Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Talcher Medical College / ତାଳଚେର ଓ କନ୍ଧମାଳ ମେଡିକାଲ କଲେଜରେ ନାମଲେଖାକୁ ଅନୁମତି

Smruti Parija
Browse all articles by Smruti Parija
·10 months ago·2 min read
ତାଳଚେର ଓ କନ୍ଧମାଳ ମେଡିକାଲ କଲେଜରେ ନାମଲେଖାକୁ ଅନୁମତି

Key Points

ଦୀର୍ଘ ବର୍ଷର ପ୍ରତୀକ୍ଷା ହେଲା ଅନ୍ତ
ତାଳଚେର ଓ କନ୍ଧମାଳ ମେଡିକାଲ କଲେଜରେ ନାମଲେଖାକୁ ଅନୁମତି
ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ଓଡ଼ିଶାରେ ସ୍ବାସ୍ଥ୍ୟ ଅଭିବୃଦ୍ଧିକୁ ଗୁରୁତ୍ବ

ଅନୁଗୋଳ ଜିଲ୍ଲାର ତାଳଚେରସ୍ଥିତ ପବିତ୍ର ମୋହନ ମେଡିକାଲ କଲେଜରେ ୨୦୨୫-୨୬ ଶିକ୍ଷାବର୍ଷରୁ ୧୦୦ ଏମବିବିଏସ ସିଟ୍ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁମତି ମିଳିଛି । ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ପାଇଁ ୧୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି । ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଦ୍ବାରା ତାଳଚେର ସମେତ ଅନୁଗୋଳ ଓ ଆଖପାଖ ଜିଲ୍ଲାର ଲୋକମାନେ ବିଶେଷ ଭାବରେ ଉପକୃତ ହେବେ । ୨୦୦୮ ମସିହାରୁ ତାଳଚେରରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ପ୍ରାଥମିକ ସ୍ତରରେ ଉଦ୍ୟମ ଆରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ ତତ୍କାଳୀନ ବିଜେଡି ସରକାର ଆନ୍ତରିକତା ଅଭାବରୁ ଖୋଲି କାର୍ଯ୍ୟକ୍ଷମ ହୋଇପାରୁନଥିଲା ମେଡିକାଲ କଲେଜଟି ।



ଏହି ଐତିହାସିକ ପଦକ୍ଷେପ ରାଜ୍ୟରେ ଭେଷଜ ଶିକ୍ଷା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବା ସହିତ ସମଗ୍ର ଓଡ଼ିଶାରେ, ବିଶେଷତଃ ତାଳଚେର ଓ କନ୍ଧମାଳରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁମତି ମିଳିଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସୋସିଆଲ ମିଡିଆ ଏକ୍ସରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ଫୁଲବାଣୀ ମେଡିକାଲ କଲେଜରେ ଖୁବଶୀଘ୍ର ନାମ ଲେଖା ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଅନୁମତି ମିଳିସାରିଛି । ୧୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଅନୁମତି ମିଳିଛି । ମେଡିକାଲ କଲେଜରେ ପାଠପଢା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଦୁଇ ଜିଲ୍ଲାର ଏ ମେଡିକାଲ କଲେଜ ଜିଲ୍ଲାବାସୀଙ୍କ ସହ ପଡ଼ୋଶୀ ଜିଲ୍ଲାର ଲୋକଙ୍କୁ ବି ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇଦେବ ।



Sponsored
Talcher Medical College | admissions-allowed-in-talcher-and-kandhamal-medical-colleges | Argus News