Videos
|
Odisha

Nabin Pattnaik / ସୋସିଆଲ ମିଡ଼ିଆରେ ଆକ୍ଟିଭ ହେଲେ ଗୃହରେ ଆବସେଣ୍ଟ୍ ନବୀନ

Rashmita Mishra
Browse all articles by Rashmita Mishra
·9 months ago·2 min read
ସୋସିଆଲ ମିଡ଼ିଆରେ ଆକ୍ଟିଭ ହେଲେ ଗୃହରେ ଆବସେଣ୍ଟ୍ ନବୀନ
Nabin Pattnaik

Key Points

ସୋସିଆଲ ମିଡ଼ିଆ ରେ ଆକ୍ଟିଭ
ହେଲେ ଗୃହରେ ଆବସେଣ୍ଟ୍
8 ଦିନ ହେଲା ଗୃହକୁ ଆସୁ ନାହାନ୍ତି ବିରୋଧୀଦଳ ନେତା
ଗଣତାନ୍ତ୍ରିକ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲା ବିଜେପି

ସୋସିଆଲ ମିଡ଼ିଆରେ ଆକ୍ଟିଭ ହେଲେ ଗୃହରେ ଆବସେଣ୍ଟ୍ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ  । ୮ ଦିନ ହେଲା ଗୃହକୁ ଆସୁ ନାହାନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଗଣତାନ୍ତ୍ରିକ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲା ବିଜେପି । ସ୍ୱାସ୍ଥ୍ୟ ଗତ ସମସ୍ୟା କହି କଥା ଏଡାଇଗଲା ବିଜେଡି ।

ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଚାଲିଛି ବିଧାନସଭାର ଶୀତ ଅଧିବେଶନ। ପ୍ରଶ୍ନକାଳ ଚାଲୁଛି.. ଶୂନ୍ୟକାଳ, ମୂଲତବି ପ୍ରସ୍ତାବ ସହ ଅତିରିକ୍ତ ବଜେଟ ଖର୍ଚ୍ଚ ଦାବି ଆଲୋଚନା ବି ସରଗରମ ହେଉଛି । ହେଲେ ଗୃହରେ ଦେଖା ଯାଉ ନାହାନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୯ ଦିନର ଗୃହ କାର୍ଯ୍ୟ ଭିତରେ କେବଳ ରାଷ୍ଟ୍ରପତି ଆସିଥିବା ଗୋଟିଏ ଦିନ ବିଧାନସଭାକୁ ଆସିଥିଲେ ନବୀନ ତା'ପରେ ଆଉ ଆସିନାହାନ୍ତି ।

ଯାହାକୁ ନେଇ ଗୃହ ର ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏହା ଭୁଲ ସଂକେତ ଦେଉଥିବା କହିଛନ୍ତି ବିଜେପି ଓ କଂଗ୍ରେସ । ତେବେ ବିଜେଡି କହିଛି ସ୍ୱାସ୍ଥ୍ୟ ଗତ ସମସ୍ୟା କାରଣରୁ ସବୁ ଦିନ ଆସି ପାରୁ ନ ଥିଲେ ବି କିଛି ଦିନ ବିଧାନସଭାରେ ଭାଗ ନେଉଛନ୍ତି ।

କିଛି ଦିନ ତଳେ ହୋଇଥିବା ନୂଆପଡା ଉପନିର୍ବାଚନ ବେଳେ ଦୁଈ ଦୁଈ ଥର ନୂଆପଡା ଯାଇ ପ୍ରଚାର କରିଥିଲେ ନବୀନ । ବିଜେପିକୁ ବି କରିଥିଲେ କଡା ଟାର୍ଗେଟ । ଚଳିତ ବିଧାନସଭା ଅଧିବେଶନ ଚାଲିବା ଭିତରେ ନବୀନ ନିବାସରେ ବିଭିନ୍ନ ଲୋକଙ୍କୁ ଭେଟୁଛନ୍ତି । ଭଦ୍ରକରେ ବିଜେଡି ଦୁର୍ବଳ ହେବା ନେତାଙ୍କୁ ଡାକି ସଂଗଠନ ନେଇ ଆଲୋଚନା କରିଥିଲେ ବିଜେଡି ସୁପ୍ରିମୋ ।ଏପରିକି ବଜେଟ ଓ ANM ପରୀକ୍ଷା ବାତିଲ ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସରକାରକୁ ବି ଘେରିଥିଲେ । ହେଲେ ଗୃହ ଭିତରେ ନବୀନଙ୍କ ଅନୁପସ୍ଥିତି ବିଜେଡି ସ୍ୱର କୁ ଦୁର୍ବଳ କରିବା ଭଳି ମନେ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: BJDକୁ ଧୋଇଲେ ସନା, କହିଲେ ଶହ ଶହ କୋଟି ନେଲେ କିନ୍ତୁ କିଛି ଦେଲେନି ! 

ଚଳିତ ଅଧିବେଶନରେ ୧୫ଟି ବୈଠକ ହେବ । ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ସଂସଦର ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର ୧୦ଟି ବିଲ ଆଗତ କରିବାକୁ ଯୋଜନା ରଖିଛନ୍ତି । ପରମାଣୁ ଶକ୍ତି ବିଲ୍, ୨୦୨୫ ସହିତ ନଅଟି ନୂତନ ବିଲ୍ ଆଗତ ହୋଇପାରେ ।

ଏଥିରେ ଭାରତୀୟ ଉଚ୍ଚଶିକ୍ଷା ଆୟୋଗ, ଜାତୀୟ ରାଜପଥ, କର୍ପୋରେଟ୍ ଆଇନ ସଂଶୋଧନ, ସିକ୍ୟୁରିଟିଜ୍ ମାର୍କେଟ୍ କୋଡ୍, ୨୦୨୫ ଏବଂ ମଧ୍ୟସ୍ଥତା ଆଇନରେ ପରିବର୍ତ୍ତନ ଅନ୍ତର୍ଭୁକ୍ତ । ଅନ୍ୟପଟେ ବିରୋଧୀ SIR ପ୍ରସଙ୍ଗରେ ସରକାରଙ୍କୁ ଘେରି ପାରନ୍ତି । ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣକୁ ମୁଦା କରିପାରନ୍ତି ବରୋଧୀ । କଂଗ୍ରେସ ନେତା ପ୍ରମୋଦ ତିୱାରୀ କହିଛନ୍ତି ଅଧିବେଶନରେ ଭୋଟ ଚୋରି ପ୍ରସଙ୍ଗ ଉଠାଇବେ । 

Related Topics

Explore more stories

Nabin Pattnaik | Active on Social Media but Absent at Home — Naveen Pattanaik Statement | Argus News