Superstition / ଅନ୍ଧବିଶ୍ବାସ ଦୁରେଇବା ପାଇଁ ଗାଁରେ ପହଞ୍ଚିଲା ପ୍ରଶାସନ
·4 months ago·2 min read

Key Points
ଆଧୁନିକ ଯୁଗରେ ଆଜିବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ
ନିଜ ଘର କବାଟ ବନ୍ଦକରି ଘରେ ରହୁଛନ୍ତି
ଗାଁରେ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି

ଆଧୁନିକ ଯୁଗରେ ଆଜିବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଦେହପା ଖରାପ ହେଲେ ଗୁଣି ଗାରେଡି ଓ ଝଡାଫୁଙ୍କାରେ ବିଶ୍ୱାସ କରୁଛନ୍ତି। ଭୁତ ପ୍ରେତ ଭୟରେ ଦିନରେ ଗ୍ରାମବାସୀ କାମଧନ୍ଦା ନିମନ୍ତେ ଗାଁ ବାହାରକୁ ବି ଯିବା ପାଇଁ ଭୟ କରୁଛନ୍ତି। ଏବଂ ନିଜ ଘର କବାଟ ବନ୍ଦକରି ଘରେ ରହୁଛନ୍ତି। ଗୁଣିଆ ଡକାଯାଇ ଗାଁରୁ ଭୁତପ୍ରେତ ଦୂର କରିବା ପାଇଁ ଯୋଜନା କରୁଛନ୍ତି ଗୁଣିଆକୁ ପଇସା ଦେବା ପାଇଁ ଘରଘର ବୁଲି ଚାନ୍ଦା ବି ଆଦାୟ କରାଯାଉଛି। ସେପଟେ ଗାଁରେ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି।
ରାୟଗଡା ଜିଲ୍ଲା ବାଇସିଙ୍ଗପଞ୍ଚୟତ ଅନ୍ତର୍ଗତ ମାରିଗୁଡା ଗାଁ। ଜିଲ୍ଲା ସଦର ମହକୁମା ନିକଟରୁ ମାତ୍ର ୩କିଲୋମିଟର ଦୂର ଏହି ଗାଁ। ଗ୍ରାମରେ ଦେହ ଖରାପ ହେବା ପରେ ରୋଗୀକୁ ମେଡ଼ିକାଲ ନେବା ବଦଳରେ ଗ୍ରାମବାସୀ ଅନ୍ଧ ବିଶ୍ୱାସର ବଶବର୍ତୀ ହୋଇ ଝଡା ଫୁଙ୍କା କରୁଛନ୍ତି। ହାତର ପାଣି ଢାଳ ଧରି ଜଣେ ମହିଳା ଗୁଣିଆ କିଛି ମନ୍ତ୍ର ଉଚ୍ଚାରଣ କରି ଖଟରେ ସୋଇଥିବା ରୋଗୀ ଉପରକୁ ଛିଞ୍ଚି ଦେଉଛନ୍ତି। ଏବଂ ଆଉଜଣେ ନିଜ ପାଟିରେ କିଛି ଚୋବାଇବା ପରେ ରୋଗୀଙ୍କ ଦେହରେ ବୋଳି ଦେଉଛନ୍ତି।ଏ ଦୃଶ୍ୟ ସମସ୍ତଙ୍କୁ ତାଯୁବ କରିବ ନିଶ୍ଚିନ୍ତ। ଏହି ସମସ୍ତ ଘଟଣାକୁ ନେଇ ଗ୍ରାମବାସୀ କହିଛନ୍ତି କି ପୂର୍ବ ପୁରୁଷରୁ ଏସବୁକୁ ବନ୍ଦ କରିବା ନିମନ୍ତେ ଗୁଣିଆ ଔଷଧ କରି ନଦୀ ପଠାରେ ପୋତି ଥିଲେ, କିନ୍ତୁ ନଦୀ ପଠାରେ କାମ ଚାଲିଥିବା କାରଣରୁ ସେଗୁଡିକ ନଷ୍ଟ ହୋଇ ଯାଇଛି।ସେଥି ନିମନ୍ତେ ଗାଁକୁ ଏପରି ବିପତ୍ତି ମାଡି ଆସୁଛି ବୋଲି କହିଛନ୍ତି ଗ୍ରାମବାସୀ।
ଗ୍ରାମବାସୀଙ୍କ ମନରେ ଭୁତର ଭୟ ଘନୀଭୂତ ହେବାକୁ ଲାଗିଛିl ଗ୍ରାମରୁ ଭୁତ କୁ ଦୂର କରିବା ପାଇଁ ଅନେକ ଚେଷ୍ଟା ଅବଲମ୍ବନ କରୁଛନ୍ତି ଗ୍ରାମବାସୀ l କେତେ ବେଳେ ଗ୍ରାମ କୁ ଭୁତ ମୁକ୍ତ କରିବା ପାଇଁ ପୂଜା ଅର୍ଚନା ଚାଲୁଛି ତ ଆଉ କେତେବେଳେ ଗ୍ରାମ ବାସି ନିଜେ ଦୂର ଗାଁକୁ ଯାଇ ଗୁଣିଆ ଏବଂ ପୂଜକଙ୍କ ସାହାର୍ଯ୍ୟ ଲୋଡୁଛନ୍ତି ,ଗାଁରୁ ଭୁତଙ୍କୁ ହଟେଇବା ନିମନ୍ତେ ଚାନ୍ଦା ଆଦାୟ ଚାଲିଛି। 2 ଲକ୍ଷ ଟଙ୍କା ହେଲେ ଗୁଣିଆ ଆସି ପୂଜାବିଧି ଆରମ୍ଭ କରିବା ନେଇ ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଅନ୍ୟ ପକ୍ଷରେ ଏହା କେବଳ ସଚେତନତା ଅଭାବ କାରଣରୁ ଲୋକେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏପରି କରୁଛନ୍ତି, ତେଣୁ ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ ସଙ୍ଗଠନଏକତ୍ରିତ ହୋଇ ସେମାନଙ୍କୁ ଏହି ଅନ୍ଧ ବିଶ୍ୱାସ ଏବଂ କୁପ୍ରଥାରୁ ଦୁରେଇ ବାକୁ ପଡିବା ନେଇ କହିଛନ୍ତି ବୁଦ୍ଧିଜୀବୀ।
ଏହି ଘଟଣା ପ୍ରଘଟ ହେବାପରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଗାଁରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ। ମାରିଗୁଡ଼ା ଗାଁରେ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର ପହଞ୍ଚି ଲୋକଙ୍କୁ ବୁଝାସୁଝା ଆଲୋଚନା କରିବା ସହ ଗ୍ରାମବାସୀଙ୍କୁ ସଚେତନ କରିଛନ୍ତି। ଏବଂ ଗ୍ରାମବାସୀମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେଲେ କିମ୍ବା ଅସୁସ୍ଥ ଅନୁଭବ ହେଲେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି। ଗାଁ ରେ ମାସେ ମଧରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ହେତୁ ଗାଁରେ ଲୋକଙ୍କ ମଧରେ ଅନେକ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଥିଲା।।
ଏଥିସହ ପଢ଼ନ୍ତୁ: ଅନ୍ଧବିଶ୍ଵାସ ନା ପାଗଳାମି: କୁକୁର ପାଦ ଧରି ମୁଣ୍ଡିଆ ମାରୁଛି ମଣିଷ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories