Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପିର ବଡ଼ ବିଜୟ ପରେ ଦିଲ୍ଲୀ ଗଲେ କେନ୍ଦ୍ର ମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·2 min read
ବିଜେପିର ବଡ଼ ବିଜୟ ପରେ ଦିଲ୍ଲୀ ଗଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଦିଲ୍ଲୀ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ବିଜେପିର ବଡ଼ ବିଜୟ ପରେ ଦିଲ୍ଲୀ ଗଲେ କେନ୍ଦ୍ର ମନ୍ତ୍ରୀ । ଆଜି ଦିଲ୍ଲୀରେ ବସୁଛି ଏନଡିଏ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଯୋଗ ଦେବେ ଧର୍ମେନ୍ଦ୍ର । ଦେଶରେ ତୃତୀୟ ଥର ମୋଦି ସରକାର ଏବଂ ଓଡ଼ିଶାରେ ବିଜେପିର ଐତିହାସିକ ବିଜୟ ପରେ ଦଳରେ ଭରପୁର ଉତ୍ସାହ ।

 ଓଡ଼ିଶାରେ ନିର୍ବାଚନ ପ୍ରଚାର ପାଇଁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ 4 ଜୁନ୍ ବିଜେଡି ସରକାରରର ଏକ୍ସପାଏରୀ ଡେଟ୍। 10 ଜୁନରେ ଶପଥ ନେବେ ଓଡ଼ିଶାର ବିଜେପି ମୁଖ୍ୟମନ୍ତ୍ରୀ। ପୁଣି ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ସେ ସମସ୍ତଙ୍କୁ ଆମନ୍ତ୍ରଣ କରିଥିଲେ। ମୋଦିଙ୍କର ସେହି କଥା ସତ ହୋଇଛି। ଆଉ ପ୍ରଧାନମନ୍ତ୍ରୀ କହିଛନ୍ତି ଜଗନ୍ନାଥଙ୍କ ଭୂଇଁରେ ପ୍ରଥମ ଥର ପାଇଁ ବିଜେପିର ସରକାର ହେବାକୁ ଯାଉଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଶପଥ ହେବ ବିଜେପିର ମୁଖ୍ୟମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ମୋଦି, ଶାହଙ୍କ କଥା ରହିଲା; ଜୁନ 4 ହେଲା ବଜେଡି ସରକାରର ଏକ୍ସପାଏରି ଡେଟ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ମୋଦି ସୁନାମିରେ ବିଜୁ ଜନତା ଦଳର ବହୁ ହେଭିଓ୍ବେଟ ପରାଜୟର ସ୍ବାଦ ଚାଖିଛନ୍ତି । ପାଖାପାଖି ଡଜନେ ମନ୍ତ୍ରୀ ପରାସ୍ତ ହୋଇଛନ୍ତି । ଭୁବନେଶ୍ବର ଏକାମ୍ରରେ ଅଶୋକ ପଣ୍ଡା, ମହାକାଳପଡ଼ାରେ ଅତନୁ ସବ୍ୟସାଚୀ, ଟିଟିଲାଗଡ଼ରେ ଟୁକୁନି ସାହୁ, ବିଜେପୁରରେ ରୀତା ସାହୁ, ଭଞ୍ଜନଗରରେ ବିକ୍ରମ ଆରୁଖ, ବୌଦ୍ଧରେ ପ୍ରଦୀପ ଅମାତ, ସୁକିନ୍ଦାରେ ପ୍ରୀତିରଞ୍ଜନ ଘଡ଼େଇ, କାମାକ୍ଷାନଗରରେ ପ୍ରଫୁଲ୍ଲ ମଲ୍ଲିକ, କରଞ୍ଜିଆରେ ବାସନ୍ତୀ ହେମ୍ବ୍ରମ, ବିଷମକଟକରେ ଜଗନ୍ନାଥ ସାରକା ଓ ମୟୂରଭଞ୍ଜ ଲୋକସଭାରୁ ସୁଦାମ ମାର୍ଣ୍ଡି ପରାଜିତ ହୋଇଛନ୍ତି । 

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିବା ବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା ଆସନରୁ ହାରି ଯାଇଛନ୍ତି । ସେହିପରି ଜଳେଶ୍ବର ଆସନରୁ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ପରାସ୍ତ ହୋଇଛନ୍ତି । 
 

Sponsored
After BJP's big victory, the Union Minister went to Delhi | Argus News