Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏବେ ବି ସନ୍ଦେହ ଘେରରେ କ୍ରାଇମବ୍ରାଞ୍ଚ ତଦନ୍ତ, CBI ତଦନ୍ତ ପାଇଁ କେବେ କୋର୍ଟକୁ ଯିବେ ଦୀପାଲି ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଏବେ ବି ସନ୍ଦେହ ଘେରରେ କ୍ରାଇମବ୍ରାଞ୍ଚ ତଦନ୍ତ, CBI ତଦନ୍ତ ପାଇଁ କେବେ କୋର୍ଟକୁ ଯିବେ ଦୀପାଲି ?

Key Points

ନବ ଦାସ ହତ୍ୟା ମାମଲାକୁ ପୂରିଲା ୨ ବର୍ଷ

ଏବେ ବି ସନ୍ଦେହ ଘେରରେ କ୍ରାଇମବ୍ରାଞ୍ଚ ତଦନ୍ତ

ଗୋପାଳ ଜରିଆରେ ନବଙ୍କୁ ହତ୍ୟା, ବଢୁଛି ସନ୍ଦେହ

ଅର୍ଗସ ବ୍ୟୁରୋ: ନବ ଦାସ ହତ୍ୟା ମାମଲାକୁ ପୂରିଲା ୨ ବର୍ଷ । ଏବେ ବି ସନ୍ଦେହ ଘେରରେ କ୍ରାଇମବ୍ରାଞ୍ଚ ତଦନ୍ତ । ଗୋପାଳ ଜରିଆରେ ନବଙ୍କୁ ହତ୍ୟା, ବଢୁଛି ସନ୍ଦେହ । CBI ତଦନ୍ତ ପାଇଁ କେବେ କୋର୍ଟକୁ ଯିବେ ଦୀପାଲି ?


୨୯ ଜାନୁଆରୀ, ୨୦୨୩ । ବ୍ରଜରାଜନଗର ଗାନ୍ଧିଛକରେ ସେତେବେଳର କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ଉପରକୁ ହୋଇଥିଲା ଗୁଳିମାଡ଼ । ତୁରନ୍ତ ତାଙ୍କୁ ନିଆଗଲା ଝାରସୁଗୁଡ଼ା ହସପିଟାଲ୍ । ପରେ ପରେ ହେଲିକପ୍ଟରରେ ଭୁବନେଶ୍ଵରର ଆପୋଲୋ ହସପିଟାଲ୍ । ଆପୋଲୋରେ ନବ ଦାସଙ୍କୁ ମୃତ ଘୋଷଣା କଲେ ଡାକ୍ତର ।


ଜଣେ ପାୱାରଫୁଲ୍ ମନ୍ତ୍ରୀଙ୍କୁ ଗୁଳି ମାରି ହତ୍ୟା ନେଇ ସାରା ରାଜ୍ୟ ସ୍ତବ୍ଧ ହୋଇଗଲା । ନବଙ୍କୁ ଗୁଳି ମାରିଥିବା ଅଭିଯୋଗରେ ଗିରଫ ହେଲା ପୋଲିସ ଏଏସଆଇ ଗୋପାଳ ଦାସ । ହେଲେ କ୍ରାଇମବ୍ରାଞ୍ଚର ଗପ ନେଇ ଉଠିଲା ପ୍ରଶ୍ନ । ମର୍ଡର ପଛର ମୋଟିଭ୍ ରହିଲା ରହସ୍ୟ ଘେରରେ । କ୍ରାଇମବ୍ରାଞ୍ଚ ଆଗରେ ନବଙ୍କ ପତ୍ନୀ ଓ ତାଙ୍କ ପୁଅ ପ୍ରି-ପ୍ଲାନ୍ ମର୍ଡର କଥା କହିଲେ, ହେଲେ ସେ ଦିଗରେ ତଦନ୍ତ ହେଲାନାହିଁ । ସେତେବେଳର ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ର ବି ଆଣିଥିଲେ ସାଂଘାତିକ ଅଭିଯୋଗ । ହେଲେ ନବ ଦାସଙ୍କ ଝିଅ ଦୀପାଲି ଚୁପ୍ ରହିଲେ ।

ମର୍ଡର ପଛର ମୋଟିଭକୁ ନେଇ ଉଠିଲା ପ୍ରଶ୍ନ, କଣ ହୋଇଥାଇପାରେ କାରଣ ?


କାରଣ ନମ୍ବର-୧ (ରାଜନୈତିକ ପତିଆରା)


ପଶ୍ଚିମ ଓଡ଼ିଶାର ପଲିଟିକ୍ସ ଥିଲା ନବଙ୍କ କଣ୍ଟ୍ରୋଲରେ । କୁହାଯାଏ ୪୨ ଆସନକୁ ନେଇ ବିବାଦ ଦେଖା ଦେଇଥିଲା । ଆଉ ସେହି କାରଣରୁ ଗୋପାଳକୁ ଲଗାଇ ତାଙ୍କୁ ରାସ୍ତାରୁ ହଟାଇ ଦିଆଗଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କାରଣ ନମ୍ବର-୨ (ବ୍ୟବସାୟିକ ଶତ୍ରୁତା)


ପଶ୍ଚିମ ଓଡ଼ିଶାରେ କୋଇଲା ଓ ଟ୍ରାନ୍ସପୋର୍ଟ ବିଜନେସରେ ଥିଲା ନବ ଦାସଙ୍କ ଦବଦବା । ଏହି କାରଣରୁ ଶତ୍ରୁତା ବଢିଥିବା ଅଭିଯୋଗ ହୋଇଥିଲା । ଯାହା ତାଙ୍କ ହତ୍ୟାର କାରଣ ବି ହୋଇ ଥାଇପାରେ ।


ତେବେ ୨ ବର୍ଷ ଧରି ଚୁପ୍ ରହିଲେ ଦୀପାଲି । ଏମିତି କି ନିର୍ବାଚିତ ହେଲା ପରେ ବି ବିଧାନସଭାରେ ଥରୁଟିଏ ଉଠାଇଲେ ନାହିଁ ନିଜ ବାପାଙ୍କୁ ହତ୍ୟା ପ୍ରସଙ୍ଗ । ଏବେ କହୁଛନ୍ତି ପୋଲିସ ଜରିଆରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି । 


ନବ ହତ୍ୟା ମାମଲାକୁ ନେଇ ଏବେ ଅନେକ ପ୍ରଶ୍ନ


କୁଆଡେ ଗଲା ନବଙ୍କ ଛାତି ଭେଦି ଯାଇଥିବା ଗୁଳି ? କୁଆଡେ ଗଲା ନବଙ୍କ ରକ୍ତଭିଜା ସାର୍ଟ ଓ ଟାୱେଲ୍ ? କାହିଁକି ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ହେଲାନାହିଁ ବୟାନ ରେକର୍ଡ ? କାହା ଚାପରେ କ୍ରାଇମବ୍ରାଞ୍ଚ ଅଧିକାରୀ କଲେ ନାହିଁ ରେକର୍ଡ ? ରକ୍ତଭିଜା ସାର୍ଟ ନଷ୍ଟ ଅଭିଯୋଗ ସମ୍ପର୍କରେ ଚୁପ୍ ଆପୋଲୋ ହସପିଟାଲ୍ ? ଆପୋଲୋ ଅପରସେନ୍ ଥିଏଟରରେ କିଏ ଦେଇଥିଲା ଅପରେସନ୍ ନିର୍ଦ୍ଦେଶ ? କ୍ରାଇମବ୍ରାଞ୍ଚ ଘଣ୍ଟଘୋଡ଼ା ଅଭିଯାନର କିଏ ସେ ଖଳନାୟକ ? ଝାରସଗୁଡା ହସପିଟାଲରେ କାହିଁକି ହୋଇନଥିଲା ବିପି-ପଲସ ରେଟ୍ ଚେକ୍ ?


ନବ ଦାସ ହତ୍ୟା ମାମଲାରେ ସନ୍ଦେହ ଘେରରେ କ୍ରାଇମବ୍ରାଞ୍ଚ ତଦନ୍ତ । ଦୀପାଲି ଓ ତାଙ୍କ ଭାଇ ଗଣମାଧ୍ୟମ ସାମ୍ନାରେ ସିବିଆଇ ତଦନ୍ତ ଦାବି କରିଛନ୍ତି । ଏବେ ଅପେକ୍ଷା କେବେ ବିଧୀବଦ୍ଧ ଭାବେ ନବଙ୍କ ପରିବାର ଲିଖିତ ଭାବେ ସିବିଆଇ ତଦନ୍ତ ଦାବି କରିବେ ।

Sponsored
After 2 Year Of Ex Minister Naba Das Shot Many Questions Are Still | Argus News