Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Health Update / ଚାଉଳରୁ ଅଟା, ତେଲରୁ ଛତୁଆ; ପଢ଼ନ୍ତୁ କେଉଁ ଜିଲ୍ଲାରେ କେଉଁ ଖାଦ୍ୟ ଅପମିଶ୍ରିତ

Sushanta Sahoo
Browse all articles by Sushanta Sahoo
·4 months ago·3 min read
ଚାଉଳରୁ ଅଟା, ତେଲରୁ ଛତୁଆ; ପଢ଼ନ୍ତୁ କେଉଁ ଜିଲ୍ଲାରେ କେଉଁ ଖାଦ୍ୟ ଅପମିଶ୍ରିତ
Is Your Food Safe?

Key Points

ସବୁଠାରୁ ରୋଚକ କଥା ହେଉଛି, ଯେଉଁ ସବୁ ଜିଲ୍ଲାରେ ଯେଉଁ ସବୁ ଖାଦ୍ୟ ସାମଗ୍ରୀର ବହୁଳ ଉତ୍ପାଦନ ହେଉଛି ସେହି ସବୁ ଜିଲ୍ଲାରେ ଅପମିଶ୍ରିତ ଖାଦ୍ୟ ମିଳିଛି । ଯେପରିକି ବଲାଙ୍ଗିରରେ ଉଷୁନା ଚାଉଳ ଓ କନ୍ଧମାଳରେ ହଳଦୀ ଗୁଣ୍ଡରେ ଅପମିଶ୍ରଣ ।
ଭୁବନେଶ୍ଵର: ଶୁଦ୍ଧ ନୁହେଁ ନାମୀ ଦାମୀ ପ୍ୟାକେଟ୍ ଖାଦ୍ୟ । ତେଲରୁ ଲୁଣ, ବେସନରୁ ଅଟା ସବୁ କିଛି ଅପମିଶ୍ରିତ । ଏକଥାକୁ ଖୋଦ୍ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ସ୍ଵୀକାର କରିଛନ୍ତି । ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକ୍ରିବଟା ନେଇ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ।

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, "ରାଜ୍ୟ ସରକାର ଖାଦ୍ୟର ଅପମିଶ୍ରଣ ହେଉଥିବା ସମ୍ପର୍କରେ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ଖାଦ୍ୟ ନିରାପତ୍ତା ଆଇନ୍ ୨୦୦୬ ଅନୁଯାୟୀ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।"

ଏଥିସହ ପଢ଼ନ୍ତୁ: ମାର୍କେଟରେ ଆପଣ ପିଉଥିବା ପାଣି ଶୁଦ୍ଧ ତ ?

ଖାଦ୍ୟ ଅପମିଶ୍ରଣ ରୋକିବା ଦିଗରେ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ପୌର ପରିଷଦ ଅଧିନରେ ବର୍ତ୍ତମାନ ୬୩ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀ କାର୍ଯ୍ୟରତ ଅଛନ୍ତି ଏବଂ ନିୟମିତ ଭାବେ ଅପମିଶ୍ରଣ ରୋକିବା ପାଇଁ ଚଢ଼ାଉ ସହ ବିଭିନ୍ନ ପ୍ରକାର ଖାଦ୍ୟ ନମୁନା ଯାଞ୍ଚ କରାଯାଉଛି । ଖାଦ୍ୟରେ ଅପମିଶ୍ରଣ ସନ୍ଦେହ ହେଲେ ନମୁନା ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତିଷ୍ଠା ପରୀକ୍ଷାଗାରକୁ ପଠା ଯାଇ ଯାଞ୍ଚ କରାଯାଉଛି ।

କେଉଁ ଜିଲ୍ଲାରେ କେଉଁ ଖାଦ୍ୟରେ ଅପମିଶ୍ରଣ ?

  • ଅନୁଗୋଳ- ଚା' ପତି, ଧନିଆ ଗୁଣ୍ଡ
  • ବାଲେଶ୍ଵର- ବିସ୍କୁଟ, ଛତୁଆ, ସୋୟା, ଶୋରିଷ ତେଲ, ଚିକେନ ମସଲା
  • ଭଦ୍ରକ- ଚିଲ୍ଲି ସସ୍, ଗରମ ମସଲା, ଚାଇନା ସଲ୍ଟ, ଶୋରିଷ ତେଲ, କେକ୍, ସୁଜି, ଛତୁଆ
  • ବଲାଙ୍ଗିର- ଉଷୁନା ଚାଉଳ, ସୁଜି, ନୁଡଲ୍ସ, ଚା' ପତି, ସୋୟା
  • ବୌଦ୍ଧ- ହର୍ଲିକ୍ସ, ଛତୁଆ
  • କଟକ- ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଛତୁଆ, ଅଟା
  • ଦେବଗଡ଼- ଗାଣ୍ଠିଆ, ବାଦାମ ଲଡୁ, ଖଜୁରୀ
  • ଢେଙ୍କାନାଳ- ସୁଜି, ହର୍ଲିକ୍ସ, ଚା' ପତି, ଖଜୁରୀ
  • ଗଜପତି- ମଇଦା, କଷ୍ଟାର୍ଡ ପାଉଡର, ଟମାଟୋ କେଚଅପ୍
  • ଗଞ୍ଜାମ- ବିସ୍କୁଟ, ସୋୟା, ଲଙ୍କା ଗୁଣ୍ଡ, କାଜୁ, ବିରୟାନୀ ମସଲା
  • ଜଗତସିଂହପୁର- ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ହର୍ଲିକ୍ସ, ବେସନ
  • ଯାଜପୁର- ଲଙ୍କା ଗୁଣ୍ଡ
  • ଝାରସୁଗୁଡ଼ା- ବିସ୍କୁଟ, ସୋୟାବିନ ତେଲ
  • କଳାହାଣ୍ଡି-ପାଲମୋଲିନ, ସୂର୍ଯ୍ୟମୁଖୀ ତେଲ, ବିସ୍କୁଟ
  • କନ୍ଧମାଳ- ମିକ୍ସଚର, ହଳଦୀ ଗୁଣ୍ଡ
  • କେନ୍ଦ୍ରାପଡ଼ା- ପାପଡ଼, ସୂର୍ଯ୍ୟମୁଖୀ ତୈଳ, ବନସ୍ପତି, ଶୋରିଷ, ଚକୋଲେଟ୍, ଫ୍ଲେବରଡ୍ ମିଲ୍କ, ନୁଡଲ୍ସ
  • କେନ୍ଦୁଝର- ଚା' ପତି, ରାଇସବ୍ରାନ୍ ଅଏଲ୍, ବିସ୍କୁଟ, ସୂର୍ଯ୍ୟମୁଖୀ ତେଲ
  • ଖୋର୍ଦ୍ଧା- ଚକୋଲେଟ, ନାଣ୍ଡିବଗୁଲି, ଖଜୁରୀ, ବନସ୍ପତି, ହଳଦୀ ଗୁଣ୍ଡ, ଲୁଣ, ଲିଚି (ପାନୀୟ), ମାଣ୍ଡିଆ ଗୁଣ୍ଡ, ପିଙ୍କ ସଲ୍ଟ, ଅମୁଲ ବଟର, କୁକିଜ୍, ଚିନି, ଶୋରିଷ ତେଲ, ଚାଉଳ ଗୁଣ୍ଡ, ବେସନ, ଅଟା, ମାୟୋନିଜ, ଚିଲି ସସ୍, ମିକ୍ସଚର, ମଇଦା, ସୋୟା ସସ୍, ବିସ୍କୁଟ, ଚା' ପତି, ମଇଦା, ସୋୟା, ଲଙ୍କା ଗୁଣ୍ଡ, ମସଲା ଗୁଣ୍ଡ, ଅରେଞ୍ଜ କ୍ୟାଣ୍ଡି
  • ମାଲକାନଗିରି- ସୂର୍ଯ୍ୟମୁଖୀ ତେଲ
  • ମୟୂରଭଞ୍ଜ- ପାଣି ବୋତଲ, ହର୍ଲିକ୍ସ
  • ନୟାଗଡ଼- ବିସ୍କୁଟ, ମଇଦା, ସୂର୍ଯ୍ୟମୁଖୀ ତେଲ, ଅଟା
  • ନୂଆପଡ଼ା- ରକ୍ ସଲ୍ଟ, ଅଟା, ଚିନି
  • ପୁରୀ- ଆଚାର, ହରଡ଼ ଡାଲି, ସବ୍‌ଜି ମସଲା, ବେସନ, ସେଓ, ମିକ୍ସଚର, ଅଟା, ବେସନ
  • ରାୟଗଡ଼ା- ଲଙ୍କା ଗୁଣ୍ଡ, ସୂର୍ଯ୍ଯମୁଖୀ ତେଲ, ହଳଦୀ ଗୁଣ୍ଡ, ସୁଜି, ଚାଉଳ ଗୁଣ୍ଡ, ବେସନ, ବିସ୍କୁଟ, ପାମ୍ପଡ଼, ପନୀର, ଘିଅ
  • ସମ୍ବଲପୁର- ସୋୟା, ହଳଦୀ ଗୁଣ୍ଡ, ଲଡୁ, ବିସ୍କୁଟ
  • ସୋନପୁର- ଛତୁଆ, ଆଚାର, ବେସନ, ବିସ୍କୁଟ, ଲୁଣ, ଚିନି
  • ସୁନ୍ଦରଗଡ଼- ଚାଉମିନ, ପାଣି ବୋତଲ, ଲଙ୍କା ଗୁଣ୍ଡ, ଆଇସ୍ କ୍ରିମ୍, ଟମାଟୋ ସସ୍, ରସଗୋଲା, ଜୀରା ଗୁଣ୍ଡ, ଚିଲି ସସ୍, ମଇଦା, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ସ୍କିମଡ୍ ମିଲ୍କ, ବେସନ, ଅଟା, ଛତୁଆ, ଚକୋଲେଟ୍

୨୦୨୪-୨୫ ଆର୍ଥିକ ବର୍ଷରେ ଜାନୁଆରୀ ୨୦୨୫ ସୁଦ୍ଧା ଏସବୁ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହୋଇଥିବା ଜଣାପଡ଼ିଛି । ସବୁଠାରୁ ରୋଚକ କଥା ହେଉଛି, ଯେଉଁ ସବୁ ଜିଲ୍ଲାରେ ଯେଉଁ ସବୁ ଖାଦ୍ୟ ସାମଗ୍ରୀର ବହୁଳ ଉତ୍ପାଦନ ହେଉଛି ସେହି ସବୁ ଜିଲ୍ଲାରେ ଅପମିଶ୍ରିତ ଖାଦ୍ୟ ମିଳିଛି । ଉଦାହରଣ ସ୍ଵରୁପ ବଲାଙ୍ଗିରରେ ଉଷୁନା ଚାଉଳ ଓ କନ୍ଧମାଳରେ ହଳଦୀ ଗୁଣ୍ଡରେ ଅପମିଶ୍ରଣ ।
ଏଥିସହ ପଢ଼ନ୍ତୁ: ଗୁପଚୁପ୍ ପାଣିରେ ଜୀବନ୍ତ ମୂଷା... ଭିଡିଓ ଭାଇରାଲ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Adulterated Food Across Odisha, Health Minister Admits in Assembly | Argus News | Argus News