Videos
|
Odisha

ଦୀର୍ଘ ୪୫ ବର୍ଷ ପରେ ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନ ମାନ୍ୟତା

Rashmita Mishra
Browse all articles by Rashmita Mishra
·1 year ago·2 min read
ଦୀର୍ଘ ୪୫ ବର୍ଷ ପରେ ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନ ମାନ୍ୟତା

Key Points

ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା

ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା

ଦେଶର ୧୦୭ ତମ ଜାତୀୟ ଉଦ୍ୟନ ଭାବେ ଶିମିଳିପାଳ ହେବ ପରିଚିତ

ପୂର୍ବ ବିଜେଡି ସରକାରଙ୍କ ଅବହେଳାରୁ ଜାତୀୟ ମାନ୍ୟତାରୁ ଥିଲା ବଞ୍ଚିତ

୪୫ ବର୍ଷ ତଳୁ ଜାତୀୟ ମାନ୍ୟତା ଦାବି ହୋଇଥିଲା ଉପସ୍ଥାପନ

ବିଜେପି ସରକାର ଆସିବା ପରେ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଏସିଆ ମହାଦେଶର ଦ୍ଵିତୀୟ ବୃହତ ସଂରକ୍ଷିତ ବନକ୍ଷେତ୍ର ଭାବେ ପରିଚିତ ଶିମିଳିପାଳକୁ ଶେଷରେ ମିଳିଛି ଜାତୀୟ ଉଦ୍ୟାନ ମାନ୍ୟତା। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏନେଇ ବିଦ୍ଧିବଦ୍ଧ ଘୋଷଣା କରାଯାଇଛି। ମୋଟ ୨୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଶିମିଳିପାଳ ଅଭୟାରଣ୍ୟର ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା ହୋଇଛି । ପଳପଳା ନଦୀର ଉତ୍ତର ଅବବାହିକାରୁ ଆରମ୍ଭ ହୋଇ ଦକ୍ଷିଣରେ କାଲିପାହାଡ , ଉତ୍ତରପୂର୍ବ ସୀମା ସୀତକୁଣ୍ଡଠାରୁ ସୁନପୋଖରୀ ପାହାଡ଼ ସେହିପରି ଦକ୍ଷିଣ ପଶ୍ଚିମ ସୀମାର ଗୁରୁସଦର ପାହାଡ଼ ଠାରୁ ମୁରାରୀ ପର୍ବତ ଯାଏଁ ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ଚିହ୍ନିତ କରାଯାଇଛି। ସେହିପରି ଜାତୀୟ ଉଦ୍ୟାନ ପରିସୀମା ଭିତରେ ସଂଜନାଳ, ଦଲକି ନଦୀ, ଦେବକୁଣ୍ଡ, ବୁଢ଼ାବୁଢ଼ୀ ପାହାଡ଼ ଆଦି ରହିଛି। ଏହି ଘୋଷଣା ପରେ ବଣ୍ୟଜନ୍ତୁ ପ୍ରେମୀ ଓ ମୟୂରଭଞ୍ଜବାସୀଙ୍କ ମଧ୍ୟରେ ଖୁସି ଖେଳିଯାଇଛି।


୧୯୭୯ ଡିସେମ୍ବର ୩ରେ ରାଜ୍ୟ ସରକାର ଏହି ଅଞ୍ଚଳକୁ ପ୍ରସ୍ତାବିତ ଅଭୟାରଣ୍ୟ ଭାବେ ଗ୍ରହଣ କରିଥିଲେ । ୧୯୮୬ରେ ଏହାକୁ ପ୍ରାଥମିକ ସ୍ତରରେ ଜାତୀୟ ଅଭୟାରଣ୍ୟ ପାଇଁ ବ୍ୟବସ୍ଥା କରାଯାଇଥିଲା । ୧୯୯୪ ଜୁନ୍ ୨୨ରେ ୟୁନେସ୍କୋର ମାନବ ଓ ଜୈବ ମଣ୍ଡଳର କାର୍ଯ୍ୟକ୍ରମ ଅଧୀନରେ ଏହାକୁ ଜୈବମଣ୍ଡଳ ମାନ୍ୟତା ମିଳିସାରିଛି । ଶିମିଳିପାଳକୁ ୟୁନେସ୍କୋ ହେରିଟେଜ୍ ସାଇଟ୍ ଭାବେ ସ୍ଥାନିତ କରିବା ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି । ତେବେ ୧୯୮୦ ମସିହାରୁ ଜାତୀୟ ଉଦ୍ୟନ ପାଇଁ ପ୍ରସ୍ତାବ ଯିବା ସତ୍ତ୍ବେ ୪୫ ବର୍ଷ ଧରି ମାନ୍ୟତା ମିଳିନପାରିବା ବଣ୍ୟଜନ୍ତୁ ପ୍ରେମୀଙ୍କୁ ନିରାଶ କରିଥିଲା।


୨୪ ବର୍ଷ ଧରି ଶାସନରେ ରହିବା ପରେ ବି ପୂର୍ବ ବିଜେଡି ସରକାର ଏ ନେଇ ଆନ୍ତରିକତା ଦେଖାଇନଥିଲେ। କିନ୍ତୁ ନୂଆ ସରକାରରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଭାବେ ସ୍ଥାନୀୟ ନେତା ଗଣେଶ ରାମ ସିଂ ଖୁଣ୍ଟିଆ ଦାୟିତ୍ବ ନେବା ପରେ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ମଞ୍ଜୁରୀ ସହିତ ଶିମିଳିପାଳ ଦେଶର ୧୦୭ତମ ଏବଂ ଭିତରକନିକା ପରେ ରାଜ୍ୟର ଦ୍ବିତୀୟ ଜାତୀୟ ଉଦ୍ୟାନ ରୂପେ ପରିଚୟ ପାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ବହୁ ପ୍ରତୀକ୍ଷିତ ସ୍ଵୀକୃତି ପରେ ଶିମିଳିପାଳର ଅଦ୍ବିତୀୟ ଜୈବ ବିବିଧତା, ସମୃଦ୍ଧ ଆଦିବାସୀ ପରମ୍ପରା ଏବଂ ମନଲୋଭା ପରିବେଶ ଦେଶ ବିଦେଶରୁ ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣିବ ବୋଲି ଆଶା କରାଯାଉଛି।

after-45-years-similipal-gets-national-park-status | Argus News