Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୮ ବର୍ଷ ପରେ ଓଡ଼ିଶାରେ ଲାଗୁ ହେବାକୁ ଯାଉଛି ପେସା ଆଇନ

Rashmita Mishra
Browse all articles by Rashmita Mishra
·1 year ago·2 min read
୨୮ ବର୍ଷ ପରେ ଓଡ଼ିଶାରେ ଲାଗୁ ହେବାକୁ ଯାଉଛି ପେସା ଆଇନ

ଅର୍ଗସ ବ୍ୟୁରୋ: ଜନଜାତୀୟ ଗୌରବ ଦିବସରେ ବିଜେଡି ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ସରକାର ସମୟରେ ଆଦିବାସୀ ମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସବୁ କ୍ଷେତ୍ରରେ ଅବହେଳା କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଆହୁରି କହିଛନ୍ତି ଆଦିବାସୀ ମାନଙ୍କୁ ପୂର୍ବ ସରକାରରେ ସ୍ୱତନ୍ତ୍ରତା ମିଳୁ ନଥିଲା କି ମୁଖ୍ୟ ସ୍ରୋତରେ ସାମିଲ କରିବାକୁ କୌଣସି ଠୋସ ପଦକ୍ଷେପ ନିଆଯାଉ ନଥିଲା । ଆବାସିକ ହଷ୍ଟେଲ ଗୁଡିକରେ ପିଲା ଖାଇବାକୁ ପାଉନଥିଲେ । ଲୁଣ ସହ ଭାତ ଖାଉଥିଲେ । ତେଣୁ ଆମ ସରକାର ରାଜ୍ୟରେ ପେସା ଆଇନ ଲାଗୁ ଆଦିବାସୀଙ୍କ ବିକାଶ ସହ ସେମାନଙ୍କ କଳା ସଂସ୍କୃତି କୁ ମଧ୍ୟ ସୁରକ୍ଷା ଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।  

ସେହିପରି ଜନଜାତୀୟ ଗୌରବ ଦିବସରେ ଆଦିବାସୀଙ୍କ ବିକାଶ ପାଇଁ ୧୫୩୫ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ରହିଛି ଜନଜାତି ଐତିହ୍ୟ ଓ ସୁରକ୍ଷା ପାଈଁ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା  ଜନଜାତି ଐତିହ ଏବଂ ସ୍ୱାଭିମାନ ଭବନ । ୮୫୨ କୋଟି ଖର୍ଚ୍ଚ ରେ ନିର୍ମାଣ ହେବାକୁ ଥିବା ୪୨୬ ଆବାସିକ ସ୍କୁଲ  । ୨୪୦ କୋଟି ବ୍ୟୟ ରେ ୧୬  ଆଶ୍ରମ ହାଇସ୍କୁଲ ଗୁଡିକର ଅପଗ୍ରେଡ଼ସନ ।  ୧୩ ଟି ହାଇସ୍କୁଲକୁ ଅପଗ୍ରେଡ଼ କରି ଯୁକ୍ତ ୨ କରିବା ପାଈଁ ୨୨ କୋଟି ଲେଖାଏଁର ବ୍ୟୟ ବରାଦ । ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ ପାଈଁ ୫୦ କୋଟି ଟଙ୍କାର ବିନିଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିବା ସହ ଶିଳାନ୍ୟାସ କରିଛନ୍ତି । 

କଣ ଏହି ପେସା ଆଇନ  । ଅନୁସୂଚିତ ଅଞ୍ଚଳର ବିକାଶ ଏବଂ ଜନଜାତିଙ୍କ ସଶକ୍ତି କରଣ ପାଇଁ ୧୯୯୬ ମସିହା ଡିସେମ୍ବର ୨୪ରେ ଭାରତ ସରକାର ‘ପଞ୍ଚାୟତ ସଂପ୍ରସାରଣ ଅଧିନିୟମ ବା ପେସା ଆଇନ୍ ପ୍ରଣୟନ କରିଥିଲେ । ଏହି ଆଇନରେ ଗ୍ରାମସଭାକୁ ସର୍ବାଧିକ କ୍ଷମତା ପ୍ରଦାନ କରାଯାଇଛି । ଯାହାଦ୍ୱାରା ଅନୂସୂଚିତ ଅଞ୍ଚଳର ବିକାଶ ସହ ଗ୍ରାମ ସଭା ଜରିଆରେ ଜନଜାତିଙ୍କ ବିକାଶ ହୋଇପାରିବ । ଏଥିସହିତ ରାଜନୈତିକ, ସାମାଜିକ ଏବଂ ସାସ୍କୃତିକ ବ୍ୟବସ୍ଥାରେ ମଧ୍ୟ ଅନୁସୂଚିତ ଜାତି ତଥା ଆଦିବାସୀମାନେ ସକ୍ରିୟ ଅଂଶଗ୍ରହଣ କରିପାରିବେ । ସହଜ ଭାଷା ରେ କହିବାକୁ ଗଲେ ଏହି ଆଇନରେ ଜଳ, ଜଙ୍ଗଲ, ଜମି ଆଦି ତିନି କ୍ଷେତ୍ରରେ ଆଦିବାସୀ ମାନଙ୍କୁ ସ୍ୱତନ୍ତ୍ରତା ଦେବ । ପେସା ଆଇନ ଦେଶର ୬ ଟି ଆଦିବାସୀ ବହୁଳ ରାଜ୍ୟରେ ଲାଗୁ ହୋଇ ସାରିଛି । ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରେ ଏହି ପେସା ଆଇନ ଲାଗୁ ହେବା ଦ୍ୱାରା ଆଦିବାସୀଙ୍କ ବିକାଶ ଦିଗରେ ଏହା ଅତ୍ୟନ୍ତ ସହାୟକ ହେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଓଡ଼ିଶା ରେ  ବର୍ତ୍ତମାନ ସୁଦ୍ଧା ଏହାକୁ ଲାଗୁ କରାଯାଇ ନଥିବାରୁ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ବିଭାଗୀୟ ମନ୍ତ୍ରୀ । ଯାହାର ଜବାବ ରଖିଛି ବିଜେଡି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟରେ ମୋଟ୍ ଜନସଂଖ୍ୟାର ୨୨.୮୫ ପ୍ରତିଶତ ଜନଜାତି ଥିବାବେଳେ ସେମାନେ ରାଜ୍ୟର ୪୫% ଅଞ୍ଚଳରେ ବାସ କରୁଛନ୍ତି । ୧୩ଟି ଜିଲ୍ଲାର ୧୧୯ଟି ବ୍ଲକରେ ଆଦିବାସୀ ରହୁଥିବାବେଳେ ସେମାନେ ୭୪ ପ୍ରକାରର ଉପଭାଷାରେ କଥା ହେଉଛନ୍ତି । ତେଣୁ ଏହି ପେସା ଆଇନ ଲାଗୁ ହେବା ଦ୍ୱାରା ରାଜ୍ୟର ମୂଳ ଅଧିବାସୀ ତଥା ଆଦିବାସୀ ମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ ହୋଇ ପାରିବ ବୋଲି କୁହାଯାଉଛି । 

Sponsored
After 28 years, Pesa Act is going to be implemented in Odisha | Argus News