ବିଜେଡି ଛାଡିବେ ଅନୁଭବ ! ଇସାରାକୁ ନେଇ ବଢିଲା ଚର୍ଚ୍ଚା

ଅର୍ଗସ ବ୍ୟୁରୋ : ବିଜେଡି ଛାଡିବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଖୁବଶୀଘ୍ର ବିଜେଡି ଛାଡିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର । କୁହାଯାଉଥିଲା କି ପରିବାର ମାମଲାରେ ଛନ୍ଦି ହେବା ପରେ ଅନୁଭବଙ୍କ ସହ ଗୋଟିଏ ପ୍ରକାର ସମ୍ପର୍କ ଛିନ୍ନ କରିଥିଲା ଦଳ । ଆଉ ଏହାରି ଭିତରେ ନିର୍ବାଚନ ଆସିଲାଣି, ପ୍ରାର୍ଥୀ ବି ବଛା ହେଲେଣି । ହେଲେ ଏତିକି ବେଳେ ଅନୁଭବ ଦଳ ଛାଡିବା ନେଇ ଚର୍ଚ୍ଚା ହେବାରୁ ଗୋଟିଏ କଥା ସ୍ପଷ୍ଟ ବିଜେଡିରେ ଏବେ ଆଉ କିଛି ଠିକ୍ଠାକ୍ ନାହିଁ । ଜଣଙ୍କ ପରେ ଜଣେ ଷ୍ଟାଣ୍ଡିଂ ନେତା ଛାଡୁଛନ୍ତି ବିଜେଡି କ'ଣ କରିବେ ନବୀନ ବାବୁ ?
ନିର୍ବାଚନକୁ ନେଇ ଟେନସନରେ ବିଜେଡି । କାରଣ ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ଦଳ । ପ୍ରଥମେ ଅରିନ୍ଦମ ରଏ, ପରେ ପରେ ଭର୍ତ୍ତୃହରି ମହତାବ ଆଉ ଏବେ ଅନୁଭବ ବି ଲାଇନ୍ରେ ରହିଲେଣି । ହେଲେ ମୁଣ୍ଡ ଉପରେ ନିର୍ବାଚନ ଆସିଥିବାରୁ କାହାକୁ ଦଳ ଟିକଟ ଦେବ ତାହାକୁ ନେଇ ଅଙ୍କକଷା ଚାଲିଛି । ଏପଟେ କିନ୍ତୁ ଦଳ ଛାଡ଼ିବା ନେଇ ଯଦିଓ ଅନୁଭବଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ କିନ୍ତୁ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏନେଇ ଜୋରଦାର ଚର୍ଚ୍ଚା । ବିଜେଡି ଛାଡି ବିଜେପି ଯିବେ କି ଅନୁଭବ? କେବେ ଛାଡିବେ ଦଳ ?
ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଇପାରନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । କାରଣ ୨୦୧୯ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲଢ଼ିଥିବା ଅନୁଭବ ଗତ କିଛି ବର୍ଷ ଧରି ରାଜନୀତିରେ ସେତେଟା ସକ୍ରିୟ ରହୁନଥିବା ଦେଖିବାକୁ ମିଳିଛି । ବିଶେଷକରି ପାରିବାରିକ କଳହ ଯୋଗୁଁ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳେ ନାହିଁ । ଏମିତିକି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବାର ନଜିର ଆସିନାହିଁ । ତେବେ ଅନୁଭବ ମହାନ୍ତି ବିଜେପିରେ ଯୋଗଦେବା ନେଇ ଗତ କିଛି ଦିନ ହେବ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଆସୁଛି । ହେଲେ ଏନେଇ ଦଳ ପକ୍ଷରୁ କିମ୍ବା ଅନୁଭବଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।
📱 Get Argus News App
✨
