Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 3 ଦିନ ଜୀବନ ସହ ସଂଗ୍ରାମ ପରେ ଶେଷରେ ଜୀବନ ହାରିଦେଲେ

Odisha

3 ଦିନ ଜୀବନ ସହ ସଂଗ୍ରାମ ପରେ ଶେଷରେ ଜୀବନ ହାରିଦେଲେ

Smruti Parija
Browse all articles by Smruti Parija
·1 year ago
3 ଦିନ ଜୀବନ ସହ ସଂଗ୍ରାମ ପରେ ଶେଷରେ ଜୀବନ ହାରିଦେଲେ

ଭୁବନେଶ୍ୱର: ସୁନା ଚେନ ଲୁଟେରାଙ୍କ ପାଇଁ ଚାଲିଗଲା ଜୀବନ । ଗତ ସୋମବାର ଭୁବନେଶ୍ୱରରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ ଦମ୍ପତ୍ତି। ହଠାତ କଳା ପଲସର ବାଇକରେ ଦୁଇ ଜଣ ଦୁର୍ବୁତ୍ତ ଆସି ସୁନା ଚେନ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ । ମୋଟା ଚେନ କାରଣରୁ ଚେନ ନେଇପାରିନଥିଲେ ଲୁଟେରା । 


ସ୍ବାମୀ ବାଇକ ଚଲାଉଥିବାବେଳେ ସ୍ତ୍ରୀ ୟୁ ବିଷ୍ଣୁ ପାତ୍ର ପଛରେ ବସିଥିଲେ।ଲୁଟ ନକରିପାରି ପୁନର୍ବାର ଲୁଟ ପାଇଁ ଗୋଡ଼ାଇ ଆକ୍ରମଣ କରିଥିଲେ । ଲୁଟରୁ ସୁନା ଚେନ ସିନା ବଞ୍ଚିଗଲା ହେଲେ ଆକ୍ରମଣ ପରେ ମୁଣ୍ଡରେ ଆଘାତ ପାଇଥିଲେ ସ୍ତ୍ରୀ ବିଷ୍ଣୁ । 3 ଦିନ ଧରି ଜୀବନ ସହିତ ସଂଗ୍ରାମ ପରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
After fighting for life for 3 days, women-who-attacked-by-lootera finally lost his life | Argus News