Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଚାଲିବ ହତ୍ୟା ମାମଲା

Smruti Parija
Browse all articles by Smruti Parija
·1 year ago·1 min read
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଚାଲିବ ହତ୍ୟା ମାମଲା

Key Points

ବଢିଲା ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଅଡୁଆ

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାକୁ ବିତିଲାଣି 4 ବର୍ଷ

ଏଯାଏଁ ନ୍ୟାୟକୁ ଅପେକ୍ଷା କରିଛନ୍ତି ସୌମ୍ୟଙ୍କ ପରିବାର

ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଢିଲା ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଅଡୁଆ । ୩ ଜଣଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ନିମ୍ନ ଅଦାଲତରେ ସମସ୍ତଙ୍କ ବିରୋଧରେ ଚାଲିବ ହତ୍ୟା ମାମଲା । ମାମଲା ଖାରଜ କରିବା ପାଇଁ ସମସ୍ତେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।


ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାକୁ ବିତିଲାଣି 4 ବର୍ଷ । ଏଯାଏଁ ନ୍ୟାୟକୁ ଅପେକ୍ଷା କରିଛନ୍ତି ସୌମ୍ୟଙ୍କ ପରିବାର । ସୌମ୍ୟରଞ୍ଜନ ପାରଳାଖେମୁଣ୍ଡିରେ ରହୁଥିଲେ । DFO ସଂଗ୍ରାମ ବେହେରାଙ୍କ ସହ ସୌମ୍ୟଙ୍କ ଭଲ ସମ୍ପର୍କ ନଥିଲା । ପ୍ରକୃତରେ କେମିତି ହୋଇଥିଲା ସୌମ୍ୟଙ୍କ ମୃତ୍ୟୁ ? ଅଢ଼େଇ ଶହ ଗ୍ରାମ କିରୋସିନରେ କେମିତି ସୌମ୍ୟଙ୍କ ମୃତ୍ୟୁ ହେଲା ? ସୌମ୍ୟଙ୍କ ମୃତ୍ୟୁ ପଛରେ କାହାର ଚକ୍ରାନ୍ତ, ଆଉ କାହାର ସମ୍ପୃକ୍ତି ଥିଲା ? ଆଜି ବି ତାହା ରହସ୍ୟ ଘେରରେ । ତେବେ କେତେ ଏହି ଘଟଣା ଉପରୁ ପରଦା ଉଠୁଛି, କେବେ ଦୋଷୀକୁ ଶାସ୍ତି ମିଳୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
acf-soumya-ranjan-death-case-murder-case-to-continue | Argus News