ତଦନ୍ତ ରିପୋର୍ଟ ପରେ ଦୋଷୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ସ୍ଵାସ୍ଥ୍ୟମନ୍ତ୍ରୀ

Key Points
କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ୬ ରୋଗୀ ମୃତ୍ୟୁ ଘଟଣା
ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ସ୍ଥିତି ଅନୁଧ୍ୟାନ କଲେ ସ୍ବାସ୍ଥ୍ୟମନ୍ତ୍ରୀ
କେଉଁ ପରିସ୍ଥିତିରେ ଓ କିଭଳି ରୋଗୀ ମୃତ୍ୟୁ ହେଲା ସରଜମିନ୍ ତଦନ୍ତ
ବିଶେଷଜ୍ଞ ଦଳଙ୍କ ସହ ସମୀକ୍ଷା ବୈଠକ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ତଦନ୍ତ ରିପୋର୍ଟ ପରେ ଦୋଷୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ- ସ୍ବାସ୍ଥ୍ୟମନ୍ତ୍ରୀ
କୋରାପୁଟରେ ୬ ରୋଗୀ ମୃତ୍ୟୁ ଘଟଣାରେ ତନାଘନା । ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ସ୍ଥିତି ଅନୁଧ୍ୟାନ କଲେ ସ୍ବାସ୍ଥ୍ୟମନ୍ତ୍ରୀ । କେଉଁ ପରିସ୍ଥିତିରେ ଓ କିଭଳି ରୋଗୀ ମୃତ୍ୟୁ ହେଲା ସରଜମିନ୍ ତଦନ୍ତ । ମେଡିକାଲ ପରିଦର୍ଶନ ପରେ ବିଶେଷଜ୍ଞ ଦଳଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ- ତଦନ୍ତ ରିପୋର୍ଟ ଆସିବା ପରେ ଯିଏ ଦୋଷୀ ତା ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।
ଘଟଣାରେ MKCGରୁ ୩ ଜଣିଆ ଓ SCBରୁ ୨ ଜଣିଆ ଟିମ୍ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଫୁଙ୍ଖାନୁପୁଙ୍ଖ ତଦନ୍ତ କରିଛନ୍ତି । ମଙ୍ଗଳବାର ରାତିରେ ମେଡିକାଲ ସର୍ଜରୀ ବିଭାଗରେ ଆଇସିୟୁ ଓ ବେଡ଼ରେ ୬ ରୋଗୀଙ୍କ ଜୀବନ ଚାଲି ଯାଇଥିବା ପରିବାର ଲୋକେ କହିଛନ୍ତି । ୪ ମୃତକଙ୍କ ପରିବାରର ଅଭିଯୋଗ- ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଛି ।