ଆରପାରିରେ ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ

Key Points
ଶନିବାର ହଠାତ୍ ତାଙ୍କର ପରଲୋକ ଘଟିଛି ।
ସେ ଜଣେ ଧର୍ମପରାୟଣା, ପରୋପକାରିଣୀ ଏବଂ ବନ୍ଧୁବତ୍ସଳା ମହିଳା ଭାବେ ଜନପ୍ରିୟ ଥିଲେ ।
ଆର ପାରିରେ ସିଦ୍ଧାନ୍ତଙ୍କ ମାଆ । ଓଡ଼ିଶାର ଖ୍ୟାତନାମା ଅଭିନେତା ତଥା ବିଜେପି ଦଳର ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମା’ କନକ ମହାପାତ୍ରଙ୍କ ବିୟୋଗ ହୋଇଛି। କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ଶନିବାର ତାଙ୍କର ପରଲୋକ ଘଟିଛି । ସେ ଜଣେ ଧର୍ମପରାୟଣା, ପରୋପକାରିଣୀ ଏବଂ ବନ୍ଧୁବତ୍ସଳା ମହିଳା ଭାବେ ଜନପ୍ରିୟ ଥିଲେ ।
ମାଆଙ୍କ ବିୟୋଗରେ ଭାଙ୍ଗିପଡ଼ିଛନ୍ତି ପୁଅ ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର । କେବଳ ସିଦ୍ଧାନ୍ତ ନୁହଁନ୍ତି ରାଜ୍ୟ ରାଜନୀତିର ବଡ଼ ବଡ଼ ବ୍ୟକ୍ତିତ୍ୱ ମଧ୍ୟ ଏହି ଖବର ଶୁଣିବା ପରେ ମର୍ମାହତ ହୋଇପଡ଼ିଛନ୍ତି।
ଓଡ଼ିଶାର ଖ୍ୟାତନାମା ଅଭିନେତା ତଥା ଆମ ଦଳର ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମା’ କନକ ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସେ ଜଣେ ଧର୍ମପରାୟଣା, ପରୋପକାରିଣୀ ଏବଂ ବନ୍ଧୁବତ୍ସଳା ମହିଳା ଭାବେ ଜନପ୍ରିୟ ଥିଲେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି…
📱 Get Argus News App
✨— Dharmendra Pradhan (@dpradhanbjp) August 2, 2025
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଏକ୍ସ ହ୍ୟାଣ୍ଡେଲରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ଏହାସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ସିଦ୍ଧାନ୍ତଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ମାଆଙ୍କ ଶେଷ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ ମଧ୍ୟ ଉପସ୍ଥିତ ଅଛନ୍ତି ।
ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃବିୟୋଗ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ । ଶ୍ରୀ ମହାପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ଓ ଶୋକାକୁଳ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲି । ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ… pic.twitter.com/vqJ5wOMST2
— Mohan Charan Majhi (@MohanMOdisha) August 2, 2025