Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା , 3 ଜଣ ଷଡଯନ୍ତ୍ର କରି ସୌମ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା , 3 ଜଣ ଷଡଯନ୍ତ୍ର କରି ସୌମ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗ

Key Points

ବଢିଲା ଅଡୁଆ, ଆବେଦନ ଖାରଜ କଲେ ହାଇକୋର୍ଟ
ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ହୋଇପାରନ୍ତି ଗିରଫ
ହତ୍ୟା ଓ ଅପରାଧିକ ଷଡଯନ୍ତ୍ର ଚାଲିବ ମାମଲା (ଦଫା-302, ଦଫା 120-ବି ଷ୍ଟାମ୍ପ)
ମୃତ ସୌମ୍ୟଙ୍କ ପରିବାରରେ ଜାଗିଲା ନ୍ୟାୟର ଆଶା
3 ଜଣ ଷଡଯନ୍ତ୍ର କରି ସୌମ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗ
ସେତେବେଳର ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ଆସିଥିଲେ ସନ୍ଦେହ ଘେରକୁ
କାହିଁକି ଘଣ୍ଟ ଘୋଡାଇଥିଲା ନବୀନ ସରକାର
 

ଏସିଏଫର ସୌମ୍ୟ ରଂଜନ ମହାପାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁର 4 ବର୍ଷ ପରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଏସିଏଫଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ। ବଢିଲା ଗିରଫ ସମ୍ଭାବନା। ଏବେ ଏମାନେ ହତ୍ୟା ମାମଲାରେ ବିଚାରର ସାମନା କରିବେ । ପୂର୍ବରୁ ବିଦ୍ୟା ଭାରତୀ ପଣ୍ଡା, ସଂଗ୍ରାମ କେଶରୀ ବେହେରା ଓ ମନ୍ମଥ କୁମ୍ଭଙ୍କ ନାଁରେ ଆଇପିସିର ଦଫା ୩୨୦ ଓ ୧୨୦- ବି ରେ ମାମଲା ଚାଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପାରଳାଖେମୁଣ୍ଡି ଦୌରା ଜଜ କୋର୍ଟ । ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଦ୍ୟାଭାରତୀ ଓ ସଂଗ୍ରାମ । ସେମାନଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

12 ଜୁଲାଇ, 2021, (ଟେକ୍ସଟ ବ୍ଲାକରେ ଆସିବ) ପାରଳାଖେମୁଣ୍ଡି ସ୍ଥିତ ସରକାରୀ କ୍ୱାର୍ଟରରୁ ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ଅର୍ଦ୍ଧଦଗ୍ଧ ଶରୀର ମିଳିଥିଲା। ତାଙ୍କୁ କଟକ ଅଣାଯାଇଥିଲା। ହେଲେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଉଠିଥିଲା ପ୍ରଶ୍ନ
-ହସପିଟାଲରେ ଉପସ୍ଥିତ ରହି କଣ କରୁଥିଲେ ତତ୍କାଳୀନ ଡିଏଫଓ
-ସୌମ୍ୟଙ୍କୁ ବିଶାଖାପାଟଣା ପଠାନଯାଇ କାହିଁକି କଟକ ଏତେ ବାଟ ଅଣାଗଲା
-କାହିଁକି ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନସକୁ ଅଟକାଗଲା
-ବିଦ୍ୟାଭାରତୀଙ୍କର ଡିଏଫଓଙ୍କ ସହ ସଂପର୍କ ସତ କି
-ଅଡେଇଶହ ଗ୍ରାମ କିରୋସିନିରେ କେମିତି ହେଲା ମୃତ୍ୟୁ
-ଜଣେ ଦକ୍ଷ ତାଲିମପ୍ରାପ୍ତ ବନ ଅଫିସର କେମିତି ପୋଡିହୋଇଗଲେ

ସନ୍ଦେହ ଘେରକୁ ଆସିଥିଲେ ସେତେବେଳର ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। କ୍ରାଇମବ୍ରାଞ୍ଚ ତଦନ୍ତ କଲା, ଘଣ୍ଟ ଘୋଡାଇଲା। ହତ୍ୟା ନୁହେଁ ,ଦୁର୍ଘଟଣା ବୋଲି ଦର୍ଶାଇଲା କ୍ରାଇମବ୍ରାଞ୍ଚ। ବିଦ୍ୟାଭାରତୀଙ୍କ ନାଁରେ କେବଳ ଦଫା 304 ଏ ଲାଗିଲା । କ୍ରାଇମବ୍ରାଞ୍ଚ ତଦନ୍ତକୁ ଗ୍ରହଣ କରିପାରିନଥିଲେ ସୌମ୍ୟଙ୍କ ପରିବାର। ଏହା ବିରୋଧରେ ଯାଇଥିଲେ ଅଦାଲତ। ଏବେ ଜାଗିଛି ନ୍ୟାର ଆଶା।

ଘଟଣାକୁ ଚାପିବାକୁ କ୍ରାଇମବ୍ରାଞ୍ଚ କୁ ଦିଆଯାଇଥିଲା କି ତଦନ୍ତ ଭାର, କାହିଁକି ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିଲେ ପୂର୍ବ ନବୀନ ସରକାର, ବିଜେପି ସରକାରକୁ ଆସିବା ପରେ ଆଇନମନ୍ତ୍ରୀ କହିଥିଲେ ଖୋଲିବ ପୁରୁଣା ଫାଇଲ୍।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ACF Soumya Ranjan death case, 3 people accused of conspiring to kill Soumya | Argus News