ଏକର ଏକର ଚାଷଜମି ଜଳମଗ୍ନ

Key Points
ଭାଙ୍ଗିଲା ବଡାମପୁର ନଦୀ ଆଡ଼ିବନ୍ଧ
ଜମିରେ ପଶିଲା ପାଣି
ଏକର ଏକର ଚାଷଜମି ଜଳମଗ୍ନ
ଚାଷୀକୁଳ ହତାଶ, ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ
ଯୁଆଡ଼େ ଚାହିଁବେ ପାଣି ହିଁ ପାଣି । ହଜାର ହଜାର ଏକର ଚାଷ ଜମି ଜଳମଗ୍ନ । ବର୍ଷା ଉଜାଡି ଦେଲା ଚାଷୀର ଚାଷ , ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି ବର୍ଷା। କେଉଁଠି ବିଲ କେଉଁଠି ପୋଖରୀ କିଛି ଜଣାପଡୁନାହିଁ । ଗତ ଶୁକ୍ରବାର ପ୍ରବଳ ବର୍ଷା ପରିଣାମର କରୁଣ ପରିସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକରେ। ଜମ୍ଭୀରା ନଦୀର ବଡାମପୁର ନଦୀ ଆଡ଼ିବନ୍ଧ ଭାଙ୍ଗି ୨ ହଜାର ଏକରରୁ ଉର୍ଦ୍ଧ୍ବ ଚାଷ ଜମି ଜଳମଗ୍ନ ହୋଇଛି।ଫଳରେ ଚାଷ ପାଇଁ ତଳି ଲଗାଇଥିବା ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି।
ରାସଗୋବିନ୍ଦପୁର ବ୍ଲକର ତିନୋଟି ପଞ୍ଚାୟତ ରାଘବପୁର, ବଡ଼ାମପୁର ଓ ତୁଟାପୋଡ଼ା ର ଶହ ସହ ଚାଷୀଙ୍କ ହଜାର ହଜାର ଏକର ଚାଷଜମି ଓ ରାସ୍ତା ସୋଇଯିବା ସହ କିଛି ଗାଁରେ ବି ବର୍ଷା ପାଣି ପ୍ରଵେଶ କରିଛି। ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ଉଠା ଜଳସେଚନ ବିଭାଗର ମାରଣା ନିତିଯୋଗୁଁ ଅଳ୍ପ ଦିନରେ ଭାଙ୍ଗିଗଲା ଆଡିବନ୍ଧ ଏବଂ ପାଣିରେ ବୁଡିଗଲା ଚଷା ପୁଅର ସ୍ବପ୍ନ। ଖାଲି ଏ ଗୋଟିଏ ଥର ନୁହେଁ ପ୍ରଶାସନିକ ଅବହେଳା ଯୋଗୁଁ ପ୍ରତିବର୍ଷ ଚାଷୀ କ୍ଷତି ସହୁଛନ୍ତି। କେବେ ହେବ ସ୍ଥାୟୀ ସମାଧାନ ସେଇ ଦିନକୁ ଚାହିଁ ବସିଛନ୍ତି ଚାଷୀକୁଳ।