Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୪ବର୍ଷରେ ହାଲାନି, ଏବେ ଅଣ୍ଟା ଭିଡିଲେ ବିଜେପି ସରକାର

Rashmita Mishra
Browse all articles by Rashmita Mishra
·1 year ago·2 min read
୨୪ବର୍ଷରେ ହାଲାନି, ଏବେ ଅଣ୍ଟା ଭିଡିଲେ ବିଜେପି ସରକାର

Key Points

ଋଷୁକୂଲ୍ୟା - ମହାନଦୀର ହେବ ସଂଯୋଗୀକରଣ
ଅଣ୍ଟା ଭିଡିଲେ ବିଜେପି ସରକାର
ନୟାଗଡ ବରମୁଲରେ ବଡ଼ଡ୍ୟାମ ପାଇଁ ବିଜେପି ବିଧାୟକ ଦେଲେ ପ୍ରସ୍ତାବ
ବିଧାୟକ କହିଲେ, ପ୍ରସ୍ତାବ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ଆଗଭର

୨୪ବର୍ଷରେ ବିଜେଡି ସରକାର ପାରିଲାନି, ଏବେ ଅଣ୍ଟା ଭିଡିଲେ ବିଜେପି ସରକାର । ଦଶନ୍ଧି ଦଶନ୍ଧିର ଦାବିରେ ପଡିବ ପୂର୍ଣ୍ଣଛେଦ । ଋଷିକୁଲ୍ୟା - ମହାନଦୀର ସଂଯୋଗୀକରଣ ଆଶା ସଂଚାର ହେଲା । ନୟାଗଡ ବରମୁଲରେ ହେବ ବଡ଼ଡ୍ୟାମ । ବନ୍ୟାଜଳ ସଂରକ୍ଷିତ ରହିବ । ବଡ଼ କେନାଲ ଦ୍ୱାରା ଋଷିକୂଲ୍ୟାକୁ ଆସିବ ମହାନଦୀ ଜଳ । ଏ ନେଇ ଗଞ୍ଜାମ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ପ୍ରସ୍ତାବ । ପ୍ରସ୍ତାବକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ଆଗଭର ହୋଇଥିବା କହିଛନ୍ତି ବିଧାୟକ।

ବିଧାୟକମାନଙ୍କ ପ୍ରସ୍ତାବ ଅନୁସାରେ ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୨ଲକ୍ଷ ହଜାର ହେକ୍ଟର ଜ‌ମି ଜଳସେଚିତ ହେବ । ଶିଳ୍ପାନୁଷ୍ଠାନକୁ ମଧ୍ୟ ପାଣି ଯୋଗାଣ ସମ୍ଭବ ହୋଇପାରିବ । ସେହିପରି ମତ୍ସ୍ୟଚାଷ କ୍ଷେତ୍ରରେ ମଧ୍ୟ ଏହି ପ୍ରକଳ୍ପ ବେଶ ଉପ‌ଯୋଗୀ ସାବ୍ୟସ୍ତ ହେବ । ବିଧାୟକଙ୍କ ଏହି ପ୍ରସ୍ତାବକୁ ଜିଲ୍ଲାବାସୀ ସ୍ୱାଗତ କରିଛନ୍ତି।

ଗଞ୍ଜାମ ଜିଲ୍ଲାବାସୀ ପାନୀୟ ଜଳ ଓ ଚାଷ କାର୍ଯ୍ୟ ପାଇଁ ଋଷିକୁଲ୍ୟା ନଦୀ ଉପରେ ନିର୍ଭର କରନ୍ତି । ହେଲେ ଏହି ନଦୀର ପ୍ରାୟ ୮୦ ପ୍ରତିଶତ ପାଣି ସମୁଦ୍ରକୁ ବୋହି ଯାଉଛି। ବର୍ଷକୁ ପ୍ରାୟ ୭/୮ ମାସ ନଦୀ ଶଯ୍ୟା ଶୁଖିଲା ରହୁଛି । ଏଣୁ ନଦୀ ଅବବାହିକାରେ ରହୁଥିବା ଲୋକମାନେ ପାଣି ପାଇ ପାରୁନାହାନ୍ତି। ଚାଷୀ ପାଇଁ ପାଣି ନିଅଣ୍ଟ ପଡୁଛି । ପାନୀୟ ଜଳ ସମସ୍ୟା ମଧ୍ୟ ରହିଛି । ଏଣୁ ଋଷିକୁଲ୍ୟାକୁ ବଞ୍ଚାଇବା ପାଇଁ ୨ହଜାର ମସିହାରୁ ସଂଯୋଗୀକରଣ ପ୍ରସ୍ତାବ ତତ୍କାଳୀନ ରାଜ୍ୟ ସରକାରଙ୍କୁ ଦେଇଥିଲେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ।

ଆନ୍ତରିକତା ଅଭାବରୁ ଏହା ଆଗେଇପାରିଲାନି । କିଛିଦିନ ତଳେ ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏ ଦିଗରେ ବିଚାର କରିବାକୁ ଅନୁରୋଧ କରିଥିଲେ । ଏବେ ବିଜେପି ସରକାର ବିଧାୟକଙ୍କ ପ୍ରସ୍ତାବକୁ ଆଗେଇ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
after-24-years-of-stagnation-now-the-bjp-government-is-taking-a-stand | Argus News