Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆର୍ଯ୍ୟପଲ୍ଲୀ ଫିସିଂ ଜେଟି ମାର୍ଗରେ ସୋଲାର ଚାଳିତ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନା

Odisha

ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆର୍ଯ୍ୟପଲ୍ଲୀ ଫିସିଂ ଜେଟି ମାର୍ଗରେ ସୋଲାର ଚାଳିତ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନା

Ritu Das
Browse all articles by Ritu Das
·1 year ago·2 min read
ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆର୍ଯ୍ୟପଲ୍ଲୀ ଫିସିଂ ଜେଟି ମାର୍ଗରେ ସୋଲାର ଚାଳିତ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନା

ଆର୍ଯ୍ୟପଲ୍ଲୀ ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବି ଶେଷରେ ଆଜି ପୂରଣ ହୋଇଛି। ଏହି ଅବସରରେ ଗୋପାଳପୁର ବନ୍ଦର ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମ ଅନ୍ତର୍ଗତ ଆଦାନୀ ଫାଉଣ୍ଡେସନ ଜରିଆରେ କେ ଆର୍ଯ୍ୟପଲ୍ଲୀ ରୁ ଫିସିଂ ଜେଟି ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ସୋଲାର ଲାଇଟ ମାଧ୍ୟମରେ ଆଲୋକୀକରଣ କରାଯାଇଛି। କେ ଆର୍ଯ୍ୟପଲ୍ଲୀରୁ ଫିସିଂ ଜେଟିକୁ ଯାଉଥିବା ପାଖାପାଖି ୨ କିଲୋମିଟର ବ୍ୟାପୀ ଏହି ମାର୍ଗରେ କୌଣସି ଲାଇଟର ବ୍ୟବସ୍ଥା ନଥିବା ହେତୁ ମତ୍ସ୍ୟଜୀବୀମାନେ ମାଛ ମାରିବାକୁ ଯିବା ଆସିବାରେ ଅନେକ ସମସ୍ୟା ସମ୍ମୁଖୀନ ହେଉଥିଲେ।


ଗ୍ରାମବାସୀଙ୍କ ଅନୁରୋଧକୁ ରକ୍ଷା କରି ଆଦାନୀ ଫାଉଣ୍ଡେସନ ପକ୍ଷରୁ ଏହି ଫିସିଂ ଜେଟି ମାର୍ଗରେ ଅତ୍ୟାଧୁନିକ ୨୨ ଟି ସୋଲାର ଚାଳିତ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କରାଯାଇଛି।
ଆଜି ଏକ ସ୍ବତନ୍ତ୍ର କାର୍ଯକ୍ରମରେ ଗୋପାଳପୁର ବନ୍ଦର ବିଜନେସ ମୁଖ୍ୟ ଶ୍ରୀ ସନ୍ଦୀପ ଜୈସୱାଲ ନଡିଆ ଭାଙ୍ଗି ଏହି ଆଲୋକିକରଣ ବ୍ୟବସ୍ଥାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଭକ୍ତ ବନ୍ଧୁ ଶତପଥୀ, ମୁଖ୍ୟ, ଆଇଆର୍ ଗୋପାଳପୁର ବନ୍ଦର, ଶ୍ରୀ ସଞ୍ଜୟ ମଲ୍ଲିକ, ମୁଖ୍ୟ, ବନ୍ଦର ସୁରକ୍ଷା, ସତ୍ୟଜିତ ରଥ, ମୁଖ୍ୟ, ଏଚଆର୍, ଶ୍ରୀ ଦେବଦତ୍ତ ମିଶ୍ର, ମୁଖ୍ୟ, ସିଏସଆର, ଆର୍ ଗୋବିନ୍ଦା, ଏନ୍ ଶ୍ୟାମା, ଏମ୍ ଗୁମାଲି, ଏ ଟଟାରୟ ଏବଂ ଆର୍ଯ୍ୟପଲ୍ଲୀ ଗ୍ରାମର ଅନେକ ଭଦ୍ରଲୋକ ଉପସ୍ଥିତ ଥିଲେ । ଏହି ପଦକ୍ଷେପର ସକରାତ୍ମକ ପ୍ରଭାବକୁ ସ୍ୱୀକାର କରି ସ୍ଥାନୀୟ ନେତା ତଥା ସମ୍ପ୍ରଦାୟର ପ୍ରତିନିଧୀମାନେ କୃତଜ୍ଞତା ଜଣାଇଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀ ଏନ୍ ଶ୍ୟାମା କହିଛନ୍ତି ଯେ ପର୍ଯ୍ୟାପ୍ତ ଆଲୋକର ଅଭାବ ହେତୁ ମତ୍ସ୍ୟଜୀବୀମାନେ ବର୍ଷ ବର୍ଷ ଧରି ଏହି ମାର୍ଗରେ ଅନ୍ଧାରରେ ଯିବାଆସିବା କରୁଥିଲେ। ଆଦାନୀ ଫାଉଣ୍ଡେସନ ଦ୍ବାରା ସୋଲାର ଚାଳିତ ଷ୍ଟ୍ରିଟ୍ ଲାଇଟ୍ ଲଗାଯିବା ଫଳରେ ସ୍ଥାନୀୟ ମତ୍ସ୍ୟଜୀବୀ, ବ୍ୟବସାୟୀ, ଗ୍ରାମବାସୀ ଓ ପରିବହନକାରୀ ସୁରକ୍ଷିତ ଭାବେ ଯିବାଆସିବା କରିପାରିବେ। ବିଳମ୍ବିତ ରାତି ହେଉ କିମ୍ବା ସକାଳ ହେଉ ଏହି ମାର୍ଗଟି ଅଧିକ ନିରାପଦ ଏବଂ ସୁବିଧାଜନକ ହୋଇପାରିଛି। ସେଥିପାଇଁ ମୁଁ ଆଦାନୀ ଫାଉଣ୍ଡେସନକୁ ସାଧୁବାଦ ଜଣାଉଛି।


ଏହାସହ ବଡ ଆର୍ଯ୍ୟପଲ୍ଲୀ ସ୍ଥିତ ପଞ୍ଚାୟତ କାର୍ୟାଳୟରେ ଏକ ସ୍ବାସ୍ଥ୍ୟ ଶିବିରର ଆୟୋଜନ ମଧ୍ୟ କରାଯାଇଥିଲା ଯେଉଥିରେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ,ଶିଶୁ ରୋଗ ବିଶେଷଜ୍ଞ ଏବଂ ନିଦାନ ବିଶେଷଜ୍ଞ, ଶ୍ଵାସ ରୋଗ ଏବଂ ଚକ୍ଷୁ ରୋଗ ଆଦି ବିଭାଗର ଦକ୍ଷ ଡାକ୍ତରଙ୍କ ଦ୍ୱାରା ବିଭିନ୍ନ ରୋଗର ନିରୂପଣ ପରୀକ୍ଷା ଓ ପରାମର୍ଶ ଇତ୍ୟାଦି କରାଯିବା ସଙ୍ଗେ ସଙ୍ଗେ ବିନା ମୂଲ୍ୟରେ ଔଷଧ ବିତରଣ କରାଯାଇଥିଲା । ଏହି ଶିବିରରେ ପ୍ରାୟ ୩୬୦ରୁ ଉର୍ଦ୍ଧ ଶିଶୁ, ମହିଳା ଓ ବୃଦ୍ଧ ସ୍ୱାସ୍ଥ୍ୟବସ୍ତାର ପରୀକ୍ଷଣ କରିବା ସହ ଡାକ୍ତରଙ୍କ ସହ ସେମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ପରାମର୍ଶ କରିଥିଲେ।

Painting
Sponsored
Adani Foundation installs solar-powered street lights along the Aryapalli Fishing Jetty route | Argus News