Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖାଇବା ସରିଯିବାରୁ ବିଜେଡି କର୍ମୀ ମୁହାଁମୁହିଁ  

Manini Pattanayak
Browse all articles by Manini Pattanayak
·2 years ago·1 min read
ଖାଇବା ସରିଯିବାରୁ ବିଜେଡି କର୍ମୀ ମୁହାଁମୁହିଁ  

ନୟାଗଡ:  ହାଣ୍ଡି କଢେଇ ଗଡେଇ ଦେଲେ। ଖାଇବା ପାଇଁ ମାଡ଼ଗୋଳ ଲାଗିଗଲେ । ହୋହଲ୍ଲା..ମାରପିଟ...ଗାଳି ଗୁଲଜ । ଏ ଦୃଶ୍ୟ ଦେଖିବା ପରେ ଆପଣ ବୁଝିପାରିବେନି ସେଇଠି ଚାଲିଛି କଣ ? ଦର୍ଶକବନ୍ଧୁ ପରସ୍ପର ମଧ୍ୟରେ ଲଢେଇ କରୁଥିବା ଏ ବ୍ୟକ୍ତି ମାନେ ହେଉଛନ୍ତି ବିଜେଡି କର୍ମୀ।  ଏ ଦୃଶ୍ୟକୁ ଟିକେ ଦେଖନ୍ତୁ କିଏ କାହାକୁ କାଠ ଫାଳିଆରେ ବାଡେଇଲାଣି ତ ଆଉ କିଏ ଅନ୍ୟ ଜଣଙ୍କୁ ଟାଣି ଆଣି ତଳେ ପକାଇଦେଲା।  ଖାଇବା ସରିଯିବାରୁ ଏପରି ନିଜ ନିଜ ମଧ୍ୟରେ ମାଡପିଟ୍‌ କରୁଛନ୍ତି ବିଜେଡି କର୍ମୀ। 

ସ୍ଥାନ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗଣିଆ. ଚାଲିଥିଲା  ବିଜେଡିର ବିକାଶ ସମାବେଶ  । ଉପସ୍ଥିତ ଥିଲେ ବିଡେଡିର ଟାଣୁଆ ନେତା ଅଚ୍ଛ୍ୟୁତ ସାମନ୍ତ, ଅରୁଣ ସାହୁ ଏବଂ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା।  ତେବେ କାର୍ଯ୍ୟକ୍ରମ ଚାଲିଥିବାବେଳେ  ରୋଷେଇ ଶାଳାରେ  ଖାଇବା ସରିଗଲା। ଏହାପରେ  ଖାଇବା ପାଇଁ ରଣକ୍ଷେତ୍ର ପାଲଟିଥିଲା ଗଣିଆ ବିଜେଡି ବିକାଶ ସମାବେଶ  । ଖାଦ୍ୟ ସରିଯିବାକୁ କେନ୍ଦ୍ର କରି ବିଜେଡି କର୍ମୀଙ୍କ ଭିତରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା । ପ୍ରାୟ ଘଣ୍ଟାଏ ଧରି ବିଜେଡ଼ି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।  ଏ ଦୃଶ୍ୟ କହୁଛି  ବିଜେଡି କର୍ମିଙ୍କ ମଧ୍ୟରେ  ତିକ୍ତତା ବଢିବାରେ ଲାଗିଛି।   ଯାହା ବିଜେଡି କର୍ମୀଙ୍କ ଗୋଷ୍ଠି କନ୍ଦଳ ପଦାରେ ପଡିଲାଣି।  ତେବେ ଗଣିଆ ଠାରେ କର୍ମୀଙ୍କ ମଧ୍ୟରେ ଯେଉଁଭାବେ ଖାଇବାକୁ ନେଇ ମାଡପିଟ୍‌ ଲାଗିଲା ନବୀନ ବାବୁଙ୍କୁ ଅବସ୍ୟ ନିନ୍ଦିତ କରୁଥିବ ଆଉ ଲୋକ ହସା ମଧ୍ୟ କରୁଥିବ।
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After finishing the meal, the BJD workers face each other | Argus News