Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭାଙ୍ଗିଲା ଅଧର ହାଣ୍ଡି, ପଣା ପାଇ ତୃପ୍ତ ହେଲେ ଚଣ୍ତିଚାମୁଣ୍ତା-ଅଶରୀର ଆତ୍ମା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଭାଙ୍ଗିଲା ଅଧର ହାଣ୍ଡି, ପଣା ପାଇ ତୃପ୍ତ ହେଲେ ଚଣ୍ତିଚାମୁଣ୍ତା-ଅଶରୀର ଆତ୍ମା

Key Points

ପୂଜାପଣ୍ତା ମାନେ ଏହି ପଣାକୁ ଶ୍ରୀଜିଉ ମାନଙ୍କୁ ସମର୍ପଣ କରିବା ପରେ ହାଣ୍ତି ଗୁଡ଼ିକ ରଥ ଉପରେ ଭାଙ୍ଗିଛନ୍ତି ।

ଘୋଷଯାତ୍ରାରେ ଅଧରପଣା ନୀତି ଶେଷ । ବଡ଼ ଓଡ଼ିଆ ମଠରୁ ଆସିଥିବା ପଣା ତିନି ରଥ ଉପରେ ଶ୍ରୀଜିଉଙ୍କଠାରେ ଲାଗି ହୋଇଛି । ପଣା ପାଇ ତୃପ୍ତ ହୋଇଛନ୍ତି ତିନିରଥର ପାର୍ଶ୍ୱ ଦେବାଦେବୀ, ଚଣ୍ତିଚାମୁଣ୍ତା ଓ ଅଶରୀର ଆତ୍ମା । ସିଂହଦ୍ବାରରେ ଥିବା ରଥାରୁଢ଼ ଶ୍ରୀଜୀଉଙ୍କ ତିନିରଥ ଉପରେ ଏହି ଅଧରପଣା ଭୋଗ ନୀତି କରାଯାଉଛି । ଶ୍ରୀଜୀଉ ମାନଙ୍କ ଅଧର ପର୍ଯ୍ୟନ୍ତ ଲମ୍ୱିଥିବା ମାଟି ହାଣ୍ତିର ବଡ଼ ଓଡ଼ିଆ ମଠ ଓ ରାଘବ ଦାସ ମଠ ପକ୍ଷରୁ ପ୍ରସ୍ତୁତ ପଣାକୁ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଣାକୁ ଭୋଗ କରାଯାଇଛି । ପୂଜାପଣ୍ତା ମାନେ ଏହି ପଣାକୁ ଶ୍ରୀଜିଉ ମାନଙ୍କୁ ସମର୍ପଣ କରିବା ପରେ ହାଣ୍ତି ଗୁଡ଼ିକ ରଥ ଉପରେ ଭାଙ୍ଗିଛନ୍ତି ।


ଏହି ଅଧରପଣା ଭୋଗ କରାଯାଇ ହାଣ୍ତି ଗୁଡ଼ିକ ଭଙ୍ଗାଯିବାର ବିଶେଷ ମହତ୍ୱ ରହିଛି । ତିନିରଥର ଥିବା ପାର୍ଶ୍ୱ ଦେବାଦେବୀ, ଚଣ୍ତିଚାମୁଣ୍ତା ଓ ଅଶରୀର ଆତ୍ମାର ଶାନ୍ତି ନିମିତ୍ତ ଏହି ପଣା ଭୋଗ କରାଯାଏ । ସେମାନେ ଏହି ପଣାକୁ ପ୍ରସାଦ ରୁପେ ପାଇ ତୃପ୍ତ ହେବାର ବିଶ୍ୱାସ ରହିଛି । ଆସନ୍ତାକାଲି ନୀଳାଦ୍ରିବିଜେରେ ରତ୍ନ ସିଂହାସନକୁ ବାହୁଡ଼ିବେ ଚତୁର୍ଦ୍ଦାମୂରତ୍ତି । ମହାପ୍ରଭୁଙ୍କ ଅଧରପଣା ଦେଖିବାକୁ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭଡ଼ି ଲାଗିଛି । ଲକ୍ଷ ଲକ୍ଷ ଲୋକ ପୁରୀରେ ରୁଣ୍ଡ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Adhar handi broken, the spirit of Chandichamunda Get Moksh | Argus News