Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୀର୍ଘ ୧୫ ଦିନର ପ୍ରତୀକ୍ଷା ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ କରିବେ ଶ୍ରଦ୍ଧାଳୁ

Smruti Parija
Browse all articles by Smruti Parija
·1 year ago·1 min read
ଦୀର୍ଘ ୧୫ ଦିନର ପ୍ରତୀକ୍ଷା ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ କରିବେ ଶ୍ରଦ୍ଧାଳୁ

Key Points

ଆଜି ନବଯୌବନ ବେଶରେ ଚକାଆଖିକୁ ଦେଖି ବିଭୋର ହେବେ ଭକ୍ତ

ଆଜି ମଧ୍ୟ ନେତ୍ରୋତ୍ସବ

ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା

ଦୀର୍ଘ ୧୫ ଦିନର ପ୍ରତୀକ୍ଷା ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ କରିବେ ଶ୍ରଦ୍ଧାଳୁ। ଗତକାଲି ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ କରିବା ପରେ ଆଜି ନବଯୌବନ ବେଶରେ ଚକାଆଖିକୁ ଦେଖି ବିଭୋର ହେବେ ଭକ୍ତ। ଆଜି ମଧ୍ୟ ନେତ୍ରୋତ୍ସବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି। ନୀତିନିର୍ଘଣ୍ଟ ଅନୁଯାୟୀ ସକାଳ 8ଟାରୁ 9ଟା ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ଅର୍ଥାତ ଟିକେଟ ଦେଖାଇ ଭକ୍ତମାନେ ଦର୍ଶନ କରିବା ସହ ସକାଳ 9ଟାରୁ 10ଟା 30 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ।


ସର୍ବସାଧାରଣ ଦର୍ଶନ ଶେଷ ହେବାପରେ ମହାପ୍ରଭୁଙ୍କ ଆଉ ଦର୍ଶନ କରିପାରିବେନି ଭକ୍ତ। ପରେ ଦଇତାପତି ସର୍ବାଙ୍ଗ, ନେତ୍ରୋତ୍ସବ ବନ୍ଦାପନା, ଯାତ୍ରାଙ୍ଗୀ ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ଓ ସକାଳଧୂପ ପରେ ରଥ ଆଜ୍ଞାମାଳ ଅପରାହ୍ନ ୪ଟା ୧୦ରେ ବିଜେ ପରେ ରଥଖଳାରୁ ସିଂହଦ୍ଵାର ନିକଟକୁ ଟଣାହେବ ତିନିରଥ। ପରେ ଅନ୍ୟାନ୍ୟ ନୀତିବଢି ବଡସିଂହାର ନୀତି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ ଓ ସେନାପଟା ଲାଗି ନୀତି ଦଇତାପତି ସେବାୟତ ମାନେ ସମ୍ପାଦିତ କରିବେ। ସେପଟେ ଶୃଙ୍ଖଳିତ ରଥଯାତ୍ରା ପାଇଁ ରଥ, ପଥ, ଆଉ ଭକ୍ତ ମାନେ ମଧ୍ୟ ପ୍ରସ୍ତୁତ। ଚଳିତବର୍ଷ ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି 200 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାସହ ଆଜିଠାରୁ ଲାଗୁ ହେବ ଟ୍ରାଫିକ କଟକଣା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
after-a-long-wait-of-15-days-devotees-will-have-the-opportunity-to-see-lord-jagannatha | Argus News