ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଏବେଠାରୁ ଆକ୍ସନ ପ୍ଲାନ

ଜୁନ ୨୭ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ପୁରୀ ପ୍ରଶାସନ। ଯେଉଁ ବିଭାଗକୁ ଯେଉଁ ଦିଆଯାଇଛି ତାହାକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ମିଳିଛି ଡେଡ୍ ଲାଇନ୍। ମାର୍ଚ୍ଚ ଶେଷ ଆଡକୁ ହେବ ରଥଯାତ୍ରା ପ୍ରଥମ ସମନ୍ୱୟ କମିଟି ବୈଠକ। ତା ପୂର୍ବରୁ ବିଭାଗୀୟ ଅଧିକାରୀଙ୍କୁ ଆକ୍ସନ ପ୍ଲାନ ରିପୋର୍ଟ ପ୍ରସ୍ତୁତ କରିବାକୁ ରହିଛି ନିର୍ଦ୍ଦେଶ। ଏହାସହ ରଥଯାତ୍ରା ମ୍ୟାନେଜମେଣ୍ଟ ପାଇଁ ପ୍ରସ୍ତୁତ ହୋଇଛି ଏକକ ଆପ୍।
୫୦ ଲକ୍ଷ ଭକ୍ତଙ୍କ କ୍ରାଉଡ କଣ୍ଟ୍ରୋଲ ଷ୍ଟ୍ରାଟେଜି ପାଇଁ କୁମ୍ଭମେଳା ଭଳି ଷ୍ଟ୍ରାଟେଜି ଆପଣାଇବ ପୋଲିସ। ଏଆଇ ଟେକ୍ନୋଲୋଜି ସହ, ସିସିଟିଭି ସର୍ଭିଲାନସ ଉପରେ ରହିବ ଫୋକସ୍। ଏଆଇ ମାଧ୍ୟମରେ ହେବ ଟ୍ରାଫିକ ମନିଟରିଂ। ପାର୍କିଂଠାରୁ ଆରମ୍ଭ କରି ରୋଡ ପର୍ଯ୍ୟନ୍ତ ସମସ୍ତ ସୂଚନା ଆଗୁଆ ପାଇବେ ଆଗନ୍ତୁକ। ଅନ୍ୟପଟରେ ଗତ ବର୍ଷ ଭୂଲ ସୁଧାରିବା ପାଇଁ ସେବାୟତଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ନିଯୋଗ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା। ସ୍ନାନ ପୂର୍ଣ୍ଣିମାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ଶୃଙ୍ଖଳା ପାଇଁ ସରିଛି ମାନସ ମନ୍ଥନ।
ଚଳିତ ବର୍ଷ ଏପ୍ରିଲ ୩୦ ତାରିଖ ଅକ୍ଷୟ ତୃତୀୟା ତିଥିରେ ହେବ ରଥକାଠ ଅନୁକୂଳ, ଜୁନ ୧୧ରେ ଦେବସ୍ନାନ ପୂର୍ଣ୍ଣିମା, ଜୁନ ୨୭ରେ ଶ୍ରୀଗୁଣ୍ଡିଚା, ଜୁଲାଇ ୫ରେ ବାହୁଡା ଯାତ୍ରା, ଜୁଲାଇ ୬ରେ ସୁନାବେଶ, ଜୁଲାଇ ୭ରେ ଅଧରପଣା ଓ ଜୁଲାଇ ୮ ତାରିଖରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ।