Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚିକିଟି ମଦ ମୃତ୍ୟୁରେ କାର୍ଯ୍ୟାନୁଷ୍ଠାନ,  ଦୁଇ ଅଧିକାରୀଙ୍କ ବଦଳି 

Manini Pattanayak
Browse all articles by Manini Pattanayak
·1 year ago
ଚିକିଟି ମଦ ମୃତ୍ୟୁରେ କାର୍ଯ୍ୟାନୁଷ୍ଠାନ,  ଦୁଇ ଅଧିକାରୀଙ୍କ ବଦଳି 

ବ୍ରହ୍ମପୁର:  ଗଞ୍ଜାମ ଚିକିଟି ମଦ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଦୁଇ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର । ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସ୍‌ଆଇଙ୍କୁ ବଦଳି । ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତିଙ୍କ କୋରାପୁଟକୁ ବଦଳି କରାଯାଇଛି । ଏସ୍ଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି ।

ପୂର୍ବରୁ ଏହି ମାମଲାରେ ବ୍ରହ୍ମପୁର ଅବକାରୀ ଅଧୀକ୍ଷକଙ୍କୁ ନିଲମ୍ବନ କରାଯାଇଛି । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ଚିକିଟି ବେଆଇନ ମଦ କାରବାର ଘଟଣାରେ 8 ଜଣଙ୍କୁ ଗିରଫ କରାଯାଇଛି । 
ଅଧିକ ପଢନ୍ତୁ : ଚିକିଟି ମଦ ମୃତ୍ୟୁକୁ ନେଇ ସରଗରମ ହୋଇପାରେ ଗୃହ !

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Action taken in Chikiti liquor death, two officers replaced | Argus News