Videos
|
Odisha

ବ୍ରାହ୍ମଣୀ ପରେ ରାମିଆଳ ନଦୀରେ ଆସିଲା ବନ୍ୟା

Rashmita Mishra
Browse all articles by Rashmita Mishra
·1 year ago·1 min read
ବ୍ରାହ୍ମଣୀ ପରେ ରାମିଆଳ ନଦୀରେ ଆସିଲା ବନ୍ୟା

Key Points

ବ୍ରାହ୍ମଣୀ ପରେ ରାମିଆଳ ନଦୀରେ ଆସିଲା ବନ୍ୟା

ଭୁବନ ବ୍ଲକ ଭୁଷଳ ପଞ୍ଚାୟତ ଜୟପୁର ଗ୍ରାମ ପାଣି ଘେରରେ

ରାସ୍ତା ଉପରେ ୨ ଫୁଟ ବନ୍ୟା ଜଳ

ଜଳମଗ୍ନ ହେଲା ଶହ ଶହ ଏକର ଚାଷ ଜମି

ଧାନତଳି ଓ ପରିବା ଚାଷ ନଷ୍ଟ ହେବା ଆଶଙ୍କା

ଚଳିତ ବର୍ଷ ବ୍ରାହ୍ମଣୀ ନଦୀ ସହ ବଢୁଛି ରାମିଆଳ ନଦୀ। ଫଳରେ ବନ୍ୟାପାଣି ଆସିବାରୁ ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ପଞ୍ଚାୟତ ଜୟପୁର ଗ୍ରାମ ବର୍ତ୍ତମାନ ପାଣି ଘେରରେ। ପାଣି ବଢୁଥିବାରୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଉପରେ ମାଡିଲାଣି ଦୁଇଫୁଟର ପାଣି। ସେହିପରି ଗ୍ରାମବାସୀଙ୍କର ଏକର ଏକର ଚାଷଜମି ଜଳମଗ୍ନ ହୋଇ ଯାଇଥିବାରୁ ଧାନତଳି ସହ ବିଭିନ୍ନ ପନିପରିବା ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।


ତେବେ ବନ୍ୟା ଖବରପାଇ ଢେଙ୍କାନାଳ ଜିଲ୍ଲାପାଳ ଜୟପୁର ଗ୍ରାମରେ ପହଞ୍ଚି ବନ୍ୟାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ବନ୍ୟାସ୍ଥିତିକୁ ନେଇ କିପରି ଗ୍ରାମବାସୀ ଅସୁବିଧାରେ ନ ପଡିବେ, ସେଥିପାଇଁ ପ୍ୟାପକ ବ୍ୟବସ୍ଥା କରିଥିବା ଜିଲ୍ଲାପାଳ କହିଛନ୍ତି। ଏକ ଓଡ୍ରାଫ ଟିମ ମୁତୟନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ତୁରନ୍ତ ରାସ୍ତାର ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
after-brahmani-flood-in-ramial-river | Argus News