Videos
|
Odisha

ମେଂଟ କଲାନି କି ସାଲିସ କଲାନି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ମେଂଟ କଲାନି କି ସାଲିସ କଲାନି

Key Points

  • ଲଢେଇ ହେବ ଜବରଦସ୍ତ
  • ମେଂଟ କଲାନି କି ସାଲିସ କଲାନି
  • ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ହେବ ଲଢେଇ 

ଅର୍ଗସ ବ୍ୟୁରୋ :  ରାଜ୍ୟରେ ଏକାଏକା ଲଢେଇ କରିବ ବିଜେପି । ମେଂଟ କଲାନି, ଏକା ଲଢିବାକୁ ନିଷ୍ପତ୍ତି ନେଲା । ମାସେ ହେଲାଣି ବିଜେଡି-ବିଜେପି ଭିତରେ ମେଂଟ ହେବା ନେଇ ରାଜ୍ୟଠୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ହେଲେ ସବୁ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । କାରଣ ଦିଲ୍ଲୀ ଗସ୍ତ ସାରି ମନମୋହନ ରୋକଠୋକ କହିଥିଲେ, ରାଜ୍ୟରେ ଲଢେଇ ହେବ...ଦମଦାର ଲଢେଇ ହେବ । ସର୍ଭେ ରିପୋର୍ଟ ପରେ ବି ମେଂଟ ପାଇଁ ମନା କଲା ବିଜେପି ଦଳ ସରକାର ନକରିପାରେ ହେଲେ ଲଢେଇ ପାଇଁ ପ୍ରସ୍ତୁତ

ମାସେ ତଳେ ଓଡ଼ିଶାକୁ ନେଇ ଯେତେ ବି ସର୍ଭେ ହୋଇଛି ସବୁଥିରେ ଗୋଟିଏ କଥା ସାମ୍ନାକୁ ଆସିଥିଲା କି ବିଜେଡି ରାଜ୍ୟରେ ସରକାର କରିବ । ଏମିତି ସ୍ଥିତିରେ ମେଂଟ ହୋଇଥିଲେ ହୁଏତ କିଛି ବିଜେପି ନେତାଙ୍କୁ ମନ୍ତ୍ରୀ ପଦ ମିଳିଥାଆନ୍ତା । ଏହି ଲୋଭ ଦେଖାଇ ବିଜେଡି ଭାବିଥିଲା ଓଡ଼ିଆଙ୍କ ମୁଣ୍ଡ କିଣିନେବ ବୋଲି । କିନ୍ତୁ ବିଜେପି ନେତୃବୁନ୍ଦ ଏହାର କଡା ଜବାବ ରଖିଛନ୍ତି । ଓଡ଼ିଆଙ୍କ ସ୍ଵାର୍ଥ ଓ ସ୍ଵାଭିମାନ ସହ ସାଲିସ ହେବନି ବୋଲି ରୋକଠୋକ କହିଛନ୍ତି ।

ଲଗାତାର ୨୫ ବର୍ଷ ହେଲାଣି ରାଜ୍ୟରେ ସ୍ଥିର ସରକାର । ସ୍ଥିର ମୁଖ୍ୟମନ୍ତ୍ରୀ । ଅବଶ୍ୟ ପ୍ରଥମେ ବିଜେପି ସହଯୋଗରେ ରାଜ୍ୟରେ ସରକାର କରିଥିଲା ବିଜୁ ଜନତା ଦଳ । ହେଲେ ୨୦୦୯ରେ ମେଂଟ ଭାଙ୍ଗିଥିଲା । ସେବେଠୁ ଆଜିଯାଏଁ ଏକା ଲଢେଇ କରି ବାଜିମାତ କରିଛି ବିଜେଡି । ଆଉ ପୁଣି ଥରେ ୧୫ ବର୍ଷ ପରେ ବିଜେପି-ବିଜେଡି ମେଂଟ ହେବା ନେଇ ଚର୍ଚ୍ଚା ଜୋର ହୋଇଥିଲା । ଏମିତିକି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା, ବିଦ୍ରୋହରୁ ବର୍ତ୍ତିବା ଲାଗି ବିଜେଡି ଚାହୁଁଛି ମେଂଟ । ସେଇଥି ଲାଗି ତ ଘନଘନ ଦିଲ୍ଲୀ ଯାଇ ବୈଠକ କରିଥିଲେ ବିଜେଡିର ଶୀର୍ଷସ୍ତରର ନେତା । କୁହାଯାଉଥିଲା କି, ମେଂଟ ଡିଲ ଫାଇନାଲ ହୋଇଛି । କିନ୍ତୁ ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଗୋଟିଏ କଥା ସ୍ପଷ୍ଟ , ରାଜ୍ୟରେ ମେଂଟ କି ଫେଣ୍ଟ କିଛି ହେବନି । କାରଣ ପୂର୍ବରୁ ଏନେଇ ବି କେନ୍ଦ୍ରମନ୍ତ୍ରୀ କହିଥିଲେ...ରାଜ୍ୟରେ ମେଂଟ କି ଫେଣ୍ଟ କିଛି ହେବନି । ଯାହା ପରବର୍ତ୍ତୀ ସମୟରେ ସତ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଆ ଅସ୍ମିତା ଓ ସ୍ଵାଭିମାନ ଲାଗି ଲଗାତାର ଲଢେଇ ଜାରି ରଖିଛି ବିଜେପି । କେମିତି ଲୋକଙ୍କ ପାଖରେ ମୋଦିଙ୍କ ଯୋଜନା ପହଞ୍ଚିବ ସେନେଇ କରୁଛନ୍ତି କସରତ । ହେଲେ ମେଂଟ ପାଇଁ ବିଜେଡି ଇଚ୍ଛା କରୁଥିବାରୁ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା କି ମେଂଟ ହେବ ବୋଲି । ହେଲେ ଓଡ଼ିଆଙ୍କ ସ୍ଵାର୍ଥ ଓ ସ୍ଵାଭିମାନ ଲାଗି ମେଂଟ କରିବାକୁ ମନା କରିଥିଲା ଦଳ । ଅବଶ୍ୟ ଆଗାମୀ ନିର୍ବାଚନରେ ଦଳ ଜିତିବ କି ହାରିବ ସେନେଇ କେହି କିଛି କହିପାରିବେ ନାହିଁ । କିନ୍ତୁ ବିଜେପି ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା । 

 

Sponsored
BJP's Rejection of Alliance With BJD | Argus News