ଇ- କେୱାସି ପରେ ସାମନାକୁ ଆସୁଛି ଜାଲ ରାସନକାର୍ଡର ସତ

ଜାଲ ରାସନ କାର୍ଡ ହିତାଧିକାରୀ ହୁଅନ୍ତୁ କି ନକଲି ଚାଷୀ । ପୂର୍ବ ବିଜେଡି ସରକାର ବେଳେ ଚାଲିଥିବା ଜାଲିଆତି ଉପରେ ଫୁଲ ଷ୍ଟପ ଲଗାଇବେ ବିଜେପି ସରକାର । ରାସନ କାର୍ଡ ଇ-କେୱାଇସିରେ ଧରା ପଡିଲେଣି ୪୦ ଲକ୍ଷ ଭୂତ ବା ଜାଲ୍ ରାସନ କାର୍ଡ ହିତାଧିକାରୀ । ଗୋଟିଏ ଗୋଟିଏ ଜିଲ୍ଲାରୁ ଲକ୍ଷେରୁ ଦେଢ଼ ଲକ୍ଷ ଜାଲ ରାସନ କାର୍ଡ ହେଉଛି ଚିହ୍ନଟ । ୨୪ ବର୍ଷ ଧରି ବିଜେଡି ଶାସନରେ ଚାଲିଥିଲା ଜାଲିଆତି । ହେଲେ ସେସବୁ ଆଉ ଚଳିବନି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ସେହିପରି ରାଜ୍ୟରେ ପ୍ରକୃତ ଚାଷୀ କେତେ ? କେତେ ନକଲି ଚାଷୀ ସରକାରୀ ଯୋଜନାର ଉଠାଉଛନ୍ତି ଫାଇଦା । ଜାଲ କାଗଜ ପତ୍ର ଦେଖାଇ ଚାଷୀଙ୍କ ନାଁରେ ପଞ୍ଜୀକରଣ କରୁଛନ୍ତି ଅସାଧୁ ବ୍ୟକ୍ତି । ପ୍ରକୃତ ଚାଷୀ ମାନଙ୍କ ଠାରୁ କମ୍ ଦରରେ ଧାନ କିଣି ବର୍ଦ୍ଧିତ ଦରରେ ମଣ୍ଡିରେ ବିକ୍ରି କରୁଛନ୍ତି ନକଲି ଚାଷୀ ।
ଏଭଳି ଜାଲ ଚାଷୀଙ୍କୁ ଚିହ୍ନଟ କରିବା ପାଇଁ ସର୍ଭେ ଆରମ୍ଭ କରିବେ ରାଜ୍ୟ ସରକାର । ଅନ୍ୟପଟେ ବିଜେଡି କହିଛି ପୂର୍ବ ସରକାର ଅମଳରେ କିଛି ଜାଲିଆତି ହୋଇନି.. ଗୋଟିଏ ପଟେ ଟି ପର ଟ୍ରାନସପରେନିସର ନାରା ଦେଉଥିବା ପୂର୍ବ ସରକାର ଟି ଫର ଟିମ ୱାର୍କରେ ଲୁଟ କରୁଥିବାର ରହିଛି ଅନେକ ପ୍ରମାଣ । ଯୋଗ୍ୟଙ୍କୁ ରାସନ କାର୍ଡ ନଦେଇ ଦଳୀୟ ଭିତ୍ତିରେ ଅଯୋଗ୍ୟକୁ ମିଳୁଥିଲା କାର୍ଡ । ଏବେ ସରକାର ବଦଳିବା ପରେ ଗରିବଙ୍କ ମନରେ ଜାଗିଛି ଆଶା । ସେହିପରି ପୂର୍ବ ବିଜେଡି ସରକାର ବେଳେ ପ୍ରକୃତ ଚାଷୀ ହୋଇଥିବା ସତ୍ତ୍ଵେ କାହାକୁ କାଳିଆ ଯୋଜନା ମିଳୁନଥିଲା ତ ପୁଣି କିଏ ପିଏମ କିଷାନ ତାଲିକାରୁ ବାଦ ପଡିଥିଲେ । ତେଣୁ ନୂଆ ସରକାରଙ୍କ ସର୍ଭେ ଦ୍ଵାରା କିଏ ଅସଲି, କିଏ ନକଲି ଧରା ପଡିବେ । ଏବଂ ଠିକ୍ ହିତାଧିକାରୀଙ୍କୁ ସରକାରୀ ଯୋଜନା ମିଳିବ ବୋଲି ଆଶାବାଦୀ ଅଛନ୍ତି ଚାଷୀ । ରାଜ୍ୟରେ ଏବେ ପ୍ରାୟ ୩ କୋଟି ୨୬ ଲକ୍ଷ ହିତାଧିକାରୀ ରାସନ କାର୍ଡ ଜରିଆରେ ଚାଉଳ ପାଉଛନ୍ତି ।
📱 Get Argus News App
✨ତଥାପି ଅନେକ ଗରିବଙ୍କୁ ଏବେ ବି ମିଳିନି ସେମାନଙ୍କ ଅଧିକାରର ରାସନ କାର୍ଡ । ଯୋଗ୍ୟ ବଦଳରେ ପୂର୍ବ ସରକାରରେ ଅଯୋଗ୍ୟ ହାତେଇଥିଲେ ରାସନ କାର୍ଡ । ତେଣୁ ଇ-କେୱାଇସି ଦ୍ଵାରା ଆହୁରି ବି ବାହାରି ପାରେ ଜାଲ ରାସନ କାର୍ଡ । ରାଜ୍ୟର ଚାଷୀଙ୍କ ସଂଖ୍ୟା48ଲକ୍ଷ 65 ହଜାର 850 । ୨୦୧୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ୭୫ଲକ୍ଷ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା। ସିଏଜି ରିପୋର୍ଟ ଅନୁସାରେ ୧୨ ଲକ୍ଷ ୭୨ ହଜାର ଅଯୋଗ୍ୟ ହିତାଧିକାରୀ ନେଇଯାଇଥିଲେ 782 କୋଟି ଟଙ୍କା । କାଠଗଡାକୁ ଟାଣି ହୋଇଥିଲେ ପୂର୍ବ ସରକାର। ନୂଆ ସରକାର 46 ଲକ୍ଷ ଚାଷୀଙ୍କୁ ସିଏମ କିଷାନରେ ଅନ୍ତର୍ଭୁକ୍ତ କରିଛନ୍ତି। ଚାଷୀ ସର୍ଭେ ହେଲେ କେତେ ନକଲି ଚାଷୀ ଧରା ପଡୁଛନ୍ତି ଓ କେତେ ପ୍ରକୃତ ଚାଷୀ ଚିହ୍ନଟ ହେଉଛନ୍ତି ତାହା ଉପରେ ରହିଛି ନଜର ।