ନାଣ୍ଡୁ ବାବୁ ନାଁରେ ସାଂଘାତିକ ଅଭିଯୋଗ, ଏମିତି କହିଲେ ଅଭିନେତ୍ରୀ

Key Points
ସମ୍ପର୍କ ରଖିବାକୁ ଦେଇଥିଲେ ଏମିତି ଅଫର
ଯାତ୍ରା ନାମରେ ଚାଲିଛି ଝିଅ ଧନ୍ଦା
ଅରାଜି ହେଲେ ପାର୍ଟିରୁ ବାହାର
ପ୍ରତିଦିନ ନୂଆନୂଆ ବିବାଦରେ ଛନ୍ଦି ହୋଇ ପଡୁଛନ୍ତି ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳ। ହାସ୍ୟ ଅଭିନେତା ନରି ପଣ୍ଡା, ଶ୍ରୀକ୍ଷେତ୍ର ସାମନ୍ସିଂହାର, ଅଶୋକ ସମ୍ରାଟ ଅଭିନେତ୍ରୀ ମାମୁନି ପରେ, ତୁଳସୀ ଗଣ ନାଟ୍ୟ ର ପୂର୍ବତନ ଅଭିନେତ୍ରୀ ପୂଜା ଆଣିଲେ ସାଙ୍ଘାତିକ ଓ ସଂଗୀନ ଅଭିଯୋଗ। ତାଙ୍କ ସହ ସମ୍ପର୍କ ରଖିବାକୁ ମନା କରିବାରୁ ନାଣ୍ଡୁ ତାଙ୍କୁ ପାର୍ଟିରୁ ବାହାର କରିଦେଲା ବୋଲି ସେ ଅଭିଯୋଗ ଆଣିଛନ୍ତି। ଏମିତି କି ସମ୍ପର୍କ ରଖିଲେ ଦରମା ବଢାଇବା ପାଇଁ ନାଣ୍ଡୁ ତାଙ୍କୁ ଅଫର ଦେଇଥିବା ସେ ଗଣମାଧ୍ୟମରେ କହିଛନ୍ତି।
ପୂର୍ବରୁ ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ମାଡ଼ ମାରିଥିବା ଘଟଣାର କିଛି ଦିନ ପରେ ତୁଳସୀ ଗଣନାଟ୍ୟର ଅଭିନେତ୍ରୀ ସୋନାଲିଙ୍କ ସ୍ୱାମୀ ଆଣିଥିଲେ ଗୁରୁତର ଅଭିଯୋଗ, କହିଥିଲେ ତୁଳସୀ ମାଲିକ ନାଣ୍ଡୁ ଧଳ ଓରଫ ଅନନ୍ତ ନାରାୟଣ ଧଳ ସୋନାଲିଙ୍କୁ ଜୋର ଜବରଦସ୍ତ ରଖିଛନ୍ତି । ଏହି ଦୁଇଟି ମାମଲା ଲୋକଙ୍କ ମନରୁ ନ ଲିଭୁଣୁ ନାଣ୍ଡୁ ଧଳଙ୍କ ଦ୍ୱିତୀୟ ପାର୍ଟି ଅଶୋକ ସମ୍ରାଟରୁ ଆସିଥିଲା ଗୁରୁତର ଅଭିଯୋଗ। ପାର୍ଟି ବାଲେଶ୍ୱର ବାଲିଆପାଳରେ ଯାତ୍ରା କରୁଥିବା ବେଳେ ବକେୟା ଟଙ୍କା ମାଗିବାରୁ ନାଣ୍ଡୁ ଧଳ କମିଟି ଲୋକଙ୍କୁ ଲଗାଈ ମାମୁନି ଓ ତାଙ୍କ ସ୍ୱାମୀ ତଥା ଉପସ୍ଥାପକ ବାପୀ କୁମାରଙ୍କୁ ମାଡ଼ ମାରିଥିବା ମାମୁନି ଭୁବନେଶ୍ୱର ମହିଳା ଥାନା ରେ ଲିଖିତ ଅଭିଯୋଗ କରିଥିଲେ।
📱 Get Argus News App
✨ସେ ଏତଲାରେ ଦର୍ଶାଇଥିଲେ ଲୋକ ଲଗାଇ ଦୁଷ୍କର୍ମ କରିବାର ଧମକ ଦେଇଥିଲେ ନାଣ୍ଡୁ। ଏହାର ୫ ଦିନ ପରେ ନାଣ୍ଡୁ ଧଳଙ୍କ ତୁଳସୀ ଗଣନାଟ୍ୟର ପୂର୍ବତନ ଅଭିନେତ୍ରୀ ପୂଜା ଆଣିଛନ୍ତି ଗୁରୁତର ଅଭିଯୋଗ। ଯାହା ନାଣ୍ଡୁ ଧଳଖ କଳାକାରନାମାର ଗୁମର ଫିଟାଇଛି। ସେ କହିଛନ୍ତି ୨୦୨୪-୨୫ ବର୍ଷ ପାଇଁ ନାଣ୍ଡୁ ଧଳ ତାଙ୍କୁ ବୁକିଂ କରିଥିଲେ। ବାର୍ଷିକ ୮ ଲକ୍ଷ ଟଙ୍କାରେ ଦରମା ସ୍ଥିର ହୋଇଥିଲା। ପରେ ଆଶଡା ଘରକୁ ଯିବା ପରେ ତାଙ୍କୁ ୧୪ ଲକ୍ଷ ଟଙ୍କା ଦରମା ଦେବାକୁ ଅଫର ଦିଆଯାଇଥିଲା।
ଦୁଇଦିନ ରିହାଲସେଲ ଚାଲିବା ପରେ ତୃତୀୟ ଦିନ ମ୍ୟାନେଜରଙ୍କ ମାଧ୍ୟମରେ ସମ୍ପର୍କ ରଖିବାକୁ କୁହାଯାଇଥିଲା। ଯେଉଁ ଝିଅ ଅରାଜି ହେଉଛି ତାଙ୍କୁ ପାର୍ଟିରୁ ବାହାର କରି ଦିଆଯାଉଛି। ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବାକୁ ପଛଉ ନାହାନ୍ତି ନାଣ୍ଡୁ ଧଳ । ନାଣ୍ଡୁ ଧଳ ଓରଫ ଅନନ୍ତ ନାରୟଣ ଧଳ ଯାତ୍ରା ନାଁ ରେ ଝିଅ ଧନ୍ଦା ଚଲାଇଥିବା କଥା କାନ୍ଦି କାନ୍ଦି କହିବା ସହ ଜୀବନ ପ୍ରତି ବିପଦ ଥିବା ପ୍ରକାଶ କରିଛନ୍ତି।