|
logo
Live

Argus News - ମା ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ପେଣ୍ଡାଲ ସମେତ ଶକ୍ତିପୀଠ

Odisha

ମା ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ପେଣ୍ଡାଲ ସମେତ ଶକ୍ତିପୀଠ

Manini Pattanayak
Browse all articles by Manini Pattanayak
·1 year ago·2 min read
ମା ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ପେଣ୍ଡାଲ ସମେତ ଶକ୍ତିପୀଠ

କଟକ: ପାର୍ବଣକୁ ନେଇ ସରଗରମ ସିଲଭର ସିଟି । ମା ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ପେଣ୍ଡାଲ ସମେତ ଶକ୍ତିପୀଠ । କଟକ ମାଛୁଆ ବଜାରର ଅନ୍ୟତମ ପୂଜା ମଣ୍ଡପ ସର୍ପା ଦୁର୍ଗା ମଣ୍ଡପ । କେବେଠୁ ଏହି ମଣ୍ଡପରେ ଆରମ୍ଭ ହୋଇଛି ପୂଜା,  କଣ ରହିଛି ମଣ୍ଡପର ଇତିହାସ ଦେଖନ୍ତୁ ରିପୋର୍ଟ ।  କଟକର ଆଉ ଏକ ସର୍ବ ପୁରାତନ ପୂଜା ମଣ୍ଡପ ହେଉଛି କଟକ ବକ୍ସିବଜାର ସର୍ପା ଦୁର୍ଗା ମଣ୍ଡପ ।

ଇତିହାସ କୁହେ 1752 ମସିହାରେ  ମୁର୍ସିଦାବାଦର  ତତ୍କାଳୀନ ରାଜା ତଥା ଜମିଦାର ସ୍ବରୂପ ଚନ୍ଦ୍ର ଦାସ କଟକ ଆସି  ଏଠାରେ ପୂଜା ଆରମ୍ଭ କରିଥିଲେ । ଆଜିକୁ 2 ଶହ 72 ବର୍ଷ ହେବ  ମା ଏଠାରେ ପୂଜା ପାଇ ଆସୁଛନ୍ତି। ପ୍ରଥମେ ଏକ ଘରେ ଘଟ ସ୍ଥାପନ କରି ଘରୋଇ ପୂଜା ରୂପରେ ପୂଜା କରାଯାଉଥିଲା । ପରବର୍ତ୍ତୀ ସମୟରେ ଅର୍ଥାତ ୧୯୫୦ ମସିହା ବେଳକୁ ୭ ସାହି ଏକାଠି ହୋଇ ମାଙ୍କ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ କରିଥିବା ଜଣାପଡିଛି । ତେବେ ଏହି ମଣ୍ଡପରେ ବେଙ୍ଗଲି ପାଞ୍ଜି ଓ ପରମ୍ପରା ଅନୁଯାୟୀ ପୂଜା ଅର୍ଚ୍ଚନା କରା ଯାଇଥାଏ ବୋଲି କହିଛନ୍ତି ପୂଜା ମଣ୍ଡପର ସମ୍ପାଦକ। 

 ମଣ୍ଡପରେ ଷଷ୍ଠୀ ଠାରୁ ବେଲ୍ବ ବରଣୀ କରି ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ।  ଦଶମୀ ଦିନ ମା ଙ୍କ ପୂଜା ଅର୍ଚ୍ଚନା କରାଯାଇ ସେହି ଦିନ ଅର୍ଥାତ ଦଶମୀରେ ହିଁ ମା ଙ୍କୁ ମେଲାଣି ଦିଆଯାଇଥାଏ ବୋଲି କହିଛନ୍ତି କର୍ମକର୍ତ୍ତା । କଟକର ଅଧିକାଶଂ ପୂଜା ମଣ୍ଡପରେ ଦୁର୍ଗାଙ୍କୁ ମା ରୂପରେ ପୂଜା କରାଯାଇଥାଏ । ମାତ୍ର ଏଠାରେ ମାଙ୍କୁ ଝିଅ ରୂପରେ ପୂଜା କରାଯାଇଥାଏ ।  ଦଶମୀ ତିଥିରେ ସିନ୍ଦୁର ଖେଳ ପରେ ମା ଦୁର୍ଗାଙ୍କୁ ଝିଅ ରୂପରେ ବିଦାୟ ଦିଆଯାଇଥାଏ । ବିଦାୟ ବେଳେ ମାଙ୍କ ଆଗରେ ଖଇ ପକାଇ ବିଦାୟ ଦିଆଯାଏ। ମା ଙ୍କ ବିସର୍ଜନ ସରିବା ପରେ ମଣ୍ଡପରେ ଶାନ୍ତି ପାଣି ପୂଜା କରାଯାଇ ରୀତିନୀତି ସମ୍ପର୍ଣ୍ଣ କରାଯାଏ ବୋଲି କହିଛନ୍ତି କର୍ମକର୍ତ୍ତା। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମା ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ପେଣ୍ଡାଲ ସମେତ ଶକ୍ତିପୀଠ | Argus News