Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମଟନ ନାଁରେ ଲୋକଙ୍କୁ ଗୋ ମାଂସ ଦେଉଥିବା ଅଭିଯୋଗ, ଜୟା ହୋଟେଲ୍ ସିଲ୍ କଲା ପ୍ରଶାସନ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ମଟନ ନାଁରେ ଲୋକଙ୍କୁ ଗୋ ମାଂସ ଦେଉଥିବା ଅଭିଯୋଗ, ଜୟା ହୋଟେଲ୍ ସିଲ୍ କଲା ପ୍ରଶାସନ

ବ୍ରହ୍ମଗିରି: ମଟନ୍ ନାଁରେ ହୋଟେଲ୍‌ରେ ଦିଆ ଯାଉଥିଲା ଗୋ-ମାଂସ । ଏମିତି ସଙ୍ଗୀନ ଅଭିଯୋଗ ଆସିଛି ପୁରୀ-ଭୁବନେଶ୍ଵର ଜାତୀୟ ରାଜପଥ କଡ଼ ସାକ୍ଷୀଗୋପାଳ ନିକଟ ଜୟା ହୋଟେଲ୍ ନାଁରେ । ଜୟା ହୋଟେଲ୍ ନାଁରେ ଏତେ ବଡ଼ ଅଭିଯୋଗ ଆସିବା ପରେ ପ୍ରଶାସନ ହୋଟେଲକୁ ସିଲ୍ କରିଛି । ହୋଟେଲର ମଟନ ନମୁନା ପରୀକ୍ଷା ଲାଗି ରାଜ୍ୟ ପରୀକ୍ଷାଗାରକୁ ନିଆ ଯାଇଛି ।


ଅଭିଯୋଗ ଅନୁସାରେ, ଶୁକଳ ସହ ବିଭିନ୍ନ ଅଞ୍ଚଳରୁ ଗୋ ମାତାଙ୍କୁ କିଣା ଯାଉଥିଲା । ସତ୍ୟବାଦୀର ଅହମ୍ମଦପୁର ଅଞ୍ଚଳରେ ଗାଈଗୋରୁଙ୍କୁ କଟା ଯାଇଛି ମାଂସ ଚାଲାଣ ହେଉଥିଲା । ଏପରିକି ପୁରୀ ଅଞ୍ଚଳରୁ କଟକକୁ ମଧ୍ୟ ଗାଈଗୋରୁ ଚାଲାଣ ହେଉଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୀର୍ଘ ଦିନ ଧରି ସତ୍ୟବାଦୀ ପୋଲିସ ଚାନ୍ଦା ନେଇ ଗୋ ମାଫିଆଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆସିବା ପରେ ସତ୍ୟବାଦୀ ଥାନାର ସବ-ଇନ୍ସପେକ୍ଟରଙ୍କୁ ହେଡକ୍ଵାର୍ଟରକୁ ବଦଳି କରାଯାଇଛି । ଜାତୀୟ ରାଜପଥ କଡ଼ ସାକ୍ଷୀଗୋପାଳ ନିକଟରେ ରହିଛି ଜୟା ହୋଟେଲ । ପୁରୀ ଯିବା ରାସ୍ତାରେ ଏହି ହୋଟେଲ୍‌ରେ ରହିଥିବା ବେଳେ ଏଠାରେ ପ୍ରତିଦିନ କ୍ଵିଣ୍ଟାଲ୍ କ୍ଵିଣ୍ଟାଲ୍ ମଟନ ରୋଷେଇ ହୋଇଥାଏ ।


ଜୟା ହୋଟେଲର ଏକ ଭିଡିଓ ଭାଇରାଲ୍ ହେଉଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଭାଇରାଲ୍ ଭିଡିଓରେ ଥିବା ଯୁବକ ଜଣଙ୍କ ଗୋ-ଚାଲାଣ ରାକେଟ୍‌ରେ ସମ୍ପୃକ୍ତ ଥିବା କୁହାଯାଉଛି । ତେବେ ଗ୍ରାହାକଙ୍କ ଭାବାବେଗ ସହ ଖେଳି ମଟନ୍ ନାଁରେ ଦିଆ ଯାଉଥିଲା କି ଗୋ-ମାଂସ ? ସବୁ ଜାଣିଶୁଣି କାହିଁକି ଚୁପ୍ ଥିଲା ସତ୍ୟବାଦୀ ପୋଲିସ ? ଯଦି ଘଟଣା ସତ ନୁହେଁ ତାହେଲେ କାହିଁକି ପୋଲିସ ମୁହଁ ଖୋଲୁ ନାହିଁ । ଏସ୍‌ଆଇଙ୍କୁ ହେଡକ୍ଵାର୍ଟରକୁ ବଦଳି କରିବା ପଛର କାରଣ କଣ ?


ଏହା ପୂର୍ବରୁ କଟକ ଆଠଗଡ଼ ତିଗିରିଆ ଅଞ୍ଚଳରେ ହଜାର ହଜାର ଗୋରୁଙ୍କ କଙ୍କାଳ ଦେଖିବାକୁ ମିଳିଥିଲା । ଅର୍ଗସ୍ ନ୍ୟୁଜ୍‌ରେ ଏ ଖବର ପ୍ରସାରଣ ପରେ ଲୋକଙ୍କ ଆକ୍ରୋଶ ବଢ଼ିଥିବା ବେଳେ ଏବେ ପୁଣି ପୁରୀ ଜାତୀୟ ରାଜପଥରେ ମଟନ୍ ନାଁରେ ଲୋକଙ୍କୁ ଗୋ-ମାଂସ ଖାଇବାକୁ ଦିଆ ଯାଉଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗର ତଦନ୍ତ କରୁଥିବା ବେଳେ ମଟନ ନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ ହିଁ ସବୁକିଛି ସ୍ପଷ୍ଟ ହେବ ।

Sponsored
Administration Sealed Jaya Hotel After Allegations Beef Provided As Name Of Mutton | Argus News