Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Adapa Mandap Darshan / ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି... ଆଜିଠୁ ଭକ୍ତଙ୍କୁ ମିଳିବ ଆଡପ ମଣ୍ଡପ ଦର୍ଶନ

Rashmita Mishra
Browse all articles by Rashmita Mishra
·6 hours ago·2 min read
ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି... ଆଜିଠୁ ଭକ୍ତଙ୍କୁ ମିଳିବ ଆଡପ ମଣ୍ଡପ ଦର୍ଶନ
Adapa Mandap Darshan

Key Points

ଆଜିଠୁ ଭକ୍ତଙ୍କୁ ମିଳିବ ଆଡପ ମଣ୍ଡପ ଦର୍ଶନ
ଜନ୍ମବେଦୀରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି
ଗତକାଲି ଗୋଟି ପହଣ୍ଡିରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇଥିଲେ ବ୍ରହ୍ମାଣ୍ଡ ଠାକୁର
ଆଜି ଭକ୍ତଙ୍କୁ ମିଳିବ ଦୁର୍ଲଭ ଆଡପ ଅବଢା ମହାପ୍ରସାଦ

ଆଜିଠୁ ଭକ୍ତଙ୍କୁ ମିଳିବ ଆଡପ ମଣ୍ଡପ ଦର୍ଶନ... ଜନ୍ମବେଦୀରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ଗତକାଲି ଗୋଟି ପହଣ୍ଡିରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇଛନ୍ତି ବ୍ରହ୍ମାଣ୍ଡ ଠାକୁର । ଆଜି ଦୁର୍ଲଭ ଆଡପ ଅବଢା ମହାପ୍ରସାଦ ପାଇବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ସନ୍ଧ୍ୟାରେ ବନକଲାଗି ନୀତି ଯୋଗୁଁ ୩ ରୁ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ ।

ଗତକାଲି ରାତିରେ ଗୋଟି ପହଣ୍ଡିରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ ହୋଇଥିଲେ ବ୍ରହ୍ମାଣ୍ଡ ଠାକୁର । ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ନୀତି ଶେଷ ହେବାପରେ ପ୍ରାୟ ସନ୍ଧ୍ୟା ୭ ଟା ୪୩ ବେଳକୁ ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ କୃଷ୍ଣ ,ମଦନମୋହନ,ପରେ ବଳଭଦ୍ର,ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି ହୋଇଥିଲା ।

ଆଜି ଭକ୍ତଙ୍କୁ ମିଳିବ ଦୁର୍ଲଭ ଆଡପ ଅବଢା ମହାପ୍ରସାଦ । ଅପରାହ୍ନ ୧୨ ଟା ୩୦ ରୁ ୧ ଟା ୩୦ ମଧ୍ୟରେ ଭୋଗ ମଣ୍ଡପ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଅପରାହ୍ନ ୪ ଟା ୫ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଧୂପ ଓ ୫ ଟା ରୁ ୬ ଟା ୩୦ ମଧ୍ୟରେ ଦ୍ୱିତୀୟ ଭୋଗ ମଣ୍ଡପ ହେବା ନେଇ ପୂର୍ବରୁ ନୀତି ନିର୍ଘଣ୍ଟ ହୋଇଛି । ତେବେ ଅପରାହ୍ନ ୨ ଟା ସୁଦ୍ଧା ଚଳିତ ବର୍ଷର ପ୍ରଥମ ଆଡ଼ପ ଅବଢ଼ା ବାହାରିବା ନେଇ ଆକଳନ କରାଯାଉଛି ବୋଲି କହିଛନ୍ତି ସେବାୟତ । ଆଜି ବନକଲାଗି ନୀତି ହେବା ନେଇ ମଧ୍ୟ ସୂଚନା ରହିଛି । ଯେଉଁଥି ପାଇଁ ପ୍ରାୟ ୩ରୁ ୪ ଘଣ୍ଟା ଦର୍ଶନ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସେପଟେ ଆସନ୍ତାକାଲି ସକାଳ ୫ ଟାରୁ ଦ୍ଵାରଫିଟା ହୋଇ ୬ ଟା ୩୦ ସୁଦ୍ଧା ମଙ୍ଗଳ ଆଳତୀ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ୨୦ ଜୁଲାଇ ରେ ସୋମବାର ହେବ ହେରା ପଞ୍ଚମୀ ନୀତି । ୨୧ ତାରିଖ ମଙ୍ଗଳ ବାର ହେବ ତିନିରଥର ଦକ୍ଷିଣୀ ମୋଡ । ୨୩ ତାରିଖ ଗୁରୁବାର ହେବ ସନ୍ଧ୍ୟା ଦର୍ଶନ । ୨୩ ତାରିଖ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଦର୍ଶନ ହୋଇ ବନ୍ଦ୍ ରହିବ ଦର୍ଶନ । ୨୪ ତାରିଖ ବାହୁଡା ବିଜେ ପାଇଁ ଆରମ୍ଭ ହେବ ପ୍ରସ୍ତୁତି ।

ଆଡ଼ପ ମଣ୍ଡପ, ଦର୍ଶନ, ହେରାପଞ୍ଚମୀ, ବାହୁଡା ବିଜେ, ପାଇଁ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ଟାହିଆକୁ ନେଇ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ କହିଛନ୍ତି ମହାପ୍ରଭୁଙ୍କ ନୀତିକୁ ନେଇ କୌଣସି ତଥ୍ୟ ବିହୀନ ପ୍ରଚାରର ଆବଶ୍ୟକତା ନାହିଁ । ସେପଟେ ଝଲସୁଛି ଶ୍ରୀଗୁଣ୍ଡିଚା ମନ୍ଦିର । ନୂଆକରି ଏହାର ସୋନ୍ଦର୍ଯ୍ୟକରଣ କରାଯାଇଛି । ନାଟମଣ୍ଡପ ଏସି ବ୍ୟବସ୍ଥା ସହ ଜର୍ମାନ ହ୍ୟାଙ୍ଗର ବ୍ୟବସ୍ଥା ମଧ୍ୟ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Adapa Mandap Darshan | Adapa Mandap Darshan Begins for Devotees from Today | Argus News