ଲଗାଣ ବର୍ଷା ପରେ ବନ୍ୟା , ଲୋକଙ୍କ ଘରେ ପଶିଲା ପାଣି

Key Points
ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ପରେ ବନ୍ୟା ଆଶଙ୍କା । ବାରିପଦା ଓ ଶିମିଳିପାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ରାତି ଅଧରେ ବାରିପଦା ସହରରେ ଲୋକଙ୍କ ଘରେ ପଶିଲା ଡ୍ରେନ୍ ପାଣି । ଜରାଳି, ସରାଳି, ସୁକାଯୋଡା ଓ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ।
ଗତକାଲି ସନ୍ଧ୍ୟାଠାରୁ ବାରିପଦା ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଲଗାଣ ବର୍ଷା କାରଣରୁ ରାତିଅଧରେ ବାରିପଦାର ବିଭିନ୍ନ ୱାର୍ଡରେ ଲୋକଙ୍କ ଘରେ ଡ୍ରେନ ପାଣି ପଶିଛି। ଫଳରେ କ୍ରୁତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାରିପଦା ସହର ମଧ୍ୟରେ ଥିବା ଜରାଳି, ସରାଳି ଓ ସୁକାଯୋଡା ନଦୀ ସହିତ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ପାଇଛି।
ଫଳରେ ସୁନଗଡିଆ, ଲାଲବଜାର, ମାଇନିଙ୍ଗ କଲୋନୀ, କବରଖାନା, କାଳିକାପୁର୍, ଦେଉଳସାହି, ମଧୁବନର ତଳି ଅଞ୍ଚଳରେ ବନ୍ୟା ପାଣି ମାଡ଼ିଛି। ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରେ ଅତିରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଥିବା କାରଣରୁ ବୁଢାବଳଙ୍ଗ ନଦୀ ଫୁଲୁଛି । ଫଳରେ ବାରିପଦା ସହରର ବିଭିନ୍ନ ୱାର୍ଡର ତଳି ଅଞ୍ଚଳରେ ବନ୍ୟା ଜଳ ପଶିବା ଆଶଙ୍କା ବୃଦ୍ଧି ପାଇଛି ।