New Material Technology / ଫ୍ରାନ୍ସ, ୟୁରୋପ ପରେ ଭାରତରେ ରାସ୍ତା କାମରେ ଲାଗିବ ଏହି ମ୍ୟାଟେରିଆଲ

Key Points
ଫ୍ରାନ୍ସ, ୟୁରୋପ ଭଳି ଦେଶ ପରେ ଭାରତରେ ରାସ୍ତା ନିର୍ମାଣ କାମରେ ଏହି ଜ୍ଞାନକୌଶଳକୁ କରାଯାଉଛି ବିଶେଷ ବ୍ୟବହାର ।
ଭୂସ୍ଖଳନ ନିୟନ୍ତ୍ରଣ କରିବ ଜିଓ ସିନ୍ଥେଟିକ ମ୍ୟାଟେରିଆଲ । ଫ୍ରାନ୍ସ, ୟୁରୋପ ଭଳି ଦେଶ ପରେ ଭାରତରେ ରାସ୍ତା ନିର୍ମାଣ କାମରେ ଏହି ଜ୍ଞାନକୌଶଳକୁ କରାଯାଉଛି ବିଶେଷ ବ୍ୟବହାର । ଏହି ଆପ୍ଲିକେସନ ବା ମ୍ୟାଟେରିଆଲ ଖର୍ଚ୍ଚ କମ କରିବା ସହ ରାସ୍ତାକୁ କରୁଛି ଶକ୍ତିଶାଳୀ ।
ଜିଓ ସିନ୍ଥେଟିକ ଆପ୍ଲିକେସନ ବ୍ୟବହାର କଲେ ଭୂସ୍ଖଳନକୁ ନିୟନ୍ତ୍ରଣ କରାଯାଇପାରିବ । ଏହି ଆର୍ଟିଫିଲିଆଲ ଟେକ୍ସଟାଇଲ ପାହାଡିଆ ଅଞ୍ଚଳରେ ରୋଡ୍ ନିର୍ମାଣ ପାଇଁ ବ୍ୟବହାର ହେଉଛି । ବିଶେଷ କରି ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଉଚ୍ଚ ଖାଲ ଏବଂ କମ୍ ଜାଗା ଥିବା ସ୍ଥାନରେ ମଜଭୁତ ରାସ୍ତା ନିର୍ମାଣ କରିବାକୁ ଏହିଭଲି ମ୍ୟାଟେରିଆଲ ବ୍ୟବହୃତ କରାଯାଉଛି ।
ଆହୁରି ପଢ଼ନ୍ତୁ: ନେଇବାକୁ ପଡ଼ିଲାଥିଲେ ଲକ୍ଷେ ଟଙ୍କା ହୋଇଗଲା ୭୪ଲକ୍ଷ : ଋଣ ପରିଶୋଧ କରିବାକୁ ଚାଷୀଙ୍କୁ କିଡନୀ ବିକି
ବରିଷ୍ଠ ବୈଜ୍ଞାନିକଙ୍କ କହିବା ମୁତାବକ କେବଳ ଓଡିଶା ନୂହେଁ ସମ୍ପୂର୍ଣ୍ଣ ଭାରତର ବିଭିନ୍ନ ସ୍ଥାନରେ ରାସ୍ତା କାମରେ ଏଭଳି ଜିଓ ସିନ୍ଥେଟିକ ମ୍ୟାଟେରିଆଲ ବ୍ୟବହାର ହେଉଛି । ଏହା ଦ୍ଵାରା ବାଲି, ଗୋଡ଼ି ଭଳି ସାମଗ୍ରୀ କମ ଖର୍ଚ୍ଚ ହେଉଛି । ରାସ୍ତାର ମୋଟେଇ ମଧ୍ୟ କମ ରହିବ । ରୋଡ ଅଧିକ ବର୍ଷ ଧରି ମଜଭୁତ ରହିପାରିବ । ସବୁଠୁ ବଡ଼ କଥା ବିଷାକ୍ତ ମ୍ୟାଟେରିଆଲ ଭୂତଳ ମାଟିକୁ ଯାଇପାରିବ ନାହିଁ । ବ୍ୟବହୃତ ହେଉଥିବା ସବୁ ଲେୟାର୍ ନିର୍ଦ୍ଦଷ୍ଟ ସ୍ଥାନରେ ବାନ୍ଧି ହୋଇ ରହିପାରିବେ ।
ଏଭଲି ଏକ ଟେକ୍ନୋଲୋଜି ବାବଦରେ ଅବଗତ ହୋଇଛନ୍ତି ବି. ଟେକ୍ ସିଭିଲ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ । ଦିଲ୍ଲୀ ସେଣ୍ଟେରାଲ ରୋଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବରିଷ୍ଠ ବୈଜ୍ଞାନିକ ମାନେ ପିଲାଙ୍କୁ ଦେଇଛନ୍ତି ଟ୍ରେନିଂ । କିଭଲି କମ ଖର୍ଚ୍ଚ ରେ ନୂଆ ଜ୍ଞାନ କୌଶଳରେ ତିଆରି ହୋଇପାରିବ ବ୍ରିଜ । ଲଗାଣ ବର୍ଷା ହେଲେ ମଧ୍ୟ ମାଟି ଧୋଇବ ନାହିଁ । OUTRରେ ଆୟୋଜିତ ହେଉଥିବା ଏହି ୫ ଦିନିଆ ଏକ୍ସପୋଜର ପିଲାଙ୍କୁ ବେଶ୍ ଆକର୍ଷିତ କରିଥିବା କହିଛନ୍ତି ।
ଏଥିସହ ପଢ଼ନ୍ତୁ: ପ୍ରେମିକା ସହ ସମୟ କାଟିବାକୁ ଏମିତି ଆପ୍ଲିକେସନ ଲେଖିଲେ କର୍ମଚାରୀ
ସାରା ବିଶ୍ୱରେ ଭାରତର ରୋଡ କନେକ୍ଟଭିଟି ଦ୍ଵିତୀୟ ସ୍ଥାନରେ ରହିଛି । ଭାରତରେ ବିଭିନ୍ନ NHରେ ଏଭଳି ମ୍ୟାଟେରିଆଲ ବ୍ୟବହାର କରାଯାଉଛି । ହିଲ ଏରିଆରେ ବିଶେଷ୍ ପାହଡ଼ ନ କାଟି ମଧ୍ୟ ଗ୍ରାଉଣ୍ଡ ଲେବୁଲ ରାସ୍ତା ଏଭଲି ଟେକ୍ନୋଲୋଜି ମାଧ୍ୟମରେ ହୋଇପାରୁଛି ବୋଲି ବିଶେଷଜ୍ଞଙ୍କ ମତ ପ୍ରକାଶ କରିଛନ୍ତି ।
📱 Get Argus News App
✨Related Topics
Explore more stories