୋଇଛି ସେଥିରେ ଉଲ୍ଲେଖ ରହିଛି ମଡେଲ୍ ଥାନା ଆଇଆଇସି ଘଟଣା ସଂପର୍କରେ ତାଙ୍କୁ ଅବଗତ କରିଛନ୍ତି ରାତି ସାଢେ 8ଟାରେ। ସୌମ୍ୟ ତାଙ୍କ ଜମାନବନ୍ଦୀରେ କହିଛନ୍ତି ରାତି ୮ଟା ୩୦ରେ ଘଟଣା ଘଟିଛି। ଏଠି ପ୍ରଶ୍ନ ଜମାନବନ୍ଦୀରେ ତାଳମେଳ କାହିଁକି ନାହିଁ, କିଏ ଲେଖିଲା ସୌମ୍ୟଙ୍କ ଜମାନବନ୍ଦୀ, ସେଠାରେ ଉପସ୍ଥିତ ନିଜେ ସଂଗ୍ରାମଙ୍କ ଇସାରାରେ ଲେଖାଯାଇନାହିଁ ତ, ୯୫ ପ୍ରତିଶତ ପୋଡି ହେଲା ପରେ କିଭଳି କଥା କହୁଥିଲେ ସୌମ୍ୟ...

ଅଧିକ ପଢ଼ନ୍ତୁ: ବଙ୍ଗୋପସାଗରରେ ଆସୁଛି ବଡ଼ ବାତ୍ୟା!


ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ କଥା ମଧ୍ୟ ଅଲଗା କଥା କହୁଛି। ସେ କହିଛନ୍ତି ସେ ବହି ଜାଳୁଥିଲି, ହଠାତ୍ ଖସିପଡିଲି, ତାଙ୍କ ଉପରେ କିରୋସିନି ଢଳି ଗଲା, ନିଆଁ ଲାଗିଗଲା। ତାଙ୍କର କିଛି ପାରିବାରିକ ସମସ୍ୟା ନଥିଲା। କିନ୍ତୁ ଯଦି ବହି ଜଳାଉଥିଲେ ତାହା ହେଲେ ସେ ବହି କୁଆଡେ ଗଲା, -କାହିଁକି ସେଠାରେ କୌଣସି ପାଉଁଶ କି କଳା ଦାଗ ନଥିଲା, କିରୋସିନ ବୋତଲର ଠିପି ବନ୍ଦ କଲା କିଏ, ଏତେ ସବୁ ଘଟଣା କେମିତି ଜାଣିପାରିଲେନି ପତ୍ନୀ ବିଦ୍ୟାଭାରତୀ, କେଉଁ ଆଧାରରେ ସଂଗ୍ରାମ କେଶରୀ ଓ ରୋଷେୟା ମନ୍ମଥ କୁମ୍ଭକୁ କ୍ଲିନଚିଟ୍ ଦେଇଦେଲା କ୍ରାଇମବ୍ରାଞ୍ଚ । ପୁଣି ସନ୍ଦେହ ଘେରକୁ ଆସିଛନ୍ତି ବିଜେଡି ସରକାରରେ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ଆଗୁଆ ଜାମିନ ଆବେଦନ ଖାରଜ ପରେ ଏବେ ଅଡୁଆରେ ଡିଏଫଓ ସଂଗ୍ରାମ କେଶରୀ ବେହେରା। କୌଣସି ମୁହୁର୍ତ୍ତରେ ବି ଗିରଫ ହୋଇପାରନ୍ତି ଏଇ କରିତକର୍ମା ବାବୁ।