Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କରୋନା, ମଙ୍କି ପକ୍ସ, ଜିକା, ଇବୋଲା ପରେ ଡରାଉଛି ଡିଜିଜ ଏକ୍ସ

Odisha

କରୋନା, ମଙ୍କି ପକ୍ସ, ଜିକା, ଇବୋଲା ପରେ ଡରାଉଛି ଡିଜିଜ ଏକ୍ସ

Rashmita Mishra
Browse all articles by Rashmita Mishra
·1 year ago·1 min read
କରୋନା, ମଙ୍କି ପକ୍ସ, ଜିକା, ଇବୋଲା ପରେ ଡରାଉଛି ଡିଜିଜ ଏକ୍ସ

ଅର୍ଗସ ବ୍ୟୁରୋ: କରୋନା, ମଙ୍କି ପକ୍ସ, ଜିକା, ଇବୋଲା ପରେ ଡରାଉଛି ଡିଜିଜ ଏକ୍ସ । ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ଭୟଙ୍କର ଭାବେ ବ୍ୟାପୁଛି ଏହି ଭାଇରସ । ଆଫ୍ରିକୀୟ ଦେଶ କଙ୍ଗୋରେ ବର୍ତ୍ତମାନ ସୁଦ୍ଧାରେ ଭାଇରସ ସଂକ୍ରମଣରେ 79 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୬୭ ଜଣ ଆକ୍ରାନ୍ତ ହୋଇଥିବା ଆଫ୍ରିକା ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଯାଏ ରୋଗର କାରଣ ଅସ୍ପଷ୍ଟ ରହିଛି । 5 ବର୍ଷରୁ କମ୍ ବୟସର ଶିଶୁ ଏଥିରେ ଅଧିକ ଆକ୍ରାନ୍ତ ହେଉଛନ୍ତି । ମୋଟ ୩୬୭ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଆକ୍ରନ୍ତଙ୍କ ମଧ୍ୟରେ 2 ଶହ ଜଣ ଶିଶୁ ରହିଛନ୍ତି । ଚଳିତବର୍ଷ ଅକ୍ଟୋବର ୨୪ ତାରିଖରେ କଙ୍ଗୋ ପ୍ରଦେଶର ପାଞ୍ଜି ହେଲ୍ପ ଜୋନରେ ପ୍ରଥମ ଡିଜିଜ ଏକ୍ସ ରୋଗୀ ଚିହ୍ନଟ ହୋଇଥିଲେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଡିଜିଜ ଏକ୍ସର କାରଣ ଓ ଲକ୍ଷଣ ନେଇ ଗବେଷଣା ଜାରି ରହିଛି । ଗତବର୍ଷରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଡିଜିଜ ଏକ୍ସକୁ ନେଇ ଆଲର୍ଟ ଜାରି କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After Corona, Monkey Pox, Zika, Ebola, Disease X is a threat | Argus News