Videos
|
Odisha

ବସ୍ତି ଉଚ୍ଛେଦ ପାଇଁ ପ୍ରଶାସନର କର୍ଫ୍ୟୁ, ଆସନ୍ତାକାଲି ପର୍ଯ୍ୟନ୍ତ ରହିବ ବଳବତ୍ତର

Banajyotshna Ray
Browse all articles by Banajyotshna Ray
·1 year ago
ବସ୍ତି ଉଚ୍ଛେଦ ପାଇଁ ପ୍ରଶାସନର କର୍ଫ୍ୟୁ, ଆସନ୍ତାକାଲି ପର୍ଯ୍ୟନ୍ତ ରହିବ ବଳବତ୍ତର

ଅର୍ଗସ ବ୍ୟୁରୋ: ବାଲେଶ୍ୱରରେ ବସ୍ତି ଉଚ୍ଛେଦ ପାଇଁ ପ୍ରଶାସନର କର୍ଫ୍ୟୁ ଜାରି । ଅରଡ଼ ବଜାରଠାରୁ ପରିବା ମାର୍କେଟ ଅଞ୍ଚଳରେ ଜାରି ହୋଇଛି କର୍ଫ୍ୟୁ। ଆସନ୍ତାକାଲି ରାତି 10ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସୂଚନା ରହିଛି । ବାଲେଶ୍ଵର ରେଳବାଇ ଜାଗାକୁ କବ୍‌ଜା କରି ରଖିଥିବା ଜବରଦଖଲକାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଉଚ୍ଛେଦ କରାଯାଇଛି। ସଂଖ୍ୟା ଲଘୁ ସମ୍ପ୍ରଦାୟର ଅଧିକାଂଶ ଲୋକେ ଏହି ସ୍ଥାନକୁ ଜବର ଦଖଲ କରି ରଖିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଉଚ୍ଛେଦ କରିବା ପାଇଁ ନୋଟିସ ଜାରି ହୋଇଥିଲା।


ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି। ଜବରଦଖଲକାରୀଙ୍କୁ ଅନେକ ଦିନ ଧରି ନୋଟିସ ପରେ ମଧ୍ୟ କେହି ସେଠାରୁ ହଟିବାକୁ ନାରାଜ ଥିଲେ। ତେଣୁ ପ୍ରଶାସନ ତାର କାର୍ଯ୍ୟ ଆରମ୍ଭ କରିଛି  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Administration's curfew continues in Balasore to prevent slum demolition | Argus News