Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 5 ବର୍ଷ ପରେ ଓଡ଼ିଶାରେ କେହି ରହିବେନି ଭୂମିହୀନ ଓ ବାସହୀନ

Odisha

5 ବର୍ଷ ପରେ ଓଡ଼ିଶାରେ କେହି ରହିବେନି ଭୂମିହୀନ ଓ ବାସହୀନ

Smruti Parija
Browse all articles by Smruti Parija
·1 year ago·1 min read
5 ବର୍ଷ ପରେ ଓଡ଼ିଶାରେ କେହି ରହିବେନି ଭୂମିହୀନ ଓ ବାସହୀନ

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀଙ୍କ ବଡ ବୟାନ । 5 ବର୍ଷ ପରେ ଓଡ଼ିଶାରେ କେହି ରହିବେନି ଭୂମିହୀନ ଓ ବାସହୀନ । ଭୂମିହୀନ ଓ ବାସହୀନ ମାନଙ୍କୁ ତିନୋଟି କାଟେଗୋରିରେ ବିଭକ୍ତ କରାଯାଇଛି । ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ, ଗରିବଙ୍କୁ 4 ଡିସିମିଲ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ । ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀ ମାନଙ୍କୁ ମଧ୍ୟ 4 ଡିସିମିଲ ଲେଖାଏଁ ଜମି ଦିଆଯିବ । 

ସହରାଞ୍ଚଳରେ ବସ୍ତି ବାସିନ୍ଦା ଓ ବାସହୀନଙ୍କୁ ଜମି ଯୋଗାଇ ଦେଉଛନ୍ତି ସରକାର । ତୃତୀୟରେ ଜଙ୍ଗଲ ଅଧିକାର ଆଇନରେ ଜଙ୍ଗଲ ଜମିକୁ ମଧ୍ୟ କିସମ ପରିବର୍ତ୍ତନ କରି ଦିଆଯାଉଛି । ଠିକଠାକ ସର୍ଭେ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 5 ବର୍ଷ ପରେ ଓଡ଼ିଶାରେ ଭୂମି ହୀନ ଓ ବାସ ହୀନ କେହି ନଥିବେ । କଡାକଡି ନିର୍ଦ୍ଦେଶ ଦିଆଯାଇଛି । 
ସର୍ଭେ କାମ ଆରମ୍ଭ ହୋଇ ଗଲାଣି । ଆବଣ୍ଟନ ମଧ୍ୟ ଆରମ୍ଭ ହୋଇଗଲାଣି । ଜମି ମିଳିବା ପରେ ବାସଗୃହ, ପାନୀୟ ଜଳ, ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଯୋଗାଇ ଦିଆଯିବ । 15 ତାରିଖରେ କଳାହାଣ୍ଡିରେ କିଛି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦିଆଯିବ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After 5 years no one will be homeless and homeless in Odisha-said-suresh-pujari | Argus News