Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତତଲା କଡେଇରେ ପଡିଗଲେ ଅଭିନେତା ହାଡୁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ତତଲା କଡେଇରେ ପଡିଗଲେ ଅଭିନେତା ହାଡୁ

Key Points

ତତଲା କଡେଇରେ ପଡିଗଲେ ଅଭିନେତା
ହାସ୍ୟ ଅଭିନେତା ହାଡୁ ଗୁରୁତର

ଓଡ଼ିଶାର ଲୋକପ୍ରିୟ ଅଭିନେତା ହାଡୁ ଗୁରୁତର। ଗରମ କଡ଼େଇ ଉପରେ ପଡ଼ିଯିବାରୁ ସେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅସାବଧାନତା ବଶତଃ ଗରମ କଡେଇରେ ପଡିଯାଇଥିବା ଜଣାପଡିଛି। ତାଙ୍କ ଶରୀର ପ୍ରାୟ ୨୮% ପୋଡ଼ି ଯାଇଛି । ଆଖିର ଉପର ପାର୍ଶ୍ୱ ଏବଂ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିବାବେଳେ ବର୍ତ୍ତମାନ ସେ ବିପଦମୁକ୍ତ ଥିବା ସମ୍ପର୍କୀୟ କହିଛନ୍ତି । ହାଡ଼ୁ ତାଙ୍କର ହାସ୍ୟ ଅଭିନୟ ପାଇଁ ବେଶ ପରିଚିତ । ଅନେକ ଓଡ଼ିଆ ଧାରାବାହିକ, ଚଳଚ୍ଚିତ୍ର ଏବଂ ମଞ୍ଚ ନାଟକରେ ତାଙ୍କର ନିଖୁଣ ଅଭିନୟ ଦେଖିବାକୁ ମିଳିଛି ।

ଶନିବାର ରାତି ପ୍ରାୟ ୮ଟା ବେଳେ ଭୁବନେଶ୍ୱର ୟୁନିଟ୍ 1ରେ ଥିବା ହାଡ଼ୁଙ୍କ ବାସଭବନ ବାରଣ୍ଡାରେ ରୋଷେଇ ଚାଲୁଥିଲା । ଏହି ସମୟରେ ହାଡ଼ୁ ସେପଟ ଦେଇ ଯିବାବେଳେ ତଳେ ପଡ଼ିଥିବା ତେଲରେ ତାଙ୍କ ପାଦ ଖସିଯାଇଥିଲା । ଫଳରେ ସେ ସିଧାସଳଖ ଗ୍ୟାସ୍ ଚୁଲାରେ ବସିଥିବା ତେଲ କଡ଼େଇରେ ପଡ଼ି ଯାଇଥିଲେ । ତାଙ୍କ ମୁହଁ ଗ୍ୟାସ ବର୍ଣ୍ଣରରେ ବାଡ଼େଇ ହୋଇଯାଇଥିଲା । ପରିବାର ଲୋକ ତାଙ୍କୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତ କରିଥିଲେ । ସେଠାରେ ବର୍ଣ୍ଣ ୟୁନିଟ୍ ନ ଥିବାରୁ ଏସସିବି ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ତେବେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲର ବର୍ଣ୍ଣ ୟୁନିଟରେ ହାଡ଼ୁଙ୍କୁ ଭର୍ତ୍ତି କରାଯାଇଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
actor-hadu-falls-into-a-boiling-cauldron-and-injured | Argus News