Videos
|
Odisha

Bidyabharati Panda / ଏସିଏଫ୍ ସୌମ୍ୟରଞ୍ଜନ ମୃ*ତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଚାକିରିରୁ ନିଲମ୍ବିତ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଏସିଏଫ୍ ସୌମ୍ୟରଞ୍ଜନ ମୃ*ତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଚାକିରିରୁ ନିଲମ୍ବିତ
Bidyabharati Panda

Key Points

ବିଦ୍ୟାଭାରତୀ ଚାକିରିରୁ ନିଲମ୍ବିତ
ଏସିଏଫ୍ ସୌମ୍ୟରଞ୍ଜନ ହତ୍ୟା ମାମଲା
ଚାକିରିରୁ ନିଲମ୍ବିତ ହେଲେ ପତ୍ନୀ ବିଦ୍ୟାଭାରତୀ
ମାମଲାରେ ଗିରଫ ହୋଇଛନ୍ତି ବିଦ୍ୟାଭାରତୀ

ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃ*ତ୍ୟୁ ଘଟଣାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବିରୋଧରେ ହୋଇଛି ବଡ଼ ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ତାଙ୍କୁ ସରକାରୀ ଚାକିରିରୁ ନିଲମ୍ବିତ କରାଯାଇଛି । ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା କେନ୍ଦ୍ରର ନିର୍ଦ୍ଦେଶକ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ପାରଳାଖେମୁଣ୍ଡି ଆଇଆଇସି ଏବଂ ଏସଡିଜେଏମ୍ କୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ଚିଠି ଆଧାରରେ ବିଦ୍ୟାଭାରତୀଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି । ସେ କପ୍ତିପଦା ବ୍ଲକ୍ ଶାଳଚୁଆ ପଶୁଧନ ସେବା କେନ୍ଦ୍ରରେ ଏଲ୍ଆଇ (ଲାଇଭଷ୍ଟକ୍ ଇନ୍ସପେକ୍ଟର) ଭାବେ କାର୍ଯ୍ୟରତ ଥିଲେ ।

ଅନ୍ୟପଟେ, ଏହି ବହୁଚର୍ଚ୍ଚିତ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ଗତ ୨ ତାରିଖରେ ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଏହାପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମଧ୍ୟ ରହିଛି ।

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃ*ତ୍ୟୁ ଘଟଣା ଦୀର୍ଘଦିନ ଧରି ରାଜ୍ୟରେ ଚର୍ଚ୍ଚାରେ ରହିଆସିଛି । ଏହି ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ନାମ ସାମ୍ନାକୁ ଆସିବା ପରେ ଘଟଣାଟି ଆହୁରି ଚର୍ଚ୍ଚିତ ହୋଇଥିଲା । ଏବେ ତାଙ୍କର ନିଲମ୍ବନ ଘଟଣା ମାମଲାକୁ ପୁଣିଥରେ ଚର୍ଚ୍ଚାର ପରିସରକୁ ଆଣିଛି । ତେବେ ନିଲମ୍ବନ ଏକ ବିଭାଗୀୟ ପ୍ରଶାସନିକ ପଦକ୍ଷେପ । ମାମଲାର ଶେଷ ନ୍ୟାୟିକ ନିଷ୍ପତ୍ତି ଓ ଦୋଷୀ ସାବ୍ୟସ୍ତ ହେବା ପର୍ଯ୍ୟନ୍ତ ଆଇନଗତ ପ୍ରକ୍ରିୟା ଜାରି ରହିବ ।

୨୦୨୧ ମସିହାର ସେହି ଚର୍ଚ୍ଚିତ ରାତି । ଆଉ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃ*ତ୍ୟୁ । ସେଦିନ ଯେଉଁ ବିଦ୍ୟାଭାରତୀଙ୍କ ନାଁରେ ଆସିଥିଲା ସ୍ୱାମୀଙ୍କୁ ଜାଳି ମାରିଦେବାର ସଙ୍ଗୀନ ଅଭିଯୋଗ, ଆଜି ସେ ଜେଲର ଚାରିକାନ୍ଥ ଭିତରେ ଅଛନ୍ତି । ବାହାର ଦୁନିଆର କୋଳାହଳ ଓ ମୋବାଇଲ୍ ଫୋନ୍ ଠାରୁ ସମ୍ପୂର୍ଣ୍ଣ ଦୂରରେ ଏବେ ପାରଳାଖେମୁଣ୍ଡି ଉପ-କାରାଗାରରେ ଦିନ କାଟୁଛନ୍ତି ବିଦ୍ୟା । ସକାଳୁ ଜେଲ୍ ଘଣ୍ଟି ସହ ନିନ୍ଦ ଭାଙ୍ଗୁଛି, ନିର୍ଦ୍ଧାରିତ ସମୟରେ ଖାଉଛନ୍ତି ଜେଲ୍‌ର ଖାଦ୍ୟ । ହେଲେ ଯେଉଁ ବିଦ୍ୟାଭାରତୀଙ୍କ ବାବଦରେ ଦିନେ ସାରା ଓଡ଼ିଶା ଚର୍ଚ୍ଚା କରୁଥିଲା, ସେ ଏବେ କୁଆଡ଼େ ମହିଳା ୱାର୍ଡରେ ସମ୍ପୂର୍ଣ୍ଣ ଗୁମସୁମ୍ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: