Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଆ ଅଭିନେତା ପାର୍ଥସାରଥୀଙ୍କୁ ଗିରଫ କଲା ବଡ଼ଗଡ଼ ଥାନା ପୋଲିସ

Rashmita Mishra
Browse all articles by Rashmita Mishra
·1 year ago·1 min read
ଓଡ଼ିଆ ଅଭିନେତା ପାର୍ଥସାରଥୀଙ୍କୁ ଗିରଫ କଲା ବଡ଼ଗଡ଼ ଥାନା ପୋଲିସ

Key Points

ଓଡ଼ିଆ ଅଭିନେତା ପାର୍ଥଙ୍କୁ ଗିରଫ କଲା ବଡ଼ଗଡ଼ ଥାନା ପୋଲିସ
ଅପହରଣ, ଟଙ୍କା ମାଗିବା, ହତ୍ୟା ଉଦ୍ୟମ, ବନ୍ଧୁକ ଦେଖାଇବା ଅଭିଯୋଗ
ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଗିରଫ କଲା ପୋଲିସ

ଗିରଫ ହେଲେ ଅଭିନେତା ପାର୍ଥସାରଥୀ । ଓଲିଉଡ ଅଭିନେତା ପାର୍ଥସାରଥୀ ରାୟଙ୍କୁ ବାନ୍ଧିଲା ପୋଲିସ । ଏନବିଡବ୍ଲୁ ଆଧାରରେ ପାର୍ଥଙ୍କୁ ଗିରଫ କଲା ବଡଗଡ଼ ଥାନା ପୋଲିସ । ଅପହରଣ, ଟଙ୍କା ମାଗିବା, ହତ୍ୟା ଉଦ୍ୟମ, ବନ୍ଧୁକ ଦେଖାଇବା ସହ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଗିରଫ କଲା ପୋଲିସ । ଅଭିନେତା ପାର୍ଥଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି।


ତେବେ ପୂର୍ବରୁ ତାଙ୍କର ଛାଡପତ୍ର ମାମଲା ଚାଲିଥିଲା । କୋର୍ଟ ନିୟମ ଖିଲାପ କରିଥିବାରୁ ଜାରି ହୋଇଥିଲା ଜାମିନ ବିହୀନ ଗିରଫ ପରୱାନା । ଆଉ ତାଙ୍କ ଗିରଫଦାରୀ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜେଏମଏଫସି କୋର୍ଟ । ପରେ ବଡ଼ଗଡ଼ ଥାନା ପକ୍ଷରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।


ଅଭିନେତା ପାର୍ଥଙ୍କୁ ବିଭିନ୍ନ ସିନେମା ଏବଂ ସିରିଏଲରେ ଦର୍ଶକ ଦେଖିବାକୁ ପାଇଛନ୍ତି । ଓଡିଆ ସିନେମା ଫାଲଗୁନ ଚୈତ୍ର, ଡାଲଚିନି, ତ୍ରିକନ୍ୟା, ଚରିତ୍ର, ଡିୟର ପୁରୁଷ ଆଦି ସିନେମାରେ ତାଙ୍କୁ ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
actor-parthasarathy-arrested-by-badargarh-police | Argus News