|
logo
Live

Argus News - ସୋସିଆଲ ମିଡିଆରେ ଭାଇରାଲ : ଟଙ୍କା ଦେଇ ଅଭିନେତାଙ୍କୁ...

Odisha

ସୋସିଆଲ ମିଡିଆରେ ଭାଇରାଲ : ଟଙ୍କା ଦେଇ ଅଭିନେତାଙ୍କୁ...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସୋସିଆଲ ମିଡିଆରେ ଭାଇରାଲ : ଟଙ୍କା ଦେଇ ଅଭିନେତାଙ୍କୁ...

ଅର୍ଗସ ବ୍ୟୁରୋ : ସମସ୍ତଙ୍କ ମୁହଁରେ ଗୋଟିଏ କଥା, ସମସ୍ତଙ୍କ ସୋସିଆଲ ମିଡିଆରେ ଗୋଟିଏ ଲେଖା । ମୁଁ ଲେଖିବି”- ଅଗଷ୍ଟ ୨୦୨୪ ରେ ,ଭାରତର ଦୀର୍ଘତମ ସେବା କରୁଥିବା ମୁଖ୍ୟମନ୍ତ୍ରୀ, ପ୍ରକୃତ ଦୂରଦୃଷ୍ଟି ସମ୍ପନ୍ନ ନେତା ତଥା ଓଡିଶାର ପ୍ରଗତିର ଆଲୋକ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଓଡ଼ିଶାର ଏକ ଗୌରବାନ୍ୱିତ ଯୁଗାନ୍ତକାରୀ ଐତିହାସିକ ଅଧ୍ୟାୟ । ହଠାତ୍ ବୁଝିପାରିନଥିବେ ଏମିତି କାହିଁକି ଲେଖାଯାଉଛି ? ଆଜ୍ଞା ଏ ସବୁ ଯେଉଁମାନେ ଲେଖିଛନ୍ତି ସେମାନେ ମନରୁ ଲେଖିନାହାନ୍ତି । ବରଂ ତାଙ୍କୁ ଲେଥିବାରୁ ବାଧ୍ୟ କରାଯାଇଛି ଟଙ୍କା ଦେଇକି । ଯେଉଁଠି ରାଜ୍ୟର ମୁଖ୍ୟମନ୍ତ୍ରୀ ନାଚାର, ତାଙ୍କୁ ପାଣ୍ଡିଆନ ଯାହା ଲେଖିକି ଦେଉଛନ୍ତି ପୋଷା ଶୁଆ ପରି ପଢିଦେଉଛନ୍ତି । ସେଇଠି ଓଡିଶାର youtube instagram influencer ମାନଙ୍କ ତାକତ ବା କେତେ ? ଇଚ୍ଛା ଥାଉ ନା ନଥାଉ...ଟଙ୍କା ନିଅ, ବିଜେଡିର ଗୁଣଗାନ କର । ଏମିତି କିଛି ହୁକୁମ ମିଳିଛି । ସେଇଥି ଲାଗି ତ ସୋସିଆଲ ମିଡିଆରେ ଏବେ ମୁଁ ବି ଲେଖିବି ହାଜ୍‌ ଟ୍ୟାଗ ଟ୍ରେଣ୍ଡ କରୁଛି । 

ଦର୍ଶକବନ୍ଧୁ ଆପଣ ବି ଦେଖିପାରିବେ ସେମାନଙ୍କ ସୋସିଆଲ ମିଡିଆର ପୋଷ୍ଟ ଉପରେ । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କଠୁ ଆରମ୍ଭ କରି କଣ୍ଠଶିଳ୍ପୀ ଶୈଳନ୍ଦ୍ର । ସମସ୍ତଙ୍କର ଏଇ ଗୋଟିଏ ଲେଖା । ଏ ସବୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ, ଏମାନେ ସମସ୍ତେ ପଇସା ନେଇ ହେଉ କିମ୍ବା ଧମକଚମକ ବଳରେ ହେଉ । ନିଜ ପେଜରେ ମୁଁ ବି ଲେଖିବା ପାଇଁ ବାଧ୍ୟ । ମୋଟ୍‌ ଉପରେ ସରକାର କେବଳ ଏଇଠି ସାମ୍ବାଦିକଙ୍କ କଣ୍ଠରୋଧ କରିନାହାନ୍ତି ବରଂ ଅଭିନେତା-ଅଭିନେତ୍ରୀଙ୍କୁ ବି ନିଜ ପକେଟରେ ପୁରାଇ ବୁଲାଉଛନ୍ତି । 

ଏବେ ଅଭିନେତା ଓ ଅଭିନେତ୍ରୀଙ୍କୁ ପକେଟ୍‌ରେ ପୁରାଇବାକୁ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି ନବୀନ ବାବୁ । ଖାଲି ଉଦ୍ୟମ କରୁଛନ୍ତି ତାହା ନୁହେଁ ବରଂ କରି ଦେଖାଉଛନ୍ତି । କଥା ହେଲା, ଏଠି ଯେଉଁ ସରକାର ଅନୁଭବ, ସିଦ୍ଧାନ୍ତ, ଆକାଶ ଓ ଅରିନ୍ଦମଙ୍କ ପରି ମେଗାଷ୍ଟାରଙ୍କୁ ବ୍ୟବହାର କରି ଫୋପାଡି ଦେଲେ, ସେଇଠି ଅପେକ୍ଷାକୃତ ଏ ଅନାମଦେୟ ଅଭିନେତା ଅଭିନେତ୍ରୀଙ୍କୁ ନିର୍ବାଚନପରେ ପାଣ୍ଡିଆନ ଟ୍ରାଫିକ ଜଗବା କିମ୍ବା ଟେଣ୍ଟ ବାନ୍ଧିବା କାମରେ ଲଗାଇପାରନ୍ତି । କାରଣ ଓଡ଼ିଆ କଥାରେ ଅଛି, ଥରେ ଯିଏ ଥରେ ପଇସା ନେଇ ମୁଣ୍ଡ ବିକିଦିଏ, ସେ ଆଉ ଥରେ ମୁଣ୍ଡ ଉଠାଇ ଚାଲିବା କଷ୍ଟକର । ହେଲେ ଏ ଯେଉଁ ମୁଁ ଲେଖା ଟ୍ରେଣ୍ଡ ହେଉଛି ଆପଣ ସତସତ୍ୟ ଜାଣିବା ପାଇଁ ହାଜ ଟ୍ୟାଗ ଉପରେ କ୍ଲିକ କରି ଦେଖିପାରିବେ ଏମାନେ ମୁଣ୍ଡ ବିକିଛନ୍ତି କି ନାହିଁ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସୋସିଆଲ ମିଡିଆରେ ଭାଇରାଲ : ଟଙ୍କା ଦେଇ ଅଭିନେତାଙ୍କୁ... | Argus News