ମହାକୁମ୍ଭ ମେଳା ପରେ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ସେବା ପ୍ରଦାନ

Key Points
ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ସେବା ପ୍ରଦାନ
ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ 'ସେବା ହିଁ ପୂଜା'
ଶ୍ରଦ୍ଧାଳୁ ଏବଂ ସ୍ବେଚ୍ଛାସେବୀମାନଙ୍କୁ ପ୍ରାୟ ୪ ନିୟୁତ ଖାଦ୍ୟ ଓ ପାନୀୟଜଳ ବଣ୍ଟନ କରାଯାଇଛି
ଚଳିତବର୍ଷ ଆହ୍ଲାବାଦର ପ୍ରୟାଗରାଜଠାରେ ହୋଇଥିବା ମହାକୁମ୍ଭ ମେଳାରେ ଆଦାନୀ ଗ୍ରୁପର ସ୍ବେଚ୍ଛାକୃତ ସେବା ଲୋକଙ୍କ ବିଶ୍ବାସଭାଜନ ହୋଇପାରିଛି। ଏହାକୁ ପାଥେୟ କରି ଲୋକଙ୍କ ଧାର୍ମିକ ଭାବନାକୁ ବଜାୟ ରଖି ବିଶ୍ବପସିଦ୍ଧ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ଏହାର ଦ୍ବିତୀୟ ପଦକ୍ଷେପ ସ୍ବରୂପ ସେବା ଯୋଗାଇବା ପାଇଁ ସ୍ଥିର କରିଛି। ମହାପ୍ରଭୁ ଜଗନ୍ନାଥଙ୍କ ଏହି ନବଦିନାତ୍ମକ ଯାତ୍ରାରେ ଭାରତ ତଥା ବିଶ୍ବର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ଜନସମାଗମ ହୋଇଥାଏ। ଆଦାନୀ ଗ୍ରୁପର କର୍ପୋରେଟ ସାମାଜିକ ଦାୟିତ୍ବ (ସିଏସଆର) କାର୍ଯ୍ୟଧାରା ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମି ବିକାଶ, ଶିକ୍ଷା, ସ୍ବାସ୍ଥ୍ୟ ଦିଗରେ ପରିବ୍ୟାପ୍ତ ହୋଇ ରହିଛି। ଦିନକୁ ଦିନ ଏହାର ବୃଦ୍ଧି ଘଟି ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ସହଭାଗିତା ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଜୀବନଧାରାକୁ 'ସେବକ' ଭାବେ ଉତ୍ସର୍ଗୀକୃତ କରିଆସିଛି। ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ 'ସେବା ହିଁ ପୂଜା' ବିଶ୍ବାସକୁ ପାଳନ କରି ଜୁନ ୨୬ ତାରିଖରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ସମୟରେ ତୀର୍ଥଯାତ୍ରୀ ଏବଂ ପଦସ୍ଥ ଅଧିକାରୀମାନଙ୍କୁ ସମର୍ଥନ ଯୋଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛି।
ଚଳିତବର୍ଷ ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁ ଏବଂ ସ୍ବେଚ୍ଛାସେବୀମାନଙ୍କୁ ପ୍ରାୟ ୪ ନିୟୁତ ଖାଦ୍ୟ ଓ ପାନୀୟଜଳ ବଣ୍ଟନ କରାଯାଇଛି। ଯେଉଁଠାରେ ମାଗଣା ପୌଷ୍ଟିକଯୁକ୍ତ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ଓଡ଼ିଶା ଗ୍ରୀଷ୍ମକୁ ପ୍ରତିହତ କରିବାପାଇଁ ପାନୀୟଜଳ କାଉଣ୍ଟର ଗୁଡ଼ିକରେ ସାରା ସହରରେ ପାନୀୟଜଳର ବ୍ୟବସ୍ଥା ହୋଇଛି। ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ଲାଇଫଗାର୍ଡ ମହାସଂଘକୁ ସହାୟତା, ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ପାଇଁ ସ୍ବେଚ୍ଛାସେବୀ, ପଦସ୍ଥ ଅଧିକାରୀମାନଙ୍କ ପାଇଁ ମାଗଣା ଟି-ସର୍ଟ, ପୌର କର୍ମଚାରୀଙ୍କ ପାଇଁ ଫ୍ଲୋରସେଣ୍ଟ ଜ୍ୟାକେଟ, ଅଧିକାରୀ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ପ୍ରକାର ଜ୍ୟାକେଟ, ରେନକୋଟ, କ୍ୟାପ ଏବଂ ଛତାର ବ୍ୟବସ୍ଥା କରାଯାଇଛି। ଆଦାନୀ ଗ୍ରୁପର ଏହି ସେବା ଭିତ୍ତିକ ପଦକ୍ଷେପ, ପୁରୀ ଜିଲ୍ଲା ପ୍ରଶାସନ, ଇସ୍କନ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟରେ ମିଳିତ ସହଯୋଗରେ ଆରମ୍ଭ କରାଯାଇଛି। ଗ୍ରାମୀଣ ସ୍ବାସ୍ଥ୍ୟସେବା, ସ୍କୁଲ ଭିତ୍ତିଭୂମି ଏବଂ ଜୀବିକା କ୍ଷେତ୍ରରେ ଆଦାନୀ ଫାଉଣ୍ଡେସନ ମାଧ୍ୟମରେ ଓଡ଼ିଶାରେ କାର୍ଯ୍ୟ କରୁଥିବା ଏହି ଗୋଷ୍ଠୀ ଏହି ସେବାକୁ ଭାରତର ଜନସାଧାରଣ ଜୀବନରେ ଏକ ବୃହତ୍ତର ଆଧ୍ୟାତ୍ମିକ ନିରନ୍ତରତାର ଅଂଶ ଭାବେ ଉଭା ହୋଇଛି।