ଫୁଲ ତୋଳିବା ବେଳେ ଭୁଶୁଡ଼ିପଡ଼ିଲା କାନ୍ଥ
·1 year ago·1 min read

Key Points
ଫୁଲ ତୋଳିବା ବେଳେ ଭୁଶୁଡ଼ିପଡ଼ିଲା କାନ୍ଥ
ଅଦିନିଆ ବର୍ଷା ନେଇଗଲା ଜୀବନ
ବର୍ଷା ଯୋଗୁଁ ସିମେଣ୍ଟ କାନ୍ଥ ବତୁରି ବଡ଼ ଅଘଟଣ
ଗଞ୍ଜାମ ଜିଲ୍ଲାର ସୋରଡ଼ା ଥାନା ବଡ଼ହରିଜନସାହିର ସୁନୀତା ନାୟକ ଆଜି ସକାଳେ ଫୁଲ ତୋଳିବା ପାଇଁ ବାରିକୁ ଯାଇଥିଲେ ହେଲେ ଅଦିନିଆ ବର୍ଷା ଯୋଗୁଁ ସିମେଣ୍ଟ କାନ୍ଥଟି ବତୁରି ଯାଇଥିଲା। ସୁନୀତା ଫୁଲ ତୋଳୁଥିବା ସମୟରେ ସିମେଣ୍ଟ କାନ୍ଥଟି ହଠାତ୍ ଭୁଶୁଡ଼ି ଯାଇଥିଲା ଯାହାଫଳରେ ସୁନୀତାଙ୍କ ଉପରେ କାନ୍ଥଟି ପଡିଯାଇଥିଲା ଓ ସେ ଭିତରେ ଚାପି ହୋଇଯାଇଥିଲେ। ତେବେ ଘର ଲୋକ ଦେଖି ସ୍ଥାନୀୟ ଲୋକଙ୍କୁ କହିବା ପରେ ସୁନୀତା ଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଉଦ୍ଧାର କରିବା ବେଳକୁ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ତେବେ ସୁନୀତାଙ୍କ ସ୍ବାମୀଙ୍କର କିଛି ବର୍ଷ ହେବ ମୃତ୍ୟୁ ଘଟିଥିବା ବେଳେ ବହୁ କଷ୍ଟରେ ଦୁଇଟି ପିଲାଙ୍କୁ ପାଠ ପଢ଼ାଉଥିଲେ। ପିଲାଙ୍କ ଭବିଷ୍ୟତ ଉଜ୍ଜଳ ପାଇଁ କିଛି ସରକାରୀ ସହାୟତା ମିଳିଲେ ଭଲ ହୁଅନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: