Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୀଡିତଙ୍କୁ ପ୍ରଶାସନର ଆଶ୍ୱସ୍ତି, ସାମାଜିକ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପୀଡିତଙ୍କୁ ପ୍ରଶାସନର ଆଶ୍ୱସ୍ତି, ସାମାଜିକ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି

Key Points

ପୀଡ଼ିତଙ୍କୁ ପ୍ରଶାସନର ଆଶ୍ୱସ୍ତି
ଗଞ୍ଜାମ ଜିଲ୍ଲା ଧରାକୋଟରେ ଦୁଇ ଦଳିତଙ୍କୁ ଅମାନୁଷିକ ନିର୍ଯ୍ୟାତନା ଘଟଣା
ନିର୍ଯ୍ୟାତିତଙ୍କ ପରିବାର ପାଖରେ ପହଞ୍ଚିଲା ପ୍ରଶାସନ
ପୀଡ଼ିତଙ୍କୁ ସାମାଜିକ ସୁରକ୍ଷା ଦେବାକୁ ପ୍ରଶାସନର ପ୍ରତିଶ୍ରୁତି

ଗଞ୍ଜାମ ଜିଲ୍ଲା ଧରାକୋଟର ଅଞ୍ଚଳରେ ଦୁଇ ଦଳିତଙ୍କୁ ଅମାନୁଷିକ ଭାବେ ନିର୍ଯ୍ୟାତନା ଦେବା ଘଟଣାରେ ନିର୍ଯ୍ୟାତିତଙ୍କ ପରିବାର ପାଖରେ ପହଞ୍ଚିଲା ପ୍ରଶାସନ l ଗତ ୨୨ ତାରିଖ ଦିନ ଗୋଚାଲାଣ କରୁଥିବା କହି ଦୁଇ ଦଳିତ ବ୍ୟକ୍ତିଙ୍କୁ ଧରାକୋଟର ଖାରିଗୁମ୍ମା ଜାହାଡ଼ାରେ କିଛି ଯୁବକ ଆଇନକୁ ହାତକୁ ନେଇ ମାଡ ମାରିବା ସହ ଅଧା ଲଣ୍ଡା କରି ଅମାନୁଷିକ ଭାବେ ଗାଁ ଦାଣ୍ଡରେ ଆଣ୍ଠେଇଥିଲେ l ଘଟଣାକୁ ଗୁରୁତର ଭାବରେ ନେଇ ବିଭିନ୍ନ ଗଣମାଧ୍ୟରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା l ଯାହାପରେ ଟୁଇଟର ଏସ୍କ ମାଧ୍ୟମରେ କଂଗ୍ରେସ ରାଷ୍ଟ୍ରୀୟ ଅଧକ୍ଷ ରାହୁଲ ଗାନ୍ଧୀ ଓ ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଟି. ଏସ ସିଂ ଦେଓ ଘଟଣାକୁ ଦୁଢ଼ ନିନ୍ଦା କରିଥିଲେ l ଯାହାପରେ ଘଟଣାକୁ ଗୁରୁତର ସହ ନେଇ ସିଙ୍ଗିପୁର ଗାଁ ର ଦୁଇ ଦଳିତ ପରିବାର ପାଖରେ ପହଞ୍ଚିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ, ଧରାକୋଟ ତହସିଲ ଦାର ଓ ବିଡିଓ ଙ୍କ ସହ ଏକ ତଦନ୍ତ କାରୀ ଟିମ୍ l


ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଦଳିତ ପରିବାରର ଦୁଇ ଝିଅ ଓ ଭଉଣୀଙ୍କ ସହ କଥା ହୋଇ ଘଟଣା ବିଷୟରେ ପଚାରି ବୁଝିବା ସହ ଘଟଣାକୁ ଅମାନୁଷିକ କହି ନିନ୍ଦା କରିଛନ୍ତି l ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଡିତ ପରିବାରଙ୍କୁ ସାମାଜିକ ସୁରକ୍ଷା ଦେବା ସହ ଦୋଷୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହି ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ l ଏହାସହ ରେଡର୍କସ ପାଣ୍ଠିରୁ ଦୁଇ ଦଳିତ ନିର୍ଯ୍ୟାତିତଙ୍କୁ ଚିକିତ୍ସା ପାଇଁ ୧୦ ହାଜର ଟଙ୍କା ଲାଖେ ଅନୁଦାନ ରାଶି ପ୍ରଦାନ କରାଯାଇଛି I

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନ୍ୟାୟ ପାଇଁ ଏକାଠି ଦଳିତ ସମାଜ l ଗଞ୍ଜାମ ଜିଲ୍ଲା ଧରାକୋଟରେ ଦୁଇ ଦଳିତଙ୍କୁ ଅମାନୁଷିକ ନିର୍ଯ୍ୟାତନା ସହ ଗାଁ ଦାଣ୍ଡରେ ଆଣ୍ଠେଇବା ଘଟଣାରେ ନ୍ୟାୟ ଦାବି କରି ଏକାଠି ହୋଇଛନ୍ତି ପୁରା ଦଳିତ ସମାଜ l ୪୦ରୁ ଅଧିକ ଦଳିତ ପରିବାର, ଦଳିତ ମହାସଭାର ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳ ଓ ଏସପି, ଆରଡିସିଙ୍କୁ ଭେଟିବା ସହ ନ୍ୟାୟ ଦାବି କରିବେ l ଘଟଣାରେ ନଅ ଜଣଙ୍କୁ ଅଟକ ରଖିଥିବା ନେଇ ସୂଚନା ଦେଇଥିଲେ ଗଞ୍ଜାମ ଏସ୍. ପି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବ ପୋଲିସ l

Sponsored
administration-promises-to-provide-assurance-and-social-security-to-victims | Argus News