BABU / ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ଅସମ୍ମାନ କଲେ ହେବ ଆକ୍ସନ, ସତର୍କ କଲା କେନ୍ଦ୍ର
·7 months ago·2 min read

Key Points
ବିଧାୟକ ଓ ସାଂସଦ ଙ୍କୁ ଅସମ୍ମାନ କଲେ ଅଧିକାରୀଙ୍କ ଉପରେ ହେବ ଆକ୍ସନ
ଅସମ୍ମାନର ପ୍ରମାଣ ମିଳିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ
ବହିଷ୍କାର କିମ୍ବା ବାଧ୍ୟତାମୂଳକ ଅବସର ଭଳି କଠୋର ଦଣ୍ଡ ଭୋଗିବେ ଅଧିକାରୀ
ବଦଳି, ପଦୋନ୍ନତି କିମ୍ବା ବ୍ୟକ୍ତିଗତ ସ୍ବାର୍ଥ ପାଇଁ କୌଣସି ରାଜନୈତିକ ଚାପ ପକାଇଲେ ବି ହେବ ଆକ୍ସନ
ସବୁ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଲା କାର୍ମିକ ମନ୍ତ୍ରଣାଳୟ

ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ଅସମ୍ମାନ କଲେ କିମ୍ବା ସେମାନଙ୍କ ନିର୍ଦ୍ଦେଶକୁ ହେୟଜ୍ଞାନ କଲେ କାର୍ଯ୍ୟାନୁଷ୍ଠା ହେବ । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ସତର୍କ କରାଇ ଦେଇଛି ଯେ ବିଧାୟକ ଓ ସାଂସଦଙ୍କୁ ସମ୍ମାନ ଦେବା ପାଇଁ ଉଦ୍ଦିଷ୍ଟ ପ୍ରୋଟୋକଲକୁ ନ ମାନିଲେ ଏପରିକି ନିଜର ବଦଳି କିମ୍ବା ପଦୋନ୍ନତି ତଥା ବ୍ୟକ୍ତିଗତ ସ୍ବାର୍ଥ ପାଇଁ କୌଣସି ରାଜନୈତିକ ଚାପ ପକାଇଲେ, ସରକାରୀ ନିୟମ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଅଫିସରଙ୍କ ବିଶୃଙ୍ଖଳିତ ଆଚରଣକୁ ନେଇ ରାଜ୍ୟସଭାର ଏଥିକ୍ସ କମିଟି ଓ ଲୋକସଭାର ପ୍ରୋଟୋକଲ ଉଲ୍ଲୁଘନ କମିଟି ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ସବୁ ରାଜ୍ୟକୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଏହି ନିର୍ଦ୍ଦେଶନାମା ଅନୁସାରେ, ଅଫିସରମାନେ ଶିଷ୍ଟାଚାର ପାଳନ କରିବାକୁ ବାଧ୍ୟ । ଜଣେ ସାଂସଦ କିମ୍ବା ବିଧାୟକ କୌଣସି ଅଧିକାରୀଙ୍କୁ ଭେଟିବାକୁ ଆସିଲେ, ସମ୍ପୃକ୍ତ ଅଫିସର ନିଜ ଆସନରୁ ଛିଡ଼ା ହୋଇ ତାଙ୍କୁ ସ୍ବାଗତ କରିବା ସହ ବିଦାୟ ସମୟରେ ଅଫିସ ବାହାର ପର୍ଯ୍ୟନ୍ତ ତାଙ୍କୁ ଛାଡ଼ିବାକୁ ଯିବେ। ଏପରିକି ଜନପ୍ରତିନିଧିଙ୍କ ଗାଡ଼ିକୁ ଅଫିସ୍ ପରିସର ମଧ୍ୟକୁ ପ୍ରବେଶ କରିବା ପାଇଁ ସୁରକ୍ଷା କଟକଣାକୁ ବି କୋହଳ କରିବେ ବୋଲି କୁହାଯାଇଛି । କେନ୍ଦ୍ରର ଏହି ନିର୍ଦ୍ଦେଶନାମାକୁ ରାଜ୍ୟରେ କଡ଼ାକଡ଼ି ପାଳନ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ।
୨୦୨୫ ମେ ୨୫ ତାରିଖରୋ ବିଡିଓ ସମ୍ମିଳନୀରେ ସରକାରୀ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ତାଗିଦ କରିଥିଲେ । ଅନେକ ବିଡିଓ ମାନେ ଜନ ପ୍ରତିନିଧିଙ୍କ କଥା ଶୁଣୁ ନାହାନ୍ତି। ସମ୍ମାନ ଦେଉନାହାନ୍ତି, ଚେୟାର ବି ଦେଉ ନାହାନ୍ତି ବୋଲି କହି କ୍ଷୋଭ ପ୍ରକାଶ କରିଥିଲେ।
ଗତ ୨୯ ନଭେମ୍ବର ୨୦୨୪। ରାଜ୍ୟ ସରକାର ସମସ୍ତ ବିଭାଗକୁ ଏକ ଚିଠି କରିଥିଲେ। ବୁକ ସର୍କୁଲାର ୪୭ର ପାଳନ ପାଇଁ ତାଗଦ କରିଥିଲେ। ଏବେ କେନ୍ଦ୍ର ବି ମନେ ପକାଇ ଦେଇଛି। ଦେଖିବାକୁ ରହିଲା ବାବୁମାନେ ବିଧାୟକ ଓ ସାଂସଦଙ୍କୁ ଦେଖି ବସିବା ଚେୟାରରୁ ଉଠିଆସୁଛନ୍ତି ନା ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବରୁ ବୁକ ସରକୁଲାର ୪୭ ଥିବା ତାକୁ ରାଜ୍ୟରେ ସଠିକ ଭାବେ ପାଳନ କରୁ ନଥିଲେ ସରକାରୀ ଅଧିକାରୀ ମାନେ । ଏବେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଏପରି କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଉପରେ ନଜର।
ବାବୁ ବନାମ ଜନ ପ୍ରତିନିଧି । ଏ ଟଣା ଓଟରା ବେଶ୍ ପୁରୁଣା। ଅଧିକାରୀ ମାନେ ଜନ ପ୍ରତିନିଧିମାନଙ୍କୁ ସମ୍ମାନ ଦେଉନଥିବାର ଅଭିଯୋଗ ବାରାମ୍ବାର ହୋଇଛି। ଏପରିକି ବିଧାନସଭାରେ ମଧ୍ୟ ଉଭୟ ଶାସକ ଓ ବିରୋଧୀ ବୁକ ସର୍କୁଲାର ୪୭ ପାଳନ ହେଉନଥିବା କହିଛନ୍ତି। ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Related Topics
Explore more stories