ମାତିଲେ ବାଲି ମାଫିଆ , ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ

Key Points
ପୁଣି ମାତିଲେ ବାଲି ମାଫିଆ
ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ମାରିଲେ, ଗାଡ଼ି ଭାଙ୍ଗିଲେ
ଅତିରିକ୍ତ ତହସିଲଦାରଙ୍କୁ କଲେ ମରଣାନ୍ତକ ଆକ୍ରମଣ
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସମ୍ମୁଖର ଘଟଣା
ପୁଣି ମାତିଲେ ବାଲି ମାଫିଆ । ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ମାରିଲେ ଓ ଗାଡ଼ି ଭାଙ୍ଗିଲେ । ଅତିରିକ୍ତ ତହସିଲଦାରଙ୍କୁ କଲେ ମରଣାନ୍ତକ ଆକ୍ରମଣ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସମ୍ମୁଖରେ । କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ଆଜି ସକାଳ ସମୟରେ ବେଆଇନ ଚୋରା ବାଲି ଚାଲାଣ ଧରପଗଡ଼ ପାଇଁ କାର୍ଯ୍ୟାଳୟରୁ ନିଜ କାର୍ ଧରି ବାହାରିଯିବା ସମୟରେ, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମାଫିଆମାନେ ପ୍ରଥମେ ଅତିରିକ୍ତ ତହସିଲଦାରଙ୍କୁ ଅଟକାଇ ଧମକ ଦେଇଥିଲେ ।
ପରେ ମାଫିଆମାନେ ତାଙ୍କୁ ଘେରି ଯିବାରୁ ସେଠାରୁ ଅତିରିକ୍ତ ତହସିଲଦାର ବାହାରି କପ୍ତିପଦା ଥାନା କୁ ଆସିଥିବା ବେଳେ କପ୍ତିପଦା ଥାନା ସମ୍ମୁଖରେ ୧୦ ରୁ ଅଧିକ ବାଲି ମାଫିଆ ଥାନା ସମ୍ମୁଖରେ ତାଙ୍କ ଗାଡ଼ିକୁ ଇଟା ଓ ପଥର ମାଡ଼ କରି ଭାଙ୍ଗି ଚୁରମାର କରିଥିଲେ । ଥାନା ସମ୍ମୁଖରେ ଏଭଳି ଘଟଣା ଘଟାଇବା ପରେ ମାଫିଆମାନେ ଫେରାର ହୋଇଯାଇଥିଲେ ।